ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର: ଫେସବୁକରେ ‘ଆଞ୍ଜେଲ୍ ପ୍ରିୟା’ ସାଜି ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଇଏ

ଭୁବନେଶ୍ୱର: ଫେସବୁକରେ ‘ଆଞ୍ଜେଲ୍ ପ୍ରିୟା’ ସାଜି ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଇଏ

ଗିରଫ ହୋଇଥିବା ଖୋର୍ଦ୍ଧା ବାଣପୁର ନାଚୁଣି ଅଞ୍ଚଳର ଏହି ଯୁବତୀଙ୍କ ନିକଟରୁ ୧.୩୦ ଲକ୍ଷ ଟଙ୍କା ଜବତ ହୋଇଛି । ସେ ଫେସବୁକରେ ନିଜ ଫଟୋ ଜାଗାରେ ଅନ୍ୟ ଯୁବତୀମାନଙ୍କ ଫଟୋ ଲଗାଇ ଯୁବକମାନଙ୍କ ସହ ପ୍ରେମ ସମ୍ପର୍କର ବାହାନା କରି ଠକୁଥିଲେ ।

ଭୁବନେଶ୍ୱର: ଫେସବୁକରେ ‘ଆଞ୍ଜେଲ୍ ପ୍ରିୟା’ ସାଜି ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଇଏ
ଗିରଫ ହୋଇଥିବା ଯୁବତୀ
  • News18 Odia
  • Last Updated: September 11, 2021, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଯୁବତୀ ଫେସବୁକରେ ଜାଲ୍‌ ପରିଚୟ (ଫେକ୍‌ ଆଇ.ଡି.) ତିଆରି କରି ଏକାଧିକ ଯୁବକଙ୍କ ସହ ବନ୍ଧୁତା ରଖିବା ସହ ବିଭିନ୍ନ ଆଳ ଦେଖାଇ ସେମାନଙ୍କଠାରୁ ଟଙ୍କା ଠାକୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସହିଦ ନଗର ଥାନା ପୋଲିସ ଗିରଫ କରିଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ବାଣପୁର ନାଚୁଣିର ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡା (୨୬) । ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଲକ୍ଷ ୩୦ ହଜାର ଟଙ୍କା ସାଙ୍ଗକୁ ବ୍ୟାଙ୍କ ପାସବୁକ୍‌, ଚେକବୁ୍‌କ୍‌ ଓ ଏ.ଟି.ଏମ୍‌. କାର୍ଡ଼ ଆଦି ଜବତ କରିଛି ପୋଲିସ ।

ଫେସବୁକରେ ପ୍ରିୟଙ୍କା ନିଜର ଏକାଧିକ ନକଲି ଆଇ.ଡି. ଖୋଲିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ନିଜର ଫଟୋ ନ ରଖି ସେ ବିଭିନ୍ନ ଯୁବତୀଙ୍କ ଫଟୋକୁ ନିଜ ପ୍ରୋଫାଇଲରେ ରଖି ଯୁବକମାନଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ପଠାନ୍ତି । କେତେବେଳେ ନିଜକୁ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର ବୋଲି ପରିଚୟ ଦିଅନ୍ତି ସେ। ପ୍ରଥମେ ବନ୍ଧୁତା ସ୍ଥାପନ ରଖି କଥା ହେବା ପରେ ପ୍ରେମ ନିବେଦନ କରି ନିଜର ମାୟାଜାଲରେ ଯୁବକମାନଙ୍କୁ ସେ ଛନ୍ଦୁଥିଲେ ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ଗୁଜରାଟର CM ପଦରୁ ଅଚାନକ ଇସ୍ତଫା ଦେଲେ ବିଜୟ ରୁପାଣୀ; ପରବର୍ତ୍ତୀ CM ଉପରେ ଚର୍ଚ୍ଚା ଜୋର୍

କେତେବେଳେ ନିଜକୁ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର ବୋଲି ପରିଚୟ ଦେଉଥିଲେ ପ୍ରିୟଙ୍କା ।


ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ

‘‘କିଛି ମାସ ତଳେ ମୋତେ ଏକ ଅଜଣା ଆଇ.ଡ଼ି.ରୁ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଆସିଥିଲା । ଯୁବତୀ ଜଣକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ।  ପରେ ନମ୍ବର ଦିଆନିଆ ହୋଇଥିଲା । ଆମ ଭିତରେ ସମ୍ପର୍କ ବଢିଥିଲା । ହ୍ଵାଟ୍ସଆପରେ ଚାଟିଂ ବି ଆରମ୍ଭ ହୋଇଥିଲା । କିଛି ଦିନ ପରେ ପାରିବାରିକ ଅସୁବିଧା ଥିବାରୁ ସେ ମୋତେ ଟଙ୍କା ମାଗିଥିଲା। ଫୋନ ପେ’ ଜରିଆରେ ମୋ’ଠାରୁ ଛଅ ଲକ୍ଷ ଟଙ୍କା ନେଇଥିଲା ସେ । ଆଉ କିଛି ଦିନ ପରେ ନିଜ ଆଇ.ଡି.କୁ ବ୍ଲକ କରିବା ସହ ନିଜ ଫୋନ୍‌ ନମ୍ବର ବି ସୁଇଚ-ଅଫ୍‌ କରି ଧରାଛୁଆଁ ଦେଇ ନ ଥିଲା । ମୁଁ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲି,’’ କହିଛନ୍ତି ପ୍ରିୟଙ୍କାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ଶକ୍ତି ସୌରଭ ମହାପାତ୍ର ।

ପ୍ରିୟଙ୍କାଙ୍କଠାରୁ ଜବତ ହୋଇଥିବା ଟଙ୍କା, ବ୍ୟାଙ୍କ ପାସବୁକ୍ ଓ ଏ.ଟି.ଏମ୍. ଆଦି


ଏହା ବି ପଢ଼ନ୍ତୁ | ପତି, ପତ୍ନୀ, ଲକଡାଉନ୍ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

ସୌରଭଙ୍କ ପରି ଅନ୍ୟ କେତେକ ଯୁବକଙ୍କୁ ଏଭଳି ଉପାୟରେ ପ୍ରିୟଙ୍କା ଠକିଥିବା ତଦନ୍ତରୁ ଜଣା ପଡ଼ିଛି । ପ୍ରିୟଙ୍କାଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ନାମରେ ଥିବା ଫେକ୍‌ ଆଇ.ଡି.ଗୁଡିକୁ ବ୍ଲକ୍‌ କରିଛି । ପ୍ରିୟଙ୍କାଙ୍କ  ହ୍ଵାଟ୍ସଆପକୁ ନେଇ ମଧ୍ୟ ତଦନ୍ତ ଚଳାଇଛି ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଓ ଝିଅ ଏଶା ଦେଓଲ୍‌ ନୃତ୍ୟ କରିଥିଲେ

‘‘ସହିଦ ନଗର ଥାନାରେ ଅଭିଯୋଗ ମିଳିବା ପରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ପ୍ରଥମେ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିଥିଲୁ ଓ ତା’ ପରେ ଏହି ଯୁବତୀଙ୍କ ପାଖରେ ଆମେ ପହଞ୍ଚିଥିଲୁ । ଯୁବତୀଙ୍କ ଘର ନାଚୁଣି ଅଞ୍ଚଳରେ ବୋଲି ସ୍ପଷ୍ଟ ହେବା ପରେ ତାକୁ ଗିରଫ କରାଯାଇଥିଲା । ତାଙ୍କ ନିକରୁ ଟଙ୍କା, ଏ.ଟି.ଏମ୍‌. କାର୍ଡ଼, ପାସବୁକ୍‌ ଓ ଚେକବୁକ ଜବତ ହୋଇଛି। ତାଙ୍କୁ କୋର୍ଟ ଚାଲାଣ କରିବା ପରେ ତାଙ୍କର ଆଉ କାହା ସହ ଲିଙ୍କ୍‌ ରହିଛି ତାକୁ ନେଇ ତଦନ୍ତ କରାଯିବ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ ସେବନ କରୁଥିଲେ କନ୍ନଡ଼ ଅଭିନେତ୍ରୀ ଅନୁଶ୍ରୀ? ତାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ପ୍ରିୟଙ୍କା ଏତେ ଚାଲାକ ଯେ ସେ କେବେ କାହାକୁ ଦେଖା କରିବାକୁ ସୁଯୋଗ ଦେଉ ନ ଥିଲେ । ଯଦି କେହି ହ୍ଵାଟ୍ସଆପରେ ତାଙ୍କ ସହ ଭିଡ଼ିଓ କଲ୍‌ କରୁଥିଲା, ତାହେଲେ ପାଖରେ କେହି ଥିବାର ବାହାନା କରି ଫୋନ କାଟିଦେଉଥିଲେ । ଏବେ ଗିରଫ ହେବା ପରେ ପ୍ରିୟଙ୍କାଙ୍କ ନାଁରେ ଅଭିଯୋଗର ଫର୍ଦ୍ଧ ବଢୁଥିବା ସହିଦ ନଗର ଥାନା ପକ୍ଷରୁ କୁହାଯାଇଛି ।
Published by: Anand S.T. Das
First published: September 11, 2021, 11:29 PM IST