ଭୁବନେଶ୍ୱରରେ ସାମାନ୍ୟ ବଚସାରୁ ୨୬ ବର୍ଷୀୟ ଯୁବକକୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ

ଗାଡି଼ ଧକ୍କାକୁ ନେଇ ହୋଇଥିବା ସାମାନ୍ୟ ବଚସା ପରେ ସନାତନ ଘରେ ଥିବା ବେଳେ ତାକୁ ରାଜା ବାହରକୁ ଡାକି ହତ୍ୟା କରିଥିଲା । ପୋଲିସ ଅଟକ ରଖିଥିବା ଛଅ ଜଣ ସନ୍ଦିଗ୍ଧଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି ।

ମୃତ ଯୁବକ ସନାତନ ରାଉତରାୟ ଓ (ଡାହାଣ) ହତ୍ୟାରେ ବ୍ୟବହୃତ ଛୁରୀ

ମୃତ ଯୁବକ ସନାତନ ରାଉତରାୟ ଓ (ଡାହାଣ) ହତ୍ୟାରେ ବ୍ୟବହୃତ ଛୁରୀ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଯୁବକକୁ ବୀଭତ୍ସଭାବେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ସାମାନ୍ୟ ବଚସାରୁ ୨୬ ବର୍ଷୀୟ ସନାତନ ରାଉତରାୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡି଼ଛି । ଛଅ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି ।

ମୃତ ଯୁବକଙ୍କ ଘର ଖଣ୍ଡଗିରି ଥାନା ରଘୁନାଥନଗର ଅଞ୍ଚଳରେ ଓ ସେ ଜଣେ ମୋବାଇଲ ଦୋକାନୀ ଥିଲେ । ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଏମ୍ସକୁ ପଠାଇଥିଲା । ମୃତ ସନାତନଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି ଖଣ୍ଡଗିରି ଥାନା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEO

“ଖବର ପାଇ ଆମେ ଘଟଣା ସ୍ଥଳରେ ପହଞ୍ଚିଥିଲୁ । ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ହତ୍ୟା ଘଟଣା ଘଟିଛି । ସାମାନ୍ୟ ପାଟିତୁଣ୍ଡରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏବେ ସୁଦ୍ଧା ଆମେ ଛଅ ଜଣଙ୍କୁ ଅଟକ ରଖିଛୁ । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି । ହେଲେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର୍ ଅଛି । ତାକୁ ଧରିବା ପାଇଁ ପକ୍ରିୟା ଚାଲିଛି । ହତ୍ୟାରେ ବ୍ୟବହୃତ ଛୁରୀକୁ ବି ଆମେ ଜବତ କରିଛୁ,” କହିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ।

ଏହା ବି ପଢ଼ନ୍ତୁ | ‘‘ଆମେ ଚିତ୍କାର କଲୁ, କେହି ଶୁଣିଲେନି…’’: ପାକିସ୍ତାନରେ କାରଖାନାରେ ନିଆଁ ଲାଗିଲା; ୧୫ ଜଣ ଶ୍ରମିକ ମଲେ

ମୃତ ସନାତନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରାଜା ନାମକ ଜଣେ ଯୁବକ ସନାତନକୁ ହତ୍ୟା କରିଛନ୍ତି । ରାଜାର ଘର ଜଙ୍କିଆ ଅଞ୍ଚଳରେ । ସେ ରଘୁନାଥନଗରରେ ନିଜ ସମ୍ପର୍କୀୟଙ୍କ ଘରେ ରହେ । ରାଜା ଓ ତାଙ୍କ ସମ୍ପର୍କୀୟମାନେ ମିଶି ସନାତନାକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | ବଡ଼ ଖବର: ଟ୍ରେନ୍ରେ AC ଯାତ୍ରା ଶସ୍ତା ହେବାକୁ ଯାଉଛି; ରେଳବାଇ ଏହି ସବୁ ପରିବର୍ତ୍ତନ କରୁଛି

ଘଟଣା ରାତିର ଗଣ୍ଡଗୋଳ ବି ସିସିଟିଭିରେ କଏଦ ହୋଇଛି । ଏଥିରେ ମୃତ ସନାତନଙ୍କ ସହ କିଛି ଯୁବକ ପାଟିତୁଣ୍ଡ କରୁଥିବା ଦେଖାଯାଇଛି । ପରେ ଏକ କୋଣରେ ସନାତନକୁ ସେମାନେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣର ଦୃଶ୍ୟ କୈଦ ହୋଇଥିବା ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଚଳାଇଛି ଖଣ୍ଡଗିରି ଥାନା ପୋଲିସ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

“ରବିବାର ଦିନ ସନାତନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗାଡି଼ ଧକ୍କାକୁ ନେଇ ରାଜା ସହ ତା’ର ସାମାନ୍ୟ ବଚସା ହୋଇଥିଲା । ପରେ ସନାତନ ଘରେ ଥିବା ବେଳେ ତାକୁ ରାଜା ବାହରକୁ ଡାକିଥିଲା । ରାଜା ସହିତ ତା’ର କିଛି ସମ୍ପର୍କୀୟ ଥିଲେ । କିଛି ସମୟରେ କଥା କଟାକଟି ପରେ ସନାତନ ଛାତିକୁ ରାଜା ଆକ୍ରମଣ କରିଥିଲା । ଆମେ ଜାଣି ନ ଥିଲୁ ରାଜା ହାତରେ ଛୁରୀ ଧରିଛି ବୋଲି । ସେ ବାରମ୍ବାର ଆକ୍ରମଣ କରିବା ପରେ ସନାତନ ଚିତ୍କାର କରିବାରୁ ଆମେ ଧାଇଁଆସିଲୁ । ସେମାନେ ପଳାଇଗଲେ କହିଛନ୍ତି ମୃତ ସନାତନଙ୍କ ଭାଇ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

ସନାତନଙ୍କ ଭାଇ ସଙ୍ଗେ ସଙ୍ଗେ ତାକୁ ଏମ୍ସକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି ।



ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ବସ୍ତିକୁ ଚାଲ ଅଭିଯାନ । ନିଶା କାରବାର ଓ ଅପରାଧୀଙ୍କ ସୁରାଗ ପାଇବା ପାଇଁ ବସ୍ତିଗୁଡି଼କ ଉପରେ ଅଧିକ ଫୋକସ୍‌ ଦିଆଯାଉଛି ବୋଲି କହୁଛି ପୋଲିସ । ହେଲେ ବାରମ୍ବାର ବସ୍ତିରେ ହିଁ ଗଣ୍ଡଗୋଳ ହେବା ପରେ ପରିସ୍ଥିତି ଭୟଙ୍କର ହେଉଛି । ଅନେକ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
Published by:Anand S.T. Das
First published: