ମହିଳା ‘‘ସାମ୍ବାଦିକ’’ ଭୁବନେଶ୍ୱରରେ ମିଡ଼ିଆ ସଙ୍ଗଠନ ନାଁରେ ଆପରାଧିକ ଗ୍ୟାଙ୍ଗ୍ ଚଳାଇଥିଲେ!

‘ଲାଇଭ୍ କଳିଙ୍ଗ’ ନାମକ ୱେବ୍ ପୋର୍ଟାଲର ସାମ୍ବାଦିକା ଏକ ଗ୍ୟାଙ୍ଗ୍ ଗଢ଼ିବା ପରେ ଜଣେ ଠିକାଦାରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଓ ସିଗାରେଟ ଚେଙ୍କ ଦେବା ଅଭିଯୋଗ ଆସିଛି ।

ଗିରଫ ‘‘ସାମ୍ବାଦିକା’’ ପ୍ରିୟମ୍ବଦା ନାୟକ ଓ (ଡାହାଣ) ଆହତ ଖଣି ବ୍ୟବସାୟୀ ପୁର୍ଣ୍ଣଚନ୍ଦ୍ର ସାହୁ

ଗିରଫ ‘‘ସାମ୍ବାଦିକା’’ ପ୍ରିୟମ୍ବଦା ନାୟକ ଓ (ଡାହାଣ) ଆହତ ଖଣି ବ୍ୟବସାୟୀ ପୁର୍ଣ୍ଣଚନ୍ଦ୍ର ସାହୁ

  • Share this:
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ୱେବ୍‌ ପୋର୍ଟାଲରେ କାର୍ଯ୍ୟରତ ଜଣେ ମହିଳା ସାମ୍ବାଦିକାଙ୍କ ଦୌରାତ୍ମ ଦେଖିବାକୁ ମିଳିଛି । ନିଜ ଅଫିସର କିଛି କର୍ମଚାରାଙ୍କୁ ନେଇ ଏକ ଗ୍ୟାଙ୍ଗ ଗଢ଼ିବା ପରେ ଜଣେ ଠିକାଦାରଙ୍କୁ ଅପହରଣ କରିବା ସହ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ତାଙ୍କୁ ଉଲଗ୍ନ କରି ମାଡ ମାରିବା ଓ ସିଗାରେଟ ଚେଙ୍କ ଦେବା ଅଭିଯୋଗ ସାମ୍ନାକୁ ଆସିବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ପୂରା ଘଟଣା କୌଣସି ହିନ୍ଦୀ ସିନେମାର କାହାଣୀଠୁ କମ୍ ନ ଥିଲା ।

‘ଲାଇଭ୍‌ କଳିଙ୍ଗ’ ନାମକ ୱେବ ପୋର୍ଟାଲର ସାମ୍ବାଦିକା ପ୍ରିୟମ୍ବଦା ନାୟକ (୨୫ ବର୍ଷ) ଦିନରେ କ୍ୟାମେରା ବୁମ୍ ଧରି ଖବର ପଛରେ ଧାଉଁଥିବା ବେଳେ ରାତିରେ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ସାମିଲ ରହୁଥିଲେ ବୋଲି ଏହି ମାମଲାର ତଦନ୍ତ କରୁଥିବା  ପୋଲିସ ଟିମ୍‌ କହିଛି । ନାୟକ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏହି ୱେବ୍‌ ପୋର୍ଟାଲର ଅଫିସ ଖୋଲିଥିଲେ । ଶୁକ୍ରବାର ଦିନ ପ୍ରିୟମ୍ବଦା ନାୟକଙ୍କ ସମେତ ଏହି ୱେବ ପୋର୍ଟାଲ ସହ ଜଡ଼ିତ ପାଞ୍ଚ ଜଣ ଲୋକଙ୍କୁ ନନ୍ଦନକାନନ ଥାନା ପୋଲିସ ଗିରଫ କରିଛି, ହେଲେ ଜଣେ ମାଷ୍ଟରମାଇଣ୍ଡ୍‌ ଖସି ପଳାଇଛି ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

“ଅଗଷ୍ଟ ୫ ତାରିଖରେ ପୁର୍ଣ୍ଣଚନ୍ଦ୍ର ସାହୁ (୩୨) ନାମକ କେନ୍ଦ୍ରାପଡ଼ାର ଜଣେ ଖଣି ବ୍ୟବସାୟୀଙ୍କୁ ଫୋନ୍‌ କରି ଭୁବନେଶ୍ୱର ରଘୁନାଥପୁର ଅଫିସକୁ ଡାକିଥିଲେ ପ୍ରିୟମ୍ବଦା ନାୟକ ଓ ତାଙ୍କ ଗ୍ୟାଙ୍ଗ୍‌ । ସେମାନେ ତାଙ୍କୁ ଏକ ଖଣିର ଲିଜ ଦେବା ବିଷୟରେ କହିଥିଲେ । ପୁର୍ଣ୍ଣଚନ୍ଦ୍ର ଓ ନିଜର ଜଣେ ସହଯୋଗୀଙ୍କ ସହ ଲାଇଭ୍‌ ଓଡିଶା ଅଫସକୁ ଆସିଥିଲେ । ଖଣି ଲିଜ ବାହାନାରେ ଏକ ବନ୍ଦ କୋଠରୀରେ ଉଭୟଙ୍କୁ ବାନ୍ଧି ରଖି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ,” କହିଛନ୍ତି ଭୁବବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ସାମ୍ବାଦିକାଙ୍କ ସମେତ ଗିରଫ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍୨୧ ଫାଇଟର୍ଜେଟ୍‌; ଜଳିଗଲା ବିମାନ ସହ ଘର

ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅପହରଣ କରିବା ପରେ ଦୁଇ ଦିନ ଏକ ଘରେ ବନ୍ଦ କରି ରଖିଥିଲେ ପ୍ରିୟମ୍ବଦା ନାୟକ ଓ ତାଙ୍କ ଗ୍ୟାଙ୍ଗ୍‌ । ରାତିରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ ସେମାନେ । ଏପରିକି ଉଲଗ୍ନ କରି ନାଚିବାକୁ ବାଧ୍ୟ କରୁଥିଲେ ବୋଲି ସେ ପୋଲିସକୁ କହିଛନ୍ତି । ସେମାନଙ୍କ କଥା ନ ମାନିବାରୁ ତାଙ୍କ ଦେହରେ ସିଗାରେଟ ଚେଙ୍କ ସାଙ୍ଗକୁ ଲାଠି ଓ ବେଲ୍ଟରେ ମାଡ଼ ବି ମାରିଥିଲେ ବୋଲି ସେ କହିଛନ୍ତି । ଦୁଇ ଦିନ ପରେ ୫୦ହଜାର ଟଙ୍କା ଦେବାପରେ ପୁର୍ଣ୍ଣଚନ୍ଦ୍ରଙ୍କୁ ଛାଡିଥିଲେ ଅପହରଣକାରୀମାନେ ।

ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

“ପୁର୍ଣ୍ଣଚନ୍ଦ୍ର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ସେଥିରେ ସାମିଲ ଅଛି ମାଷ୍ଟରମାଇଣ୍ଡ ତଥା ନିଜକୁ ସାମ୍ବାଦିକା କହୁଥିବା ଯୁବତୀ । ଅନ୍ୟତମ ଅଭିଯୁକ୍ତ ରାଜ୍‌ ଫେରାର ହୋଇଯାଇଛି । ଗିରଫ କରିବା ପରେ ସମସ୍ତଙ୍କୁ ତଡି଼ପାର କରିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ଏହି ଗ୍ୟାଙ୍ଗ ନାମରେ ଦୁଇଟି ମାମଲା ରହିଛି । ତେଣୁ ଏମାନେ ଗିରଫ ହେବା ପରେ ଅଭିଯୋଗର ଫର୍ଦ୍ଦ ଲମ୍ବିବ ବୋଲି ଆଶା କରାଯାଉଛି,” କହିଛନ୍ତି ଡିସିପି ଦାଶ ।



ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ପୂଣ୍ଣଚନ୍ଦ୍ର ମିଡ଼ିଆ ସଙ୍ଗଠନ ନାମରେ ଚାଲିଥିବା ଏହି ଆପରାଧିକ ଗ୍ୟାଙ୍ଗର ୨୭ ନମ୍ବର ଶିକାର ଥିଲେ । ପୂର୍ବରୁ ୨୬ ଜଣଙ୍କୁ ଏମାନେ ବିଭିନ୍ନ ଉପାୟରେ ଲୁଟପାଟ କରିଥିବା ସୂଚନା ମିଳିଛି । କାହାକୁ ଦାଦାବଟି ମାଗିଛନ୍ତି ତ ଆଉ କାହାକୁ ଗଣ ମାଧ୍ୟମ ନାଁରେ ଧମକ ଦେଇ ଚାନ୍ଦା ଆଦାୟ କରିଛନ୍ତି ଏମାନେ । ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଅଫିସରେ ରେଡ କରିଥିଲା ପୋଲିସ । ରେଡ ବେଳେ ବହୁ ସାମଗ୍ରୀ ସହ ଏକ ବନ୍ଧୁକ ଜବତ ହୋଇଥିଲା ।
Published by:Anand S.T. Das
First published: