News18 Odia Digital
ଭୁବନେଶ୍ୱର: ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଦୀର୍ଘ ସାତ ବର୍ଷ ହେବ ଜୋର୍ ଜବରଦସ୍ତ ଦେହ ବ୍ୟବସାୟରେ ଲଗାଉଥିବା ସେ ଅଭିଯୋଗ କରିଛନ୍ତି । ଦେହ ବ୍ୟବସାୟ କରିବାକୁ ରାଜି ନ ହେବାରୁ ତାଙ୍କ ଉପରେ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ସୈତାନ ସ୍ୱାମୀ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।
ଚନ୍ଦ୍ରଶେଖରପୁର ଥାନାରେ ଏହି ମାମଲା ବିଷୟରେ ଅଭିଯୋଗ ମିଳିବା ପରେ ମହିଳା ରହୁଥିବା ଘରେ ପୋଲିସ ପହଞ୍ଚି ତାଙ୍କୁ ଓ ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀ ଚନ୍ଦନ ଆଚାର୍ଯ୍ୟଙ୍କୁ ଗିରଫ କରିଛି । ମହିଳାଙ୍କ ଦେହର ବିଭିନ୍ନ ଅଙ୍ଗରେ ଆଘାତର ଚିହ୍ନ ସ୍ପଷ୍ଟ ଦିଶୁଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମୂଳ ବାସିନ୍ଦା ଏହି ମହିଳାଙ୍କ କହିବା ଅନୁସାରେ ସେ ପ୍ରାୟ ଦଶ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତୀ ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା ଓ ଦୁହେଁ ପ୍ରେମ ବିବାହ କରିଥିଲେ ।

ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଆଚାର୍ଯ୍ୟ
‘‘ପ୍ରଥମେ ପ୍ରାୟ ଦୁଇ ବର୍ଷ ଆମ ସଂସାର ଠିକ୍ ଚାଲିଥିଲା । ପରେ ସେ (ଚନ୍ଦନ) ଜବରଦସ୍ତି ମୋତେ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ମୋତେ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଇଥିଲା । ମୁଁ ତା’ କଥା ନ ମାନି ପର ପୁରୁଷ ସହ ନ ଶୋଇଲେ ସେ ମୋତେ ଖୁବ୍ ପିଟୁଥିଲା । ଏପରିକି ମୋ’ ଯୌନାଙ୍ଗରେ ବୋତଲରେ ଆଘାତ କରିଥିଲା । ସେ ମୋତେ ଯେତିକି କଷ୍ଟ ଦେଇଛି ସେ ବି ସେତିକି କଷ୍ଟ ପାଇବା ଦରକାର,’’ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ କହିଛନ୍ତି ପାଖାପାଖି ୩୦ ବର୍ଷ ବୟସ୍କ ଏହି ପୀଡ଼ିତା ମହିଳା । ସେ କହିଛନ୍ତି ଯେ ଚନ୍ଦନ ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାନ୍ତି ।
ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭଲ ଖବର ଆସିଛିଘଟଣା ବିଷୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମହିଳା ରହୁଥିବା ଘରେ ଚଢ଼ଉ କରି ମା’ ଓ ଝିଅଙ୍କୁ ଉଦ୍ଧାର କରିବା ସହ ଚନ୍ଦନକୁ କାବୁ କରି ଥାନାକୁ ଆଣିଥିଲା । ଘଟଣା ବିଷୟରେ ମହିଳାଙ୍କ ମା’ ଜାଣିବା ପରେ ଝିଅକୁ ନେବାକୁ ଆସିବାରୁ ତାଙ୍କୁ ମଧ୍ୟ ଚନ୍ଦନ ଧମକାଧମକି କରିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା‘‘ଏହି ଘଟଣାକୁ ଆମେ ଗୁରୁତ୍ୱର ସହ ନେଇଛୁ । ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଓ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି । ଘଟଣାର ବିଭିନ୍ନ ଦିଗ ଉପରେ ଅଧିକ ତଦନ୍ତ ଚାଲିଛି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଚନ୍ଦନଙ୍କ ବାପା କିନ୍ତୁ ନିଜ ପୁଅକୁ ନିର୍ଦୋଷ ବୋଲି ଦର୍ଶାଇ ବୋହୂ ବିରୋଧରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ‘‘ଆଗରୁ ତା’ର (ବୋହୂର) ଅନେକ କଥା ମୁଁ ନିଜେ ଦେଖିଚି । ମୁଁ ପ୍ରତିବାଦ କରିବାରୁ ସେ ମୋତେ ଖାଇବାକୁ ଦିଏନି । ଅନେକ ଲୋକଙ୍କ ପାଖରେ ତା’ ଭିଡିଓ ବି ଅଛି,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।