News18 Odia Digital
ଭୁବନେଶ୍ୱର: ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଥିବା ଲୋମହର୍ଷକ ହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ପଛରେ ଥିବା ରହସ୍ୟର ଉଦଘାଟନ ପାଇଁ କମିଶନରେଟ୍ ପୋଲିସ ଚେଷ୍ଟା କରୁଥିବା ବେଳେ ସାମନାକୁ ଆସିଛି ଚମକପ୍ରଦ ତଥ୍ୟ । ୨୫ ବର୍ଷୀୟା ବିବାହିତା ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଗନ୍ନାଥ ପ୍ରଧାନ ପ୍ରିୟଙ୍କାଙ୍କ ସହ ତାଙ୍କ ତିନି ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ ହତ୍ୟା କରିବାକୁ ଯୋଜନା କରିଥିଲା ।
ଭାଗ୍ୟକୁ ବଞ୍ଚିଯାଇଛି ଶିଶୁ ପୁତ୍ରଟି । ଜୁନ୍ ୫ ତାରିଖ ପୂର୍ବାହ୍ନରେ ସେ ଘର ମାଲିକଙ୍କ ଘରେ ଥିବା ବେଳେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପିଲାଟିର ମା’କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଶିଶୁଟି ଯଦି ସେତିକି ବେଳେ ଭଡ଼ା ଘରେ ନିଜ ମା’ ସହିତ ଥାଆନ୍ତା ତାହେଲେ ତା’ ମା’ ସହିତ ସେ ବି ଏ ଦୁନିଆରୁ ବିଦାୟ ନେଇଥାଆନ୍ତା ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ
ରାକେଶ ସାହୁଙ୍କ ଭୀମଟାଙ୍ଗୀ ହାଉସିଂ ବୋର୍ଡ଼ କଲୋନୀର ଭଡ଼ା ଘରୁ ଜବତ ହୋଇଥିଲା ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ରକ୍ତାକ୍ତ ମୃତ ଦେହ । ତା’ ପାଖରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିଲେ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପ୍ରେମିକ ଜଗନ୍ନାଥ ପ୍ରଧାନ । ସେଠାରୁ ପୋଲିସୁ ମିଳିଥିବା ରକ୍ତଲଗା ସୁଇସାଇଡ୍ ନୋଟରେ ଜଗନ୍ନାଥ ପ୍ରଧାନ ଲେଖିଛନ୍ତି ଯେ ସେ ଉଭୟ ପ୍ରିୟଙ୍କା ଓ ତାଙ୍କ ତିନି ବର୍ଷର ପୁଅକୁ ହତ୍ୟା କରିବା ଯୋଜନା କରି ସେହି ଘରକୁ ଆସିଥିଲେ । ସୁଇସାଇଡ୍ ନୋଟ୍ ଜବତ କରି ତାକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ହତ୍ୟା ଓ ଆତ୍ମହତ୍ୟା ପାଇଁ ଜଗନ୍ନାଥ ନିଜ ସାଙ୍ଗରେ ନେଇଥିବା ବିଷ ବୋତଲ ଓ ଛୁରୀ ବି ସିଜ୍ କରିଛି ପୋଲିସ ।

ହସପିଟାଲରେ ହତ୍ୟାକାରୀ ପୂର୍ବ ପ୍ରେମିକ ଜଗନ୍ନାଥ ପ୍ରଧାନ
‘‘ମୃତକା ମହିଳାଙ୍କର ପୋଷ୍ଟ୍ ମର୍ଟମ୍ ହୋଇଛି । ତାଙ୍କ ଘରକୁ ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତକାରୀ ପୋଲିସ୍ ଟିମ୍ ଆଉ ଥରେ ଯାଇ ସର୍ଚ୍ଚ କରିଛନ୍ତି । ପୋଲିସର ଆଉ ଗୋଟିଏ ସ୍ୱତନ୍ତ୍ର ଟିମ୍ ଯାଜପୁର ଯାଉଛି ଏହି ଘଟଣାର ବିଭିନ୍ନ ଦିଗର ଅନୁସନ୍ଧାନ କରିବା ପାଇଁ । ଅଭିଯୁକ୍ତ ଯୁବକଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆମେ କଥା ହୋଇଛୁ । ସେ ଏବେ ବିପଦରୁ ବାହାରେ ଅଛନ୍ତି, ହେଲେ ଆଉ କିଛି ଦିନ ହସପିଟାଲରେ ତାଙ୍କ ଚିକିତ୍ସା କରାଯିବ । ସେ ସୁସ୍ଥ ହୋଇଯିବା ପରେ ଆମେ ଡାକ୍ତରଙ୍କ ଅନୁମତି ନେଇ ତାଙ୍କ ସହ ବିଶେଷ ଭାବରେ ପଚରାଉଚରା କରିବାକୁ ଅପେକ୍ଷା କରିଛୁ,’’ କହିଛନ୍ତି ଡିସିପି ଉମାଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ଓ ପତ୍ନୀ କିରଣ ରାଓଙ୍କ Love Storyର The End! ଦୁହିଁଙ୍କ ଛାଡ଼ପତ୍ର ହେଲା
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ମୃତକା ପ୍ରିୟଙ୍କା ଓ ହତ୍ୟାକାରୀ ଜଗନ୍ନାଥ ପରସ୍ପରକୁ ଦୀର୍ଘ ଦିନ ଧରି ଜାଣିଥିଲେ ଓ ପରେ କୌଣସି କାରଣରୁ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ସୁନିୟୋଜିତ ଢଙ୍ଗରେ ଏହି ହତ୍ୟା ଘଟଣା ଭିଆଇଥିଲେ । ‘‘ତାଙ୍କର (ଜଗନ୍ନାଥ) ଯୋଜନା ଅନୁସାରେ ସେ ପ୍ରଥମେ ଛୋଟ ଛୁଆଟିକୁ ମାରିଥାନ୍ତେ, ତା’ ପରେ ମହିଳାଙ୍କୁ ମାରିଥାନ୍ତେ ଓ ତା’ ପରେ ନିଜେ ଆତ୍ମହତ୍ୟା କରିଥାନ୍ତେ । ସୁଇସାଇଡ୍ ନୋଟରେ ସେ ଏହି କଥା ଲେଖିଛନ୍ତି,’’ କହିଛନ୍ତି ଦାଶ ।

ପ୍ରିୟଙ୍କାଙ୍କ ଶବଦାହ ସମୟରେ କାନ୍ଦୁଥିବା ଶାଶୁଘର ଲୋକେ
ସୁଇସାଇଡ୍ ନୋଟ୍, ହ୍ବାଟ୍ସଆପ୍ ମେସେଜ୍ ଓ ପରିବାର ଲୋକଙ୍କ ବୟାନରୁ ପ୍ରାଥମିକ ତଦନ୍ତରେ କମିଶନରେଟ୍ ପୋଲିସ ଜାଣିବାକୁ ପାଇଛି ଯେ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ପ୍ରେମ ସମ୍ପର୍କ ଥିଲା । ୨୦୧୫ରେ ପ୍ରିୟଙ୍କାଙ୍କ ବିବାହ ସହ ସେହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ଜଗନ୍ନାଥ ଲକଡାଉନ୍ ଯୋଗୁଁ ବର୍ଷେ ହେବ ଘରକୁ ପଳାଇ ଆସିବା ପରେ ଛଅ ବର୍ଷ ତଳେ କବର ନେଇଥିବା ସେହି ପୁରୁଣା ପ୍ରେମ ଜୀବନ୍ୟାସ ପାଇଥିଲା ଓ ପ୍ରେମିକରୁ ପିଶାଚ ପାଲଟିଯାଇଥିଲେ ଜଗନ୍ନାଥ ।
ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!
ପୋଷ୍ଟ୍ ମର୍ଟମ୍ ପରେ ପ୍ରିୟଙ୍କାଙ୍କ ମୃତ ଦେହ ତାଙ୍କ ଶାଶୁ ଘର ଯାଜପୁର ଜିଲ୍ଲାର କୁଆଖିଆ ବାହାଦଲପୁର ପଞ୍ଚାୟତର ମହମ୍ମଦପୁର ଗାଁକୁ ପଠାଇ ଦିଆଯାଇଛି । ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ । ସ୍ବାମୀ ରାକେଶ ସାହୁଙ୍କ ସହ ପ୍ରିୟଙ୍କାଙ୍କ ବାପଘର ଲୋକେ ବି ସାମିଲ ହୋଇଥିଲେ ଶବଧାରରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଓ ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ
‘‘କୋର୍ଟ ଏହି ଜଘନ୍ୟ ଅପରାଧ ପାଇଁ ଫଇସଲା କରି ଯାହା ଦଣ୍ଡ ଦେବ । ହୁଏତ ମୃତ୍ୟୁ ଦଣ୍ଡ ଦେଇପାରେ, ହୁଏତ ଆଜୀବନ କାରାଦଣ୍ଡ ଦେଇପାରେ । ଉପରେ ତ ଭଗବାନ ବୋଲି କେହି ଅଛି,’’ କହିଛନ୍ତି ଦୁଃଖରେ ଭାଙ୍ଗିପଡ଼ିଥିବା ପ୍ରିୟଙ୍କାଙ୍କ ବାପା ।
ଜଗନ୍ନାଥଙ୍କ ଗାଁ ଜାରକା ବଡ଼ମଙ୍ଗଳପୁରରେ ଥିବା ତାଙ୍କ ମା’ କହିଛନ୍ତି ଯେ ପ୍ରିୟଙ୍କାର ବିବାହ ପରଠୁ ଜଗନ୍ନାଥଙ୍କର ତା’ ସହ କୌଣସି ସମ୍ପର୍କ ନ ଥିଲା । ହେଲେ ପରେ ପ୍ରିୟଙ୍କା ନିଜେ ଜଗନ୍ନାଥକୁ ଫୋନ୍ କରିବା ଆରମ୍ଭ କରିଥିଲେ । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।