ଖୁବ ଶୀଘ୍ର ଖୋଲିବ ଭୁବନେଶ୍ୱରର ସ୍ୱତନ୍ତ୍ର 'ଖାଓ ଗଲି'; ବିଏମ୍ସିକୁ ମାସିକ ୬ହଜାର ଟଙ୍କା ଦେବେ ବ୍ୟବସାୟୀ

ଖୁବ ଶୀଘ୍ର ଖୋଲିବ ଭୁବନେଶ୍ବରର ଖାଦ୍ୟର ସ୍ବତନ୍ତ୍ର ବଜାର ‘‘ଖାଓଗଳି’’ । ଅସ୍ବାସ୍ଥ୍ୟକର ପରିବେଶ ଓ ଜବରଦଖଲ ଅଭିଯୋଗ ପରେ ମେୟରଙ୍କ ଅତର୍କିତ ଚଢ଼ାଉ ପରେ ସିଲ ହୋଇଥିଲା ଖାଓଗଳି।

ଖୁବ ଶୀଘ୍ର ଖୋଲିବ ଭୁବନେଶ୍ୱରର ସ୍ୱତନ୍ତ୍ର 'ଖାଓ ଗଲି' (ପ୍ରତୀକାତ୍ମକ ଛବି)

ଖୁବ ଶୀଘ୍ର ଖୋଲିବ ଭୁବନେଶ୍ୱରର ସ୍ୱତନ୍ତ୍ର 'ଖାଓ ଗଲି' (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖୁବ ଶୀଘ୍ର ଖୋଲିବ ଭୁବନେଶ୍ବରର ଖାଦ୍ୟର ସ୍ବତନ୍ତ୍ର ବଜାର ‘‘ଖାଓଗଳି’’ । ଅସ୍ବାସ୍ଥ୍ୟକର ପରିବେଶ ଓ ଜବରଦଖଲ ଅଭିଯୋଗ ପରେ ମେୟରଙ୍କ ଅତର୍କିତ ଚଢ଼ାଉ ପରେ ସିଲ ହୋଇଥିଲା ଖାଓଗଳି। ସର୍ତ୍ତମୂଳକ ଭାବେ ବଜାର ଖୋଲିବାକୁ ଅନୁମତି ଦେଇଛି ବିଏମ୍ସି । ବିଏମ୍ସିର ୨୨ଦଫା ସର୍ତ୍ତକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା।

୨୦୦୯ ମସିହାରୁ ରାମମନ୍ଦିର ନିକଟ ସେଣ୍ଟ ଯୋଶେଫ ସ୍କୁଲ ପାର୍ଶ୍ବରେ ହାତ ଗଣତି ଖାଦ୍ୟ ଦୋକାନକୁ ନେଇ ଗଢ଼ି ଉଠିଥିଲା ଏକ ବଜାର । କାଳକ୍ରମେ ଦୋକାନ ସଂଖ୍ୟା ବୃଦ୍ଧି ସହ ଏହା ଭୁବନେଶ୍ବରର ଏକ ସ୍ବତନ୍ତ୍ର ଖାଦ୍ୟ ବଜାରରେ ପରିଣତ ହୋଇ ଖାଓଗଳି ନାମରେ ନାମିତ ହୋଇଥିଲା । ଦୋକାନ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ବିଏମ୍ସିକୁ ଟଙ୍କାଟିଏ ମଧ୍ୟ ରାଜସ୍ବ ମିଳିନଥିଲା । କ୍ରମଶଃ ଜବରଦଖଲ ଓ ସବ୍ଲେଟିଂ ଯୋଗୁଁ ସ୍କୁଲ ପାର୍ଶ୍ବରେ ସୃଷ୍ଟି ହୋଇଥିବା ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଲାଗି ରହିଥିଲା । ଗତ ୧୧ ତାରିଖ ଦିନ ମେୟର ସୁଲୋଚନା ଦାସଙ୍କ ଅତର୍କିତ ଚଢ଼ାଉ ପରେ ବେନିୟମ ଭାବେ ଚାଲିଥିବା ଖାଓଗଳିର ବିଭିନ୍ନ ଅନିୟମିତତା ପଦାକୁ ଆସିଥିଲା। ଖାଓଗଳିକୁ ତୁରନ୍ତ ସିଲ କରିଥିଲା ବିଏମ୍ସି । ଦୁଇ ସପ୍ତାହ ବଜାର ବନ୍ଦ ପରେ ଆଜି ବ୍ୟବସାୟୀଙ୍କ ସହିତ ଆଲୋଚନା ପରେ ସର୍ତ୍ତମୂଳକ ଭାବେ ବଜାର ଖୋଲିବାକୁ ଅନୁମତି ଦେଇଛି ବିଏମ୍ସି।

ବଜାର ଖୋଲିବା ନେଇ ବିଏମ୍ସି ପକ୍ଷରୁ ରଖାଯାଇଥିବା ୨୨ଟି ସର୍ତ୍ତକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା। ବଜାରରେ ଅନିୟମିତତା ଥିବା ଓ କିଛି ବ୍ୟବସାୟୀଙ୍କ ଅବହେଳା ଯୋଗୁଁ ସମସ୍ତଙ୍କୁ ହଇରାଣ ହେବାକୁ ପଡିଥିବା ସ୍ବୀକାର କରିଛନ୍ତି କିଛି ବ୍ୟବସାୟୀ । ତେବେ ଦୀର୍ଘ ବର୍ଷ ଧରି ମାଗଣାରେ ବ୍ୟବସାୟ କରି ମୁନାଫା ଉଠାଇଥିବା ବ୍ୟବସାୟୀ ଏବେ ୨୫ ହଜାର ଟଙ୍କାର ସ୍ଥାୟୀ ଜମା ଓ ମାସିକ ୟୁଜର୍ସ ଫି ବାବଦକୁ ୬ ହଜାର ଟଙ୍କା ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଅର୍ଥକୁ ହ୍ରାସ କରିବା ସହିତ କିଛି ଦିନର ମହଲତ ଦେବାକୁ ଅନୁରୋଧ କରିଛନ୍ତି।
Published by:Soumya Das
First published: