ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଦୁଇ ରାତି ପାଖରେ ରଖିଥିଲେ

ଭୁବନେଶ୍ୱରରେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଦୁଇ ରାତି ପାଖରେ ରଖିଥିଲେ

କୌଣସି ପଡ଼ୋଶୀ ଯଦି ତାଙ୍କ ସ୍ୱାମୀଙ୍କ ବିଷୟରେ ପଚାରୁଥିଲେ, ମହିଳା ସ୍ୱାମୀଙ୍କ ଦେହ ଖରାପ ଅଛି ବୋଲି କହି କଥାକୁ ଏଡ଼ାଇ ଯାଉଥିଲେ । ଭୋର୍ ଶବ ପୋଡ଼ିବାକୁ ବାହାରକୁ ନେବା ବେଳେ ପଡ଼ୋଶୀମାନେ ଦେଖିପକାଇଥିଲେ ।

ଭୁବନେଶ୍ୱରରେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଦୁଇ ରାତି ପାଖରେ ରଖିଥିଲେ
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଡ଼ୋଶୀମାନଙ୍କ ସହ କଥା ହେଉଛି ।
  • News18 Odia
  • Last Updated: September 21, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିବା ପରେ ତାଙ୍କ ଶବକୁ ଘରେ ଗୋଟିଏ କୋଠରୀରେ ଦୁଇ ରାତି ନିଜ ପାଖରେ ରଖିଥିଲେ । ଏହି ଘଟଣା ଜଣା ପଡ଼ିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । କୌଣସି ପଡ଼ୋଶୀ ଯଦି ତାଙ୍କ ସ୍ୱାମୀଙ୍କ ବିଷୟରେ ପଚାରୁଥିଲେ, ତାଙ୍କ ଦେହ ଖରାପ ଅଛି ବୋଲି କହି ସେ କଥାକୁ ଏଡ଼ାଇ ଯାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଡମଣା ମଣ୍ଡପ ବସ୍ତିର ସାମ ମୁଣ୍ଡୁରୀ (୪୦) । ସେ ବି.ଏମ୍‌.ସି.ର ଠିକା ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ତ୍ରୀ ଝିଙ୍କି ମୁଣ୍ଡୁରୀଙ୍କୁ (୫୦) ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି IAS ଅଫିସର୍ ଦେଶର ସବୁଠାରୁ ଶିକ୍ଷିତ ବ୍ୟକ୍ତି ଥିଲେ, ପରେ ମନ୍ତ୍ରୀ ବି ହୋଇଥିଲେ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରବିବାର ଦିନ ସ୍ୱାମୀ ସାମକୁ ହତ୍ୟା କରିଥିଲେ ଝିଙ୍କି । ତା’ ପରେ ଗୋଟିଏ କୋଠରୀରେ ଦୁଇ ରାତି ଧରି ଶବକୁ ନିଜ ପାଖରେ ରଖିଥିଲେ। କେହି ପଡ଼ୋଶୀ ଯଦି ସାମଙ୍କ କଥା ପଚାରୁଥିଲେ, ତାଙ୍କ ଦେହ ଖରାପ ଅଛି କହି ଏଡ଼ାଇ ଯାଉଥିଲେ ଝିଙ୍କି । ଫଳରେ ପାଖ ପଡି଼ଶାଙ୍କ ମନରେ କୌଣସି ସନ୍ଦେହ ଆସି ନ ଥିଲା । ମଙ୍ଗଳବାର ଭୋର୍‌ ସାମଙ୍କ ମୃତ ଦେହକୁ ପୋଡ଼ିବାକୁ ଝିଙ୍କି ବାହାରକୁ ନେଉଥିବା ବେଳେ ସନ୍ଦେହ କରିଥିଲେ ପାଖ ପଡି଼ଶାମାନେ । ସାମଙ୍କ ମୃତ୍ୟୁ ହୋଇଛି ଜାଣି ଝିଙ୍କିକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ସେମାନେ ।

ଏହା ବି ପଢ଼ନ୍ତୁ | ତାଲିବାନ୍ ସରକାରରେ No. ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

‘‘ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା । ଉଭୟ ବି.ଏମ୍‌.ସି.ର ଠିକା ସଫେଇ କର୍ମଚାରୀ । ରବିବାର ବି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହେଲେ ଏଭଳି ଘଟଣା ଘଟିଥିବା ଆମେ ଜାଣି ନ ଥିଲୁ। ଆଜି ସକାଳେ ଯେତେବେଳେ ସାମର ମୃତ ଦେହକୁ ଏକ ଲୁଗାରେ ଗୋଡ଼େଇ ସେ (ଝିଙ୍କି) ବାହାରକୁ ଆଣିଥିଲେ ଆମ ମନରେ ସନ୍ଦେହ ହୋଇଥିଲା । ଦେଖିଲା ବେଳକୁ ତାହା ତାଙ୍କ ସ୍ୱାମୀଙ୍କ ମୃତ ଦେହ ଥିଲା । ସଙ୍ଗେ ସଙ୍ଗେ ଆମ ପୋଲିସକୁ ଖବର ଦେଇଥିଲୁ,’’ କହିଛନ୍ତି ଜଣେ ପଡ଼ୋଶୀ ।

ଏହା ବି ପଢ଼ନ୍ତୁ | ବିବାହ ପରଠାରୁ ଏହି ମହିଳା ୨୫ ଥର ପର ପୁରୁଷ ସହ ପଳେଇଛନ୍ତି ଫେରି ଆସିଛନ୍ତି, ହେଲେ ଥର

ମୃତ ସାମଙ୍କ ମୂଳ ଘର ମୟୂରଭଞ୍ଜ ଜିଲ୍ଲାରେ । ୨୨ ବର୍ଷ ହେଲା ସେ ମଣ୍ଡପ ବସ୍ତିରେ ରହି ଆସୁଥିଲେ । ଝିଙ୍କି ପୂର୍ବରୁ ବିବାହିତା ଥିବା ବେଳେ ଗତ କିଛି ବର୍ଷ ହେବ ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡ଼ି ସାମଙ୍କୁ ବିବାହ କରି ତାଙ୍କ ସହ ରହୁଥିଲେ ବୋଲି ପୋଲିସ ତଦନ୍ତରୁ ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ ହୋଇଥିଲା

‘‘ଆମେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ମୃତ ଦେହଟି ରାସ୍ତା ଉପରେ ଥିଲା । ଘଟଣା ସ୍ଥଳରେ ମୃତକଙ୍କ ସ୍ତ୍ରୀ ଥିଲେ । ଆମେ ପ୍ରଥମେ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲୁ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ହିଁ ନିଜ ସ୍ୱାମୀକୁ ହତ୍ୟା କରିଥିବା ଆମର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି,’’ କହିଛନ୍ତି ଭୁବନେଶ୍ୱର ଜୋନ୍‌ ଏ.ସି.ପି. ପ୍ରକାଶ ଚନ୍ଦ୍ର ପାଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

ମୃତକର ଶରୀରରେ କୌଣସି ବଡ଼ ଧରଣର କ୍ଷତ ଚିହ୍ନ ନ ଥିଲା । ‘‘କେବଳ ତା’ ପିଠି ସାମାନ୍ୟ ଖଣ୍ଡିଆ ହୋଇଥିଲା । କିନ୍ତୁ କେମିତି ତାକୁ ହତ୍ୟା କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି଼ନି । ତେଣୁ ଫରେନସିକ ଟିମ୍‌ ସହାୟତାରେ ତଦନ୍ତ ଜାରି ରହିଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଯାଇଛି । ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ,’’ କହିଛନ୍ତି ପାଲ୍‌ ।
Published by: Anand S.T. Das
First published: September 21, 2021, 11:54 PM IST