ଲକଡାଉନ୍ ସମୟରେ ଅସହାୟ କର୍ମଚାରୀମାନଙ୍କ ସାଥୀ ପାଲଟିଥିଲେ ଭୁବନେଶ୍ୱରର ଏହି ମହିଳା ଶିଳ୍ପଦ୍ୟୋଗୀ

Bhubaneswar woman entrepreneur Sharmila Patra helped her employees in lockdown | କୋଭିଡ ଲକଡାଉନ୍ ସମୟରେ ଶର୍ମିଳା ପାତ୍ରଙ୍କ ବ୍ୟବସାୟରୁ କିଛି ଆୟ ହେଉ ନ ଥିବା ବେଳେ ତାଙ୍କ ଉପରେ ଥିଲା ଶତାଧିକ କର୍ମଚାରୀଙ୍କ ବୋଝ । ହେଲେ ସେ ସେମାନଙ୍କୁ ନିଜେ ରାନ୍ଧି ଖାଇବାକୁ ଦେଇଥିଲେ ଓ ଆର୍ଥିକ ସହାୟତା ବି କରିଥିଲେ ।

‘ବି ଆଣ୍ଡ୍ ଆଇ’ କମ୍ପାନୀର ମାଲିକାଣି ଶର୍ମିଳା ପାତ୍ର

‘ବି ଆଣ୍ଡ୍ ଆଇ’ କମ୍ପାନୀର ମାଲିକାଣି ଶର୍ମିଳା ପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ ସମୟରେ ଛୋଟ-ବଡ଼ ଦୋକାନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ବ୍ୟବସାୟୀମାନେ ପ୍ରଭାବିତ ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ଭୁବନେଶ୍ୱରର ଜଣେ ମହିଳା ଯୁବ ଶିଳ୍ପଦ୍ୟୋଗୀ ଅନେକଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଏଭଳି ସଙ୍କଟମୟ ସମୟରେ ଅନେକ ଲୋକଙ୍କୁ କର୍ମନିଯୁକ୍ତି ଦେବା ସହିତ ସେମାନଙ୍କ ପାଇଁ ରୋଜଗାରର ବାଟ ଦେଖାଇଥିଲେ ସେ । ଏବେ ସେ ନିଜ କର୍ମଚାରୀମାନଙ୍କ ଠାରୁ ଭରପୂର ସହଯୋଗ ପାଉଛନ୍ତି ଓ ନିଜ ଉଦ୍ୟମ ପାଇଁ ଚର୍ଚ୍ଚାରେ ଅଛନ୍ତି । କରୋନା ଲକଡାଉନ୍‌ ପରି ଅସମୟରେ ଅନେକ ଲୋକଙ୍କୁ ନିଜ ପରିବାର ଲୋକଙ୍କ ସହଯୋଗରେ କର୍ମନିଯୁକ୍ତି ଦେଇଥିବା ଏହି ଯୁବ ମହିଳା ଶିଳ୍ପଦ୍ୟୋଗୀ ଜଣକ ହେଉଛନ୍ତି ଶର୍ମିଳା ପାତ୍ର ।

କୋଭିଡ଼ ସଂକ୍ରମଣ ସମୟରେ ସବୁଠି ଲକଡାଉନ୍‌ ଓ ସଟଡ଼ାଉନ୍‌ ଲାଗୁ ହୋଇଥିଲା । ମାସ ମାସ ଧରି ଦୋକାନ, ବଜାର ଓ ଶିଳ୍ପ ସଂସ୍ଥା ବନ୍ଦ ରହିଥିଲା । କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଚାଲୁ ନ ଥିବାରୁ କର୍ମଚାରୀମାନଙ୍କର ଅବସ୍ଥା ବହୁତ ଖରାପ ଆଡ଼କୁ ଗତି କରୁଥିଲା । ଭୁବନେଶ୍ବର ଉପକଣ୍ଠର କୌଶଲ୍ୟଗଙ୍ଗ ଅଞ୍ଚଳରେ ବାସିନ୍ଦା ଶର୍ମିଳା ପାତ୍ରଙ୍କ ଦ୍ୱାରା ମାତ୍ର ଅଳ୍ପ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏକ କମ୍ପାନୀର କର୍ମଚାରୀମାନେ ଗାଁକୁ ଯିବାକୁ ଅସମର୍ଥ ହୋଇ ଭଡ଼ାଘରେ ଭୋକ ଉପାସରେ ସମୟ କାଟିବାକୁ ବାଧ୍ୟ ହୋଇଥିଲେ । ଏଭଳି ସମୟରେ ବ୍ୟବସାୟରୁ କିଛି ଆୟ ତ ନ ଥିଲା, ହେଲେ ତାଙ୍କ ଉପରେ କର୍ମଚାରୀମାନଙ୍କ ବୋଝ । ତା’ ସତ୍ତ୍ୱେ ନିଜେ କର୍ମଚାରୀମାନଙ୍କୁ ନିଜେ ରାନ୍ଧି ଖାଇବାକୁ ଦେଇଥିଲେ ଶର୍ମିଳା । ନିଜ ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ ସେ । କୋଭିଡ଼ ସ୍ଥିତି ସୁଧୁରିଲା ପରେ ସେହି କର୍ମଚାରୀଙ୍କଠାରୁ ଏବେ ତାଙ୍କୁ ମିଳୁଛି ଅକୁଣ୍ଠ ସମର୍ଥନ ଓ ସହଯୋଗ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

“ପିଲାବେଳୁ ମୋ’ର ଲକ୍ଷ୍ୟ ଥିଲା କେମିତି ନିଜେ ନିଜର ମାଲିକ ହେବି । କାହା ପାଖରେ ଚାକିରି ନ କରି ଲୋକଙ୍କୁ ଚାକିରି ଦେବି । ହେଲେ କୋଭିଡ୍‌ ମୋତେ ବାଟବଣା କରିଦେଲା । ଲମ୍ବା ସମୟ ଧରି ଲୋକେ ଘର ଭିତରେ ବନ୍ଦ ହୋଇ ରହିବା କାରଣରୁ ଲୋକଙ୍କ କ୍ରୟଶକ୍ତି କମିଗଲା । ଏଭଳି ସମୟରେ ଲୋକଙ୍କୁ  ସହାୟତା କରିବା ପାଇଁ ମୋ’ର ଆଗ୍ରହ ବଢି଼ଲା । କୋଭିଡ ପ୍ରଭାବ ଆରମ୍ଭ ହେବା ପୂର୍ବରୁ ଇଣ୍ଟରିୟର୍‌ ଡିଜାଇନକୁ ମୋ’ କରିୟର୍‌ ରୂପେ ମୁଁ ବାଛି ନେଇଥିଲି । କୋଭିଡ କଟକଣା ଭିତରେ ଘରେ ରହି ଯେଭଳି ଲୋକେ ମୋ’ କାମରେ ଭାଗିଦାରୀ କରିପାରିବେ, ସେହି ଲକ୍ଷ୍ୟରେ ମୁଁ କାମ ଆରମ୍ଭ କଲି ।  ଏହି କାମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦୦ରୁ ଅଧିକ ଯୁବକଯୁବତୀ ସାମିଲ ହୋଇଥିଲେ । ମୁଁ ଖୁସି ଯେ କୋଭିଡ଼ ସମୟରେ ଆମେ ମିଶି ଜୀବିକା ନିର୍ବାହ ପାଇଁ ସକ୍ଷମ ହେବା ସହିତ ଆଗକୁ ବଢି଼ବାର ରାସ୍ତା ବାହାର କରି ପାରିଛୁ,’’ କହିଛନ୍ତି ‘ବିଲ୍ଡିଂ ଆଣ୍ଡ୍ ଇଣ୍ଟରିୟର୍‌ ଡିଜାଇନ୍‌ ସଲ୍ୟୁସନ୍‌’ କମ୍ପାନୀ (‘ବି ଆଣ୍ଡ୍‌ ଆଇ’) ନାମରେ ଥିବା କମ୍ପାନୀର ମାଲିକାଣି ଶର୍ମିଳା ।

ସ୍ୱାମୀ ଶାନ୍ତିସ୍ୱରୂପଙ୍କ ସହ ଶର୍ମିଳା ପାତ୍ର


ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନ

କଲେଜରେ ପଢି଼ବା ସମୟରେ ନିଜେ କିଛି ବ୍ୟବସାୟ କରିବାକୁ ତାଙ୍କର ଆଗ୍ରହ ଥିଲା । ବିଶେଷକରି ଇଣ୍ଟରିୟର୍‌ ଡିଜାଇନ୍‌ ପ୍ରତି ତାଙ୍କର ଥିଲା ପ୍ରଚୁର ଝୁଙ୍କ । ଏଜୁକେସନ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଘର ତିଆରି, ଡିଜାଇନ୍‌ ଓ ଇଣ୍ଟରିୟର୍‌ ଡ଼େକୋରେସନ ପ୍ରତି ତାଙ୍କର ଆଗ୍ରହ ବଢି଼ଥିଲା । ସେଥି ପାଇଁ ମହାରାଷ୍ଟ୍ରର ଯଶୋବନ୍ତ ଚୌହାନ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସେ ଆର୍କିଟେକଚରରେ (ସ୍ଥାପତ୍ୟ) ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ । କୋଭିଡ଼ ସମୟରେ ସେହି ପାଠ୍ୟକ୍ରମ ହିଁ ତାଙ୍କୁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ସୃଷ୍ଟି କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

‘ବି ଆଣ୍ଡ୍‌ ଆଇ’ କମ୍ପାନୀର ମୂଳ କାମ ଘରର ଡିଜାଇନଠୁ ଆରମ୍ଭ କରି ଫିନିସିଂ ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇବା । ଅସମୟରେ, ବିଶେଷକରି କୋଭିଡ ସମୟରେ ତାଙ୍କ କମ୍ପାନୀ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିବାରୁ କର୍ମଚାରୀମାନେ ତାଙ୍କ ପ୍ରତି କୃତଜ୍ଞ ବୋଲି କହିଛନ୍ତି।  ଏବେ ଶର୍ମିଳାଙ୍କ କମ୍ପାନୀରେ ମୋ’ଟ କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଅଧିକ । କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କୁ ଗୁରୁତ୍ୱ ଦେବା ସହିତ କମ୍ପାନୀ ପ୍ରତି କର୍ମଚାରୀଙ୍କର ଅବଦାନ ଯଥେଷ୍ଟ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ନିଜର ବ୍ୟାବସାୟିକ ପରିଧିକୁ ବ୍ୟାପକ କରିବା ଓ ଭିଡ଼ ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ଥିଲା ଶର୍ମିଳାଙ୍କ ଲକ୍ଷ୍ୟ । ସେହି ଲକ୍ଷ୍ୟ ନେଇ ସେ କରୁଥିବା ଉତ୍ସର୍ଗୀକୃତ କାମରେ ତାଙ୍କ ସ୍ୱାମୀ ଶାନ୍ତିସ୍ୱରୂପଙ୍କର  ଅନେକ ଅବଦାନ ରହିଛି ବୋଲି ସେ କହିଛନ୍ତି ।
Published by:Anand S.T. Das
First published:
)}