News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ନାମକ ୨୩-ବର୍ଷୀୟା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟାଇଛି କମିସନରେଟ୍ ପୋଲିସ । ତାହା ହତ୍ୟା ନୁହେଁ, ବରଂ ଆତ୍ମହତ୍ୟା ଥିଲା ବୋଲି ସ୍ପଷ୍ଟ କରିଛି ଭରତପୁର ଥାନା ପୋଲିସ । ସୁରେଖାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷ ବନ୍ଧୁ ଓ ତା’ର ସହଯୋଗୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ କରିଛି କମିସନରେଟ ପୋଲିସ ।
ସୁରେଖାଙ୍କ ଆତ୍ମହତ୍ୟା ପଛରେ ନୟାଗଡ଼ ଅଞ୍ଚଳର ବାସିନ୍ଦା ତାଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା (୧୯) ଓ ତା’ ସହଯୋଗୀ ମାନସ ପାତ୍ରର (୧୯) ଭୂମିକା ରହିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଉଭୟଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଜଣେ ନାବାଳକକୁ ମଧ୍ୟ ନିଜ ହେପାଜତରେ ରଖିଛି ପୋଲିସ । ଗିରଫ ବିଶ୍ୱଜିତ ଓ ମାନସକୁ ନେଇ ଘଟଣା ସ୍ଥଳରେ 'କ୍ରାଇମ ସିନ୍ ରିକ୍ରିଏସନ୍' କରିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିକାନୀର୍ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା; ୭ ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ
‘‘ଆମେ ସୁରେଖାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲୁ । ତଦନ୍ତ ବେଳେ ବିଶ୍ୱଜିତ ଓରଫ ଛୋଟୁର ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ସୁରେଖା ରହୁଥିବା ଭଡ଼ାଘର ସାମନାରେ ଛୋଟୁ ଓ ତା’ ସାଙ୍ଗମାନେ ରହୁଥିଲେ । ଘଟଣା ପରଠୁ ଛୋଟୁ ଓ ତା’ ସାଙ୍ଗମାନେ ଫେରାର ଥିଲେ । ଆମେ ଛୋଟୁକୁ ଧରିବା ପାଇଁ ନୟାଗଡ଼ ଯାଇ ସେଠାରୁ ତାକୁ ଓ ମାନସକୁ ଗିରଫ କରିଛୁ,’’ କହିଛନ୍ତି ଭୁବନେଶ୍ୱର ଜୋନ୍-୩ ଏ.ସି.ପି. ରଜତ ରାୟ ।

ସୁରେଖା ପଲେଇ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ
ଏକ ସାମ୍ବାଦିକ ସମ୍ମିଳନୀରେ ସୁରେଖାଙ୍କ ଆତ୍ମହତ୍ୟା ପଛର ରହସ୍ୟ କହିଛି ପୋଲିସ । ସୁରେଖା ବିଶ୍ୱଜିତ ଓରଫ ଛୋଟୁକୁ ଭଲ ପାଉଥିଲେ ଓ ବିବାହ କରିବାକୁ ଜିଦ୍ କରୁଥିଲେ । ସୁରେଖାଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଛୋଟୁର ବୟସ ୧୯ ବର୍ଷ ହୋଇଥିବାରୁ ସେ ତାଙ୍କୁ ବିବାହ କରିବାକୁ ମନା କରୁଥିଲା । ଏହାକୁ ନେଇ ସୁରେଖା ବ୍ଲେଡରେ ନିଜ ହାତ କାଟିଦେବା ଭଳି ଧମକପୂର୍ଣ୍ଣ ମେସେଜ୍ ହ୍ୱାଟ୍ସଆପରେ ପଠାଉଥିଲେ ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛି
ଜାନୁଆରୀ ୧୦ ତାରିଖ ରବିବାର ଦିନ ବିବାହ କଥାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ମନୋମାଳିନ୍ୟ ହୋଇଥିଲା । ହେଲା ରାତିରେ ଛୋଟୁ ନିଜ ରୁମରେ ଭୋଜି ଆୟୋଜନ କରିଥିବା କଥା ସୁରେଖକୁ କହି ତାଙ୍କୁ ସେ ଭୋଜିକୁ ଆସିବାକୁ କହିଥିଲା । ସମସ୍ତେ ମିଶି ଭୋଜି କରିବା ପରେ ଛୋଟୁ ଓ ତା’ ସାଙ୍ଗମାନେ ଗୋଟିଏ ରୁମରେ ଶୋଇଥିବା ବେଳେ ଅନ୍ୟ ଏକ ରୁମରେ କବାଟ ବନ୍ଦ କରି ସୁରେଖା ନିଜ ବେକରେ ଏକ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିଲେ ।

ସୁରେଖା ପଲେଇଙ୍କ ଘରେ ପୋଲିସର ଏକ ଟିମ୍ ତଦନ୍ତ କରୁଛି ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ
‘’୧୧ ତାରିଖ ସକାଳେ ସୁରେଖା କବାଟ ନ ଖୋଲିବାରୁ ଛୋଟୁ ଓ ତା’ ସାଙ୍ଗମାନେ ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପଶିବା ପରେ ତାକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ସମସ୍ତେ ମିଶି ମୃତ ଦେହକୁ ତଳକୁ ଆଣି ସୁରେଖା ରହୁଥିବା ଭଡ଼ା ଘରକୁ ନେଇ ଯାଇଥିଲେ। ସକାଳୁ କୁହୁଡି଼ ଥିବାରୁ ଆଖପାଖ ଲୋକ କେହି ସେତେବେଳକୁ ଉଠି ନ ଥିଲେ । ତେଣୁ ସହଜରେ ସମସ୍ତେ ମୃତ ଦେହକୁ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଥିଲେ । ପରେ ଘରର ବନ୍ଦ କରି ନୟାଗଡ଼ ପଳାଇଥିଲେ,’’ କହିଛନ୍ତି ଜୋନ୍-୩ ଏ.ସି.ପି. ରଜତ ରାୟ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା
ସୁରେଖା ପଲେଇଙ୍କ ମୃତ ଦେହକୁ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ନେବା ଓ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା କରିବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଆଇ.ପି.ସି.ର ଦଫା ୩୦୬, ୩୦୧ ଓ ୩୪ରେ ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ । ନାବାଳକ ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଯାଇଥିବା ଭରତପୁର ଥାନା ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା
ସୋମବାର ଦିନ ଭରତପୁର ଥାନା ତାରିଣୀ ବସ୍ତିରେ ଥିବା ଏକ ଭଡା ଘରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ତଦନ୍ତ ବେଳେ ଜଣା ପଡି଼ଥିଲା ଯେ ଯୁବତୀ ଜଣଙ୍କ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ସୁରେଖା ପଲେଇ । ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ହେଲେ ଏମ୍ସର ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଯେ ସୁରେଖାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିଲା ଓ ଏହା ଏକ ଆତ୍ମହତ୍ୟା ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।