ଭୁବନେଶ୍ବର: ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା

କ୍ୟାପିଟାଲ୍‌ ହସପିଟାଲର ଡାକ୍ତରମାନେ ବିଷ ପାନ କରିଥିବା ଏହି ଚାରି ଜଣଙ୍କ ଚିକିତ୍ସା ତୁରନ୍ତ ଆରମ୍ଭ କରିଥିଲେ । ହେଲେ ଦୁଇ ଓ ତିନି ବର୍ଷ ବୟସର ଦୁଇ ଶିଶୁଙ୍କୁ ବଞ୍ଚାଇ ପାରି ନ ଥିଲେ । ତୃତୀୟ ଶିଶୁର ଜୀବନ ସଙ୍କଟାପନ୍ନ ରହିଛି ।

ଭୁବନେଶ୍ବର: ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା
କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟା
  • News18 Odia
  • Last Updated: March 28, 2021, 4:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୀବନରେ ଆସିଥିବା ଝଡ଼ଝଞ୍ଜାର ସାମନା କରିବାରେ ନିଜକୁ ଅସମର୍ଥ ମଣି ଜଣେ ମହିଳା ଏକ ଭୟାନକ ପଦକ୍ଷେପ ନେଇଛନ୍ତି । ସେ ନିଜ ତିନି କୁନି କୁନି ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତିନି ପିଲାଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ଭୁବନେଶ୍ବରର ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ରହୁଥିବା ରଜନୀ ଗରଦେଇ ନାମକ ଏହି ମହିଳା କେଉଁ କାରଣରୁ ଏପରି ପଦକ୍ଷେପ ନେଲେ ତାହା ଏ ଯାଏଁ ଜଣାପଡ଼ିନାହିଁ । ସେ ନିଜ ତିନି କୁନି କୁନି ପିଲାଙ୍କୁ ବିଷ ଖୁଆଇ ଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାଆ ଓ ତିନି ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଡାକ୍ତରମାନେ ତୁରନ୍ତ ବିଷ ପାନ କରିଥିବା ଏହି ଚାରି ଜଣଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଦୁଇ ଜଣ ପିଲାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେମାନେ ଶିଶୁ ପୁତ୍ର । ସେମାନଙ୍କ ବୟସ ମାତ୍ର ଦୁଇ ଓ ତିନି ବର୍ଷ । ଅନ୍ୟ ଶିଶୁଟିର ଜୀବନ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ସେ ଗୋଟିଏ ଶିଶୁ କନ୍ୟା । ତା’ ବୟସ ମାତ୍ର ଏକ ବର୍ଷ । ମାଆ ରଜନୀ ଗରଦେଇଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ରଜନୀ ଗରଦେଇଙ୍କ ପରିଜନମାନେ ସେ କାହିଁକି ଏମିତି ପଦକ୍ଷେପ ନେଲେ ତା’ ବିଷୟରେ କିଛି କହିବାରେ ଅସମର୍ଥ ହୋଇଛନ୍ତି । ପରିଜନଙ୍କ ଠାରୁ ଜଣାପଡ଼ିଛି ଯେ ପୂର୍ବରୁ ରଜନୀଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି

ଜଣେ ପରିଜନଙ୍କ କହିବା ଅନୁସାରେ ରବିବାର ସକାଳେ ପଡ଼ୋଶୀମାନେ ରଜନୀ ଓ ତାଙ୍କ ତିନି ପିଲାଙ୍କୁ ତାଙ୍କ ଘରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ପଡ଼ୋଶୀମାନେ ଡାକିବାରୁ ରଜନୀ ଉଠି ନ ଥିଲେ କି କୌଣସି ଉତ୍ତର ଦେଇ ନ ଥିଲେ । ତା’ ପରେ ପଡ଼ୋଶୀମାନେ ସେମାନେ ବିଷ ପାନ କରିଥିବା ସନ୍ଦେହ କରି ତୁରନ୍ତ ତାଙ୍କୁ ହସପିଟାଲକୁ ଆଣିବା ବ୍ୟବସ୍ଥା କରିଥିଲେ ।



ରଜନୀ ଗରଦେଇ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା । ଗତ କିଛି ଦିନ ଧରି ତାଙ୍କୁ କୌଣସି କାମ ମିଳି ନ ଥିବା ଓ ତିନି କୁନି କୁନି ପିଲାଙ୍କୁ ସମ୍ଭାଳି କୌଣସି କାମ କରିବାରେ ସେ ଅସମର୍ଥ ହୋଇଥିବା କହିଛନ୍ତି ତାଙ୍କ ପଡ଼ୋଶୀମାନେ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି, ହେଲେ ଏ ପର୍ଯ୍ୟନ୍ତ ରଜନୀଙ୍କ ଏହି ପଦକ୍ଷେପ ବିଷୟରେ ସଠିକ କୌଣସି ସୂଚନା ମିଳି ନ ଥିବା କହିଛି ।
Published by: Anand Shankar Thankur Das
First published: March 28, 2021, 4:32 PM IST