ଜୋତା ତିଆରି କରି ସ୍ୱାବଲମ୍ବୀ ହେଲେ ଭୁବନେଶ୍ୱରର ୧୦ ମହିଳା; CMଙ୍କ ରିଲିଫ ପାଣ୍ଠିକୁ ଦାନ ଦେଲେ

ଚପଲ ତିଆରି ଓ ପ୍ରିଣ୍ଟ୍ ସରିବା ପରେ ଚପଲଗୁଡ଼ିକୁ ପ୍ୟାକେଜିଂ ବି କରୁଛନ୍ତି ଏହି ମହିଳାମାନେ । ଘର କାମ ସରିବା ପରେ ଦିନକୁ ୬୦ରୁ ୭୦ ହଳ ଚପଲ ତିଆରି କରୁଛନ୍ତି ପ୍ରତି ମହିଳା । ହଳେ ଚପଲକୁ ୧୦୦ ଟଙ୍କାରୁ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି ସେମାନେ ।

ଜୋତା ତିଆରି କରି ସ୍ୱାବଲମ୍ବୀ ହେଲେ ଭୁବନେଶ୍ୱରର ୧୦ ମହିଳା; CMଙ୍କ ରିଲିଫ ପାଣ୍ଠିକୁ ଦାନ ଦେଲେ
ଚପଲ ତିଆରିରେ ନିୟୋଜିତ ମହିଳାମାନେ
  • News18 Odia
  • Last Updated: March 8, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହିଳା ଯେ ଦୁର୍ବଳା ନୁହେଁ ଓ ସେ ପୁରୁଷମାନଙ୍କ ସହ ସବୁ କ୍ଷେତ୍ରରେ ସମକକ୍ଷ, ତାହା ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱର ନୀଳାଦ୍ରିବିହାର ଇଶାନେଶ୍ୱର ବସ୍ତିର ୧୦ ଜଣ ମହିଳା । ଜୋତା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଏହି ମହିଳାମାନେ। ଚପଲ ସିଲେଇ ଠାରୁ ଆରମ୍ଭ କରି ଚପଲ ପ୍ରିଣ୍ଟ ବି କରୁଛନ୍ତି ।

ନିଜ ଶ୍ରମ ଓ କୌଶଳ ବ୍ୟବହାର କରି ସ୍ୱାବଲମ୍ବୀ ହୋଇଥିବା ଏହି ୧୦ ଜଣ ମହିଳା ଚପଲ ପ୍ରିଣ୍ଟ କରିବା ପାଇଁ ଏକ ମେସିନ ବସାଇଛନ୍ତି । ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌.ଏଚ୍‌.ଜି.) ଜରିଆରେ ଅର୍ଥ ଆଣି ଏକ ସେମାନେ ଚପଲ ଫ୍ୟାକ୍ଟ୍ରି ସ୍ଥାପନ କରିଛନ୍ତି । ଭୁବନେଶ୍ୱରରେ ଏହି ଅଭିନବ ପ୍ରୟାସ ସେମାନେ ଆରମ୍ଭ କରିଥିଲେ ୨୦୧୯ ନଭେମ୍ବରରୁ । ରାଞ୍ଚୀରୁ କଟିଂ ସ୍ଲିପର ଆଣି ସେଥିରେ ଫିତା ଲଗାଇବା, ପ୍ରିଣ୍ଟ କରିବା ପ୍ରମୁଖ କାମ କରୁଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର

ଚପଲ ତିଆରି କରିବା ପରେ ସେହି ଚପଲସବୁକୁ ପ୍ୟାକେଜିଂ ମଧ୍ୟ କରୁଛନ୍ତି ଏହି ମହିଳାମାନେ । ଏହି ସବୁ ଚପଲକୁ ଗୋଷ୍ଠୀର ମହିଳାମାନେ ବଜାରରେ ବିକ୍ରି କରିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଧ୍ୟ ବିକ୍ରି କରୁଛନ୍ତି । ଗଲା ବର୍ଷେ ହେଲା ସେମାନେ ଏଭଳି ଚପଲ ତିଆରି କରୁଛନ୍ତି ।

ଗଲା ବର୍ଷେ ହେଲା ସେମାନେ ଏଭଳି ଚପଲ ତିଆରି କରୁଛନ୍ତି ।


‘‘୧୦୧୯ରେ ବାଲିଯାତ୍ରାରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚପଲ ଆମେ ବିକ୍ରି କରିଥିଲୁ । ମିଶନ ଶକ୍ତି ମେଳାରେ ୪୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚପଲ ବିକ୍ରି କରିପାରିଥିଲୁ । ଆମ ଗୋଷ୍ଠୀର ମହିଳାମାନେ ବର୍ଷକ ମଧ୍ୟରେ ୯୦ ହଜାର ଟଙ୍କାର ବ୍ୟବସାୟ କରିଛନ୍ତି । ଘର କାମ ସରିବା ପରେ ଦିନକୁ ୬୦ରୁ ୭୦ ହଳ ଚପଲ ତିଆରି କରୁଛନ୍ତି,’’ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଭସିନୀ ନାୟକ ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା

ହଳେ ଚପଲକୁ ୧୦୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି ଏହି ମହିଳାମାନେ । ‘‘କରୋନା ମହାମାରୀ କାରଣରୁ ଆମ ଚପଲ ଫ୍ୟାକ୍ଟ୍ରି ବନ୍ଦ ରହିଥିଲେ ସୁଦ୍ଧା ତିଆରି ହୋଇ ରହିଥିବା ଚପଲ ସବୁକୁ ଆମେ ବିକ୍ରି କରୁଥିଲୁ । ଲକଡାଉନ ଭିତରେ ପ୍ରାୟ ୨,୦୦୦ ଚପଲ ବିକ୍ରି କରିଛୁ,’’ ଖୁସି ବ୍ୟକ୍ତ କରି କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଲକଡାଉନ ସମୟରେ ବିକ୍ରି ହୋଇଥିବା ଚପଲର ଲାଭାଂଶ ଅର୍ଥାତ ୫,୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ଏହି ମହିଳାମାନେ । ଲକଡାଉନ୍‌ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ।



ଖାଇବା ଠାରୁ ଆରମ୍ଭ କରି ପୋଷାକ ପରିଧାନ ଏବଂ ବିଭିନ୍ନ ହସ୍ତତନ୍ତ, ହସ୍ତକଳା ଓ ପନିପରିବା ଚାଷ ଆଦି ବିଭିନ୍ନ କାର୍ଯ୍ୟରେ ମହିଳାମାନଙ୍କ ଝଲକ ଦେଖିବାକୁ ମିଳୁଛି । ଏବେ ନୂତନ କୌଶଳ ଓ ଚିନ୍ତଧାରା ମାଧ୍ୟମରେ ଚପଲ ତିଆରି କରି ଅନ୍ୟ ମହିଳାଙ୍କୁ ରୋଜଗାରର ବାଟ ଦେଖାଇ ପାରିଛନ୍ତି ଏହି ମହିଳାମାନେ ।
Published by: Anand Shankar Thankur Das
First published: March 8, 2021, 11:55 PM IST