ଭୁବନେଶ୍ୱରରେ ସାଇବର୍ ଠକେଇ: ୨,୦୦୦ ଟଙ୍କା ଲୋଭରେ ପଡ଼ି ମହିଳା ହରେଇଲେ ୬୦,୦୦୦ ଟଙ୍କା
ନିଜକୁ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ଅପରାହ୍ଣରେ ଜଣେ ସାଇବର ମହିଳା ଠକ ମଧୁମିତାଙ୍କୁ ଫୋନ୍ କରି ତାଙ୍କ କ୍ରେଡିଟ କାର୍ଡ଼ ଆକ୍ଟିଭ କରିଦେବେ ବୋଲି କହିଥିଲେ l ୨,୦୦୦ ଟଙ୍କାର କୁପନ ମିଳିବ ବୋଲି ବି କହିଥିଲେ ।

ସାଇବର୍ ଠକେଇର ଶିକାର ହୋଇଥିବା ମଧୁମିତା ପଟ୍ଟନାୟକ
- News18 Odia
- Last Updated: June 24, 2020, 10:03 PM IST
ଭୁବନେଶ୍ୱର: ‘‘ମୁଁ ବ୍ୟାଙ୍କରୁ କହୁଛି । ଆପଣଙ୍କ କ୍ରେଡିଟ କାର୍ଡ଼ଟି ଆକ୍ଟିଭ ହେବ l ଆପଣ ଦୁଇ ହଜାର ଟଙ୍କାର କୁପନ ପାଇବେ l’’ ଏ ଭଳି ଲୋଭନୀୟ ଅଫର ଦେଇ ରାଜଧାନୀର ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକମାନେ ଲୁଟି ନେଇଛନ୍ତି ୬୦ ହଜାର ଟଙ୍କା l
ମାତ୍ର ୨,୦୦୦ ଟଙ୍କାର କୁପନ ଆଶାରେ ୬୦,୦୦୦ ଟଙ୍କା ଚାଲିଗଲା ଏହି ମହିଳାଙ୍କ ଆକାଉଣ୍ଟରୁ l ଲୁଟର ଶିକାର ହୋଇଛନ୍ତି ଲକ୍ଷ୍ମୀସାଗର ଜୟଦୁର୍ଗା ନଗର ବାସିନ୍ଦା ମଧୁମିତା ପଟ୍ଟନାୟକ l ସାଇବର ଠକେଇର ଶିକାର ହେବା ପରେ ମଙ୍ଗଳବାର ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି l
ନିଜକୁ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜଣେ ସାଇବର ମହିଳା ଠକ ମଧୁମିତାଙ୍କୁ ଫୋନ କରି ତାଙ୍କ କ୍ରେଡିଟ କାର୍ଡ଼ ଆକ୍ଟିଭ କରିବାକୁ କହିଥିଲେ l ମଧୁମିତା କହିଥିଲେ ଯେ ତାଙ୍କ କ୍ରେଡିଟ କାର୍ଡ଼ଟି ଦୀର୍ଘ ଦିନ ହେଲା ବ୍ୟବହାର ନ ହୋଇ ଘରେ ପଡ଼ି ରହିଛି l ମଧୁମିତା ଏହା କହିବା ପରେ ମହିଳା ଠକ ଜଣକ କହିଥିଲେ, ‘‘କ୍ରେଡିଟ କାର୍ଡ଼ଟି ଆପଣଙ୍କର ଆକ୍ଟିଭ ହେଲେ ଆପଣଙ୍କୁ ୨ ହଜାର ଟଙ୍କାର କୁପନ ମିଳିବ ।’’ ମାତ୍ର ଏହା ଠକାମିରେ ପକେଇବାକୁ ତାଙ୍କୁ ଲୋଭ ଦେଖାଯାଇଥିଲା ବୋଲି ପରେ ଜଣାପଡ଼ିଲା ।
‘‘ମାତ୍ର ଦୁଇ ହଜାର ଟଙ୍କାର ଲୋଭରେ ପଡି ମୁଁ ୬୦ ହଜାର ଟଙ୍କା ହରାଇଲି l ଟିକେ ଅସାବଧାନତାରୁ ଆଜି ମୁଁ ସାଇବର ଠକେଇର ଶିକାର ହେଲି,’’ କହିଛନ୍ତି ମଧୁମିତା ।

ସାଇବର କ୍ରାଇମ୍ ମାମଲାର ଏକ୍ସପର୍ଟ ପ୍ରଶାନ୍ତ ସାହୁ
ତାଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି l ପ୍ରାଥମିକ ଅନୁସନ୍ଧାନରୁ ସାଇବର ଠକେଇ ପଛରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି l
ସାଇବର କ୍ରାଇମ୍ ମାମଲାର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ‘‘ପୂର୍ବରୁ ବାହାର ରାଜ୍ୟର ଯୁବକମାନେ ଲୋକଙ୍କୁ ଫୋନ କରି ଠକୁଥିଲେ l କିନ୍ତୁ ଏବେ ସେମାନେ ଟ୍ରେଣ୍ଡ ବଦଳାଇ ଦେଇଛନ୍ତି l ଯୁବକଙ୍କ ବଦଳରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଯୁବତୀମାନେ ଫୋନ କରି ବିଭିନ୍ନ ଆଳରେ ଟଙ୍କା ଲୁଟୁଛନ୍ତି l ଏଥି ପାଇଁ ସାବଧାନ ରହିବାର ଆବଶ୍ୟକତା ରହିଛି ।’’
ମଧୁମିତାଙ୍କ ଭଳି ଏପ୍ରିଲ, ମେ ଓ ଜୁନ ୧୫ ତାରିଖ ସୁଦ୍ଧା ୬୦ ରୁ ଅଧିକ ଲୋକ ସାଇବର ଠକେଇ ଅଭିଯୋଗ ରାଜଧାନୀର ବିଭିନ୍ନ ଥାନାକୁ ଆସିଛି l ନିଜ କଷ୍ଟ ଅର୍ଜିତ ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି ଲୋକେ l ହେଲେ ଜଣେ ହେଲେ ସାଇବର ଅପରାଧୀ ପୋଲିସ ହାତରେ ଏ ପର୍ଯ୍ୟନ୍ତ ଧରାପଡ଼ିନାହାଁନ୍ତି l
ଏହା ବି ପଢ଼ନ୍ତୁ:
ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!
ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
ଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା
ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା
ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା
ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?