‘‘ମୁଁ ମନ୍ତ୍ରୀଙ୍କ ପୁଅ’’: ଭୁବନେଶ୍ୱରରେ ମଦ ପିଇ ସ୍କୁଟି ଚଳାଉଥିବା ଯୁବକ ପୋଲିସକୁ କହିଲା, ଗିରଫ ହେଲା

ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରି ବିନା ଅତ୍ୟାବଶ୍ୟକ କାରଣରେ ସ୍କୁଟି ଚଳାଇ ଯାଉଥିବା ଓ ମଦ ନିଶାରେ ଥିବା ଯୁବକକୁ ପୋଲିସ ଅଟକାଇ ପଚାରିବାରୁ ସେ ସେମାନଙ୍କୁ ଧମକ ଚମକ ଦେବା ଆରମ୍ଭ କରିଥିଲା ।

‘‘ମୁଁ ମନ୍ତ୍ରୀଙ୍କ ପୁଅ’’: ଭୁବନେଶ୍ୱରରେ ମଦ ପିଇ ସ୍କୁଟି ଚଳାଉଥିବା ଯୁବକ ପୋଲିସକୁ କହିଲା, ଗିରଫ ହେଲା
ପୋଲିସ ଅଟକାଇଥିବା ବେଳେ ଜୀବନଜ୍ୟୋତି ମଲ୍ଲିକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘‘ମୁଁ ମନ୍ତ୍ରୀଙ୍କ ପୁଅ, ଆଉ ଜଣେ ବରିଷ୍ଠ ପୋଲିସ ଅଧିକାରଙ୍କ ସମ୍ପର୍କୀୟ ବି । ମୋତେ ଅଟକାଉଛ? ତମ ଚାକିରୀ ପିତା ଲାଗିଲାଣି କି?’’ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକରେ ନିଶାସକ୍ତ ଅବସ୍ଥାରେ ସ୍କୁଟି ଚଳାଇ ଯାଉଥିବା ବେଳେ ପୋଲିସ କର୍ମଚାରୀମାନେ ଅଟକାଇବାରୁ ସେମାନଙ୍କୁ ଏମିତି ପଚାରି ଗାଳିଗୁଲଜ କରୁଥିବା ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେ

ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜୀବନଜ୍ୟୋତି ମଲ୍ଲିକ ନାମକ ଏହି ଯୁବକ ରବିବାର ସନ୍ଧ୍ୟାରେ ଏମିତି ଅଶାଳୀନ ଆଚରଣ କରିଥିଲେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଲକଡାଉନ୍‌ ମଝିରେ ରବିବାର ଦିନ ସଟଡାଉନ୍‌ ଥିବାରୁ ରାଜଧାନୀର ବିଭିନ୍ନ ଛକରେ ପୋଲିସ ବ୍ୟାରିକେଡ୍‌ ଲଗାଇ ଚେକିଂ କରୁଥିଲା । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇ ବାହାରକୁ ବାହାରିବାର କାରଣ ପଚାରିବା ସହ ସେମାନଙ୍କ ଅଫିସ୍‌ ଆଇ.ଡି. କାର୍ଡ଼ ଯାଞ୍ଚ କରୁଥିଲା । କେବଳ ଜରୁରୀକାଳୀନ ସେବାରେ ମୁତୟନ ଥିବା ଲୋକଙ୍କୁ ରାସ୍ତାରେ ଯିବାକୁ ଦିଆ ଯାଉଥିବା ବେଳେ ଅମାନିଆଙ୍କ ଉପରେ କଡ଼ା ନଜର ରଖିଥିଲା ପୋଲିସ । ସେତିକି ବେଳେ ଏହି ଯୁବକଙ୍କୁ ଅଟକାଇଥିଲା ଏକ ପୋଲିସ ଟିମ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ଅଭିନେତ୍ରୀ ସର୍ଜରୀ ପରେ ପୁରୁଷ ହେଲେ, ସାର୍ଟ ଖୋଲି ନିଜ -ପ୍ୟାକ୍ ଆବସ୍ ଦେଖାଇଲେ

ଜୀବନଜ୍ୟୋତି ମଲ୍ଲିକ ଏକ ସ୍କୁଟି ଯୋଗେ ବରମୁଣ୍ଡାରୁ ନୂଆପଲ୍ଲୀ ଆଡ଼କୁ ଆସୁଥିଲେ । ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି କହିଛି ପୋଲିସ । ତାଙ୍କୁ ଫାୟାର ଷ୍ଟେସନ ଛକରେ ଅଟକାଇ ବାହାରକୁ ବାହାରିବାର କାରଣ ପଚାରିବାରୁ ପୋଲିସକୁ ସେ ଧମକାଇଥିବା ଅଭିଯୋଗ ହୋଇଛି । ମଲ୍ଲିକ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି କହିଥିଲେ । ତା’ ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କ ସମ୍ପର୍କୀୟ ବୋଲି ବି କହିଥିଲେ ଓ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ମନ ଇଚ୍ଛା ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ ହୁଏ କେମିତି ନିଜକୁ ସୁରକ୍ଷିତ ରଖିବେ

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ


‘‘ଆମେ ଏହି ଯୁବକକୁ ଅଟକ ରଖି ପଚରାଉଚରା କଲୁ । ସେ ମିଛ କହିଥିବା ଜଣା ପଡି଼ଥିଲା । ସେ ପୋଲିସକୁ ଭୟ ଦେଖାଇ ଖସି ଯିବାକୁ ଉଦ୍ୟମ କରିଥିଲା । ତେଣୁ ଆଜି (ସୋମବାର ଦିନ) ଖଣ୍ଡଗିରି ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଶେଷ କରି ସଟଡାଉନ ନିୟମ ଭାଙ୍ଗିବା, ମଦ ପିଇ ଗାଡି଼ ଚଲେଇବା ଓ ପୋଲିସ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଜୀବନଜ୍ୟୋତିକୁ ଗିରଫ କରାଯାଇଛି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ସେ କହିଛନ୍ତି ଯେ ସଟଡାଉନ୍‌ ସମୟରେ ପୋଲିସ କମିଶନରେଟ୍‌ ପୋଲିସ ଭୁବନେଶ୍ୱରରେ ୫୦ଟି ସ୍ଥାନରେ ନାକା କରିଛି । ‘‘ମୁଖ୍ୟ ଛକ ଗୁଡିକରେ ପୋଲିସ ନଜର ରଖିଛି, ହେଲେ ଅନେକ ଗଳି ରାସ୍ତା ଅଛି । ସେହି ରାସ୍ତାରେ ଅମାନିଆମାନେ ବୁଲୁଛନ୍ତି । ଯେଉଁମାନେ ଧରା ପଡୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି,’’ କହିଛନ୍ତି ଦାଶ ।



ଏହି ଘଟଣା ସମ୍ପର୍କରେ ଜଣେ ମହିଳା ଟ୍ରାଫିକ୍‌ କର୍ମଚାରୀ ବିଭିନ୍ନ ଗଣମାଧ୍ୟମରେ ବାଇଟ୍‌ ଦେଇଥିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । କମିସନରେଟ ପୋଲିସରେ ସିପି ଓ ଡିସିପିଙ୍କ ବିନା ଅନୁମତିରେ କୌଣସି ତଳିଆ କର୍ମଚାରୀ ବାଇଟ୍‌ ଦେଇ ପାରିବେ ନାହିଁ ବୋଲି ନିୟମ ଅଛି । ତେଣୁ ସମ୍ପୃକ୍ତ ଟ୍ରାଫିକ କର୍ମଚାରୀ ଜଣକ କେଉଁ ପରିସ୍ଥିତିରେ ବାଇଟ ଦେଲେ ତା’ର ତନାଘନା ଆରମ୍ଭ ହୋଇଛି । ଗଣମାଧ୍ୟମରେ ବାଇଟ୍‌ ଦେଇଥିବା ମହିଳା ଟ୍ରାଫିକ କର୍ମଚାରୀଙ୍କୁ ଭୁବନେଶ୍ୱର ଡିସିପି ତାଗିଦ କରିଛନ୍ତି ।
Published by: Anand ST Das
First published: May 31, 2021, 11:43 PM IST