News18 Odia Digital
ଭୁବନେଶ୍ୱର: ଦିନ ଦ୍ବିପହରରେ ରାଜ୍ୟ ରାଜଧାନୀରେ ଘରେ ପଶି ଜଣେ ମହିଳାଙ୍କୁ ହାଣିଛନ୍ତି କିଛି ଦୁର୍ବୃତ୍ତ । ସହିଦ ନଗର ଥାନା ଅଧୀନ ଜଗନ୍ନାଥ ନଗର ଲେନ୍ ୪ରେ ରହୁଥିବା ସୁଶାନ୍ତ ସ୍ଵାଇଁଙ୍କ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କ ପତ୍ନୀ ଗୀତାଞ୍ଜଳି ପାଲଟାସିଂଙ୍କୁ (୨୭) କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଲୁଟ୍ ଉଦ୍ଦେଶ୍ୟରେ ଆସି ଗୀତାଞ୍ଜଳିଙ୍କୁ ଆକ୍ରମଣ କରାଯାଇଥିବା କହିଛନ୍ତି ସ୍ୱାମୀ ସୁଶାନ୍ତ ।
ଖବର ପାଇ ଘଟଣା ସ୍ଥଳରେ କମିସନରେଟ ପୋଲିସର ପି.ସି.ଆର୍.-୯ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ଗୀତାଞ୍ଜଳିଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ପ୍ରାୟ ଶହେରୁ ଅଧିକ ଷ୍ଟିଚ୍ ପଡି଼ଥିବା ମେଡ଼ିକାଲ୍ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ଚିକିତ୍ସା ପାଇଁ ଗୀତାଞ୍ଜଳିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ମୋ’ ସ୍ତ୍ରୀ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ । ତାଙ୍କ ମୁହଁକୁ ଗାମୁଛାରେ ବାନ୍ଧି ଦେଇଥିଲେ । ତା’ ପରେ ତାଙ୍କୁ ଆକ୍ରମଣ କରିଥିଲେ । ଘରୁ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ ଫୋନ୍ ଆଦି ନେଇ ଚମ୍ପଟ ମାରିଥିଲେ ସେମାନେ । ଆମେ ଖଟ ତଳୁ ଗୀତାଞ୍ଜଳିଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲୁ । ଆମର କାହା ସହିତ ବ୍ୟାବସାୟିକ ଶତୃତା ନ ଥିଲା କି ନାହିଁ,’’ କହିଛନ୍ତି ଗୀତାଞ୍ଜଳିଙ୍କ ସ୍ୱାମୀ ସୁଶାନ୍ତ ସ୍ଵାଇଁ ।

ପ୍ରାଥମିକ ଚିକିତ୍ସା ପରେ ଗୀତାଞ୍ଜଳିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେଆହତ ଗୀତାଞ୍ଜଳିଙ୍କ ମୁଣ୍ଡ ଓ ହାତ ସମେତ ଶରୀରର ଅନେକ ଅଂଶରେ ଆଘାତ ଲାଗିଛି । ଦୁର୍ବୃତ୍ତମାନେ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିବା କୁହାଯାଉଛି । କ୍ୟାପିଟାଲ୍ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କ୍ୟାପିଟାଲ୍ ହସ୍ପିଟାଲରେ ଗୀତାଞ୍ଜଳିଙ୍କ ଶରୀରରେ ଶହେରୁ ଅଧିକ ଷ୍ଟିଚ୍ ପଡିଥିବା ହସପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା‘‘ଏବେ ଆହତ ମହିଳାଙ୍କୁ ପଚରାଉଚରା କରିବା ସମ୍ଭବ ନୁହେଁ । ସହିଦ ନଗର ଥାନା ଅଧିକାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ଆଖ ପାଖର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀସୂଚନାଯୋଗ୍ୟ ଯେ ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜଧାନୀରେ ଅପରାଧ ଉପରମୁହାଁ ରହିଛି । ହତ୍ୟାକାଣ୍ଡ, ଡକାୟତି, ଚୋରି ଓ ଛିନତାଇ ଭଳି ଘଟଣା ବୃଦ୍ଧି ପାଉଥିବା ଦେଖାଯାଇଛି । ନୂଆ ବର୍ଷ ଦିନରୁ ଅପରାଧକୁ ନିୟନ୍ତ୍ରଣ କରିବାକୁ ଯୋଜନ କରିଥିଲା କମିଶନରେଟ୍ ପୋଲିସ । ହେଲେ ସବୁ ଯୋଜନାକୁ ଚକମା ଦେଇ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଥିବା ଦେଖାଯାଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।