ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ; ଉଠା ଦୋକାନୀଙ୍କ ସହ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ
News 18 Odia Digital
ଭୁବନେଶ୍ୱର; ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଉତ୍ତେଜନା ପରେ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ଘୋଷଣା କରିଛି। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ୍ ପହଞ୍ଚି ସ୍ଥିତି ସମ୍ଭାଳି ଥିଲା। ତେବେ ଉତ୍ତେଜନା ପରେ ବ୍ୟବସାୟୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।
କିଛିଦିନ ତଳେ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇଥିଲା BMC । ବିଏମ୍ସି କମିଶନର , ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିଜେ ମାର୍କେଟ ବିଲ୍ଡି ବୁଲି ଦେଖିଥିଲେ । ରାସ୍ତାକଡ଼ରୁ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅସ୍ଥାୟୀ ଦୋକାନୀ ପୁଣି ବସିବାରୁ ବିବାଦ ଓ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ଉତ୍ତେଜନା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଛି । ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି କରିଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।