ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀରେ ମହିଳାଙ୍କ ବେକ କାଟିଥିବା ଯୁବକ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା, ଲକଡାଉନ୍ ପରଠୁ ବେକାର ଥିଲା

ରାଜଧାନୀରେ ମହିଳାଙ୍କ ବେକ କାଟିଥିବା ଯୁବକ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା, ଲକଡାଉନ୍ ପରଠୁ ବେକାର ଥିଲା

ନୟାପଲ୍ଲୀ ରେଣ୍ଟାଲ୍ କଲୋନୀର ବାସିନ୍ଦା ୨୫-ବର୍ଷୀୟ ଅଭିଯୁକ୍ତ ଯୁବକ ଅମର ଦିଗାଲ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ଜଣେ ପେସାଦାର ଅପରାଧୀ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ରାଜଧାନୀରେ ମହିଳାଙ୍କ ବେକ କାଟିଥିବା ଯୁବକ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା, ଲକଡାଉନ୍ ପରଠୁ ବେକାର ଥିଲା
ଅଭିଯୁକ୍ତ ଯୁବକ ଓ (ଡାହାଣ) ହସପିଟାଲରେ ଆହତ ମହିଳା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ସି.ଆର୍‌.ପି. ଛକ ନିକଟରେ ଜଣେ ମହିଳାଙ୍କୁ ଲୁଟ୍‌ କରିବା ଉଦ୍ୟମରେ ତାଙ୍କ ତଣ୍ଟି କାଟିଥିବା ଯୁବକ ଲକଡାଉନ୍‌ ଆରମ୍ଭ ହେବା ସମୟରୁ କାମ ହରେଇ ବେକାର୍‌ ବସିଥିଲା । ଟଙ୍କା ଆବଶ୍ୟକ ହେବାରୁ ସେ ଅପରାଧକୁ ଏକ ସହଜ ପନ୍ଥା ବୋଲି ଭାବି ସକାଳର ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।

ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିବା ଏହି ଜଘନ୍ୟ କାଣ୍ଡ ଘଟିବାର ଦିନକ ପରେ କମିଶନରେଟ୍‌ ପୋଲିସ ସେହି ଯୁବକକୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ ଗିରଫ କରିଥିବା ୨୫-ବର୍ଷୀୟ ଯୁବକ ଅମର ଦିଗାଲ ନୟାପଲ୍ଲୀ ରେଣ୍ଟାଲ୍‌ କଲୋନୀର ରହେ । ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେ

ଅଭିଯୁକ୍ତ ଅମର ଦିଗଲ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ଜଣେ ପେସାଦାର ଅପରାଧୀ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲେ ବି ତା’ର ଅତୀତର କାର୍ଯ୍ୟକଳାପକୁ ନେଇ ତଦନ୍ତ ଚଳାଇଛି । ଅମର ଲକଡାଉନ୍‌ ଆରମ୍ଭ ହେବା ପୂର୍ବରୁ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ହେଲେ ଗତ ବର୍ଷ ଲକଡାଉନ୍‌ ପରଠୁ ତାକୁ ରଙ୍ଗ କାମ ମିଳିବା ବନ୍ଦ ହୋଇଯିବାରୁ ସେ କିଛି ଦିନ ପରିବା ବେପାର କରିଥିଲା । କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହରରେ ତାକୁ କୌଣସି କାମ ନ ମିଳିବାରୁ ସେ ଏଣେ ତେଣେ ବୁଲୁଥିଲା ବୋଲି ପୋଲିସ କହିଛି ।

ସି.ଆର୍.ପି. ଛକ ଠାରୁ ମାତ୍ର ୫୦ ମିଟର୍ ଦୂରରେ ଥିବା ୟୁନିକ୍ ଗାଙ୍ଗୁରାମ ଦୋକାନ ପାଖରେ ଘଟିଥିଲା ଏହି ଘଟଣା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ

‘‘ମହିଳାଙ୍କ ଉପରେ ଆକ୍ରମଣ ଘଟଣା ପରଠୁ ଅମର ଫେରାର୍‌ ଥିଲା । ତାକୁ ଧରିବା ପାଇଁ ନୟାପଲ୍ଲୀ ଥାନା ଓ ସ୍ପେଶାଲ୍‌ ସ୍କ୍ୱାର୍ଡ଼ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଯଦିଓ ସି.ସି.ଟି.ଭି. ଫୁଟେଜରେ ପୂରା ଘଟଣା ରେକର୍ଡ଼ ହୋଇଥିଲା, ସେ ମାସ୍କ ପିନ୍ଧିଥିବାରୁ ସ୍ପଷ୍ଟ ଭାବେ ଜଣା ପଡୁ ନ ଥିଲା । ତେଣୁ ତାକୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସି.ସି.ଟି.ଭି.ର ଫୁଟେଜକୁ ଯାଞ୍ଚ କରିବା ପରେ ଆମେ ଅମରକୁ ଧରିବାରେ ସକ୍ଷମ ହୋଇଥିଲୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | ମାମଲା ? ରାହୁଳ ଗାନ୍ଧୀ ଟ୍ୱିଟର୍ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ନାମୀ ବ୍ୟକ୍ତିଙ୍କୁ ଅନ୍ଫଲୋ କଲେ

ମେ ୩୧ ତାରିଖ ସୋମବାର ସକାଳ ୬ଟା ୩୦ ମିନିଟରେ ନୟାପଲ୍ଲୀ ଏନ୍‌-୩ରେ ରହୁଥିବା ଅଂଶୁ ଗୁପ୍ତା ନାମକ ମହିଳା ପରିବା କିଣିବା ପାଇଁ ଚାଲି ଚାଲି ସିଆରପି ଛକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲା ଅମର । ସେ ଅଂଶୁଙ୍କୁ ନିଜ ଦାମୀ ମୋବାଇଲ୍‌ ଫୋନ୍‌ ଓ ସୁନା ଚୁଡ଼ି ତାକୁ ଦେଇଦେବାକୁ କହିଥିଲା । ଅଂଶୁ ମନା କରିବାରୁ ସେ ପକେଟରୁ ଛୁରୀ ପରି ଏକ ଧାରୁଆ ଅସ୍ତ୍ର ବାହାର କରି ତାଙ୍କ ଗଳା କାଟିଦେଇ ଦୌଡ଼ି ସେଠାରୁ ଚାଲିଯାଇଥିଲା । ଏହି ଦୃଶ୍ୟ ସେଠାରେ ଲାଗିଥିବା ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିଲା ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ


ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestle ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା

‘‘ଆମେ ଅଭିଯୁକ୍ତ ଯୁବକର ପୁରୁଣା ଆପରାଧିକ ରେକର୍ଡ଼ ବିଷୟରେ ଏବେ ଖୋଳତାଡ଼ କରୁଛୁ । ଆକ୍ରମଣରେ ସେ ବ୍ୟବହାର କରିଥିବା ଅସ୍ତ୍ର ଛୁରୀ ନୁହେଁ, ମାତ୍ର ଛୁରୀ ପରି ଏକ ଧାରୁଆ ଅସ୍ତ୍ର ଥିଲା । ସି.ସି.ଟି.ଭି. ଫୁଟେଜକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ସେ ପେସାଦାର ଅପରାଧୀ ନୁହେଁ । ତା’ର ହାବଭାବ ଦେଖିଲେ ସେ ପେସାଦାର ଅପରାଧୀ ବୋଲି ବାରି ହେଉନି । ତଥାପି ଆମେ ତଦନ୍ତ କରୁଛୁ । ଆବଶ୍ୟକ ପଡ଼ିଲେ ତା’ ପରିବାର ଲୋକଙ୍କୁ ବି ପଚରାଉଚରା କରାଯିବ,’’ କହିଛନ୍ତି ଡିସିପି ମିଶ୍ର ।

ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା

ଏହି ଦୁଃସାହହସିକ ଆକ୍ରମଣ ସି.ଆର୍‌.ପି. ଛକଠୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା । ଅମର ଅଂଶୁ ଗୁପ୍ତାଙ୍କ ଗଳା କାଟିଦେଇ କିଛି ବାଟ ଦୌଡ଼ି ପଳାଇବା ପରେ ପୁଣି ଥରେ ତାଙ୍କ ଆଡ଼କୁ ଆସୁଥିଲା । ଅଂଶୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ଓ ଅମର ସେଠୁ ଚମ୍ପଟ ମାରିଥିଲା । ନହେଲେ ସେ ତାଙ୍କ ମୋବାଇଲ୍‌ ଫୋନ୍‌ ଓ ସୁନା ଚୁଡ଼ି ନେବାକୁ ପ୍ରୟାସ କରିଥାନ୍ତା ବୋଲି ସି.ସି.ଟି.ଭି. ଫୁଟେଜରୁ ପ୍ରତୀତ ହେଉଛି ।



ଅଂଶୁ ଗୁପ୍ତା ଏବେ ବି ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦିଓ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ହୋଇଛି, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ । ଅଭିଯୁକ୍ତ ଅମର ଦିଗାଲକୁ କଠୋର ଦଣ୍ଡ ମିଳିବାର ବ୍ୟବସ୍ଥା ପୋଲିସ କରୁ ବୋଲି ଅଂଶୁଙ୍କ ପରିବାର ଲୋକେ ଦାବି କରିଛନ୍ତି ।
Published by: Anand ST Das
First published: June 3, 2021, 11:27 PM IST