ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ଯୁବତୀ ଦେଖାଇଲେ ସାହସ; ମୋବାଇଲ୍ ଛଡ଼ାଉଥିବା ଅପରାଧୀକୁ କାବୁ କଲେ

ଭୁବନେଶ୍ୱରରେ ଯୁବତୀ ଦେଖାଇଲେ ସାହସ; ମୋବାଇଲ୍ ଛଡ଼ାଉଥିବା ଅପରାଧୀକୁ କାବୁ କଲେ

କିଛି ବାଟ ପରେ ରିନୁଙ୍କ ବୁଲେଟ୍ ଆଗକୁ ବାଇକ୍ ବୁଲେଇ ଆଣି ସେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଝିଙ୍କି ନେଇଥିଲେ ତାଙ୍କ ମୋବାଇଲ୍ ଫୋନ୍ । ହଠାତ୍ ଏଭଳି ଅତର୍କିତ ଆକ୍ରମଣ ଯୋଗୁଁ ରିନୁ ନିଜ ବାଲାନ୍ସ ରଖି ନ ପାରି ପଡି଼ଯାଇଥିଲେ।

ଭୁବନେଶ୍ୱରରେ ଯୁବତୀ ଦେଖାଇଲେ ସାହସ; ମୋବାଇଲ୍ ଛଡ଼ାଉଥିବା ଅପରାଧୀକୁ କାବୁ କଲେ
ସାହସିକତା ଦେଖାଇଥିବା ରିନୁ ଡାକୁଆ ଆହତ ବି ହୋଇଥିଲେ ।
  • News18 Odia
  • Last Updated: February 28, 2021, 7:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦିନ ଦ୍ବିପ୍ରହରରେ ରାଜ୍ୟ ରାଜଧାନୀରେ କମିଶରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀମାନେ । ହେଲେ ଜଣେ ଯୁବତୀଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇନେବାକୁ ଉଦ୍ୟମ କରୁଥିବା ବେଳେ ଯୁବତୀଙ୍କ ସାହସ ତଥା ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଅପରାଧୀ ଧରା ପଡି଼ଛି । ଯୁବତୀଙ୍କ ସାହସର ଖୁବ୍‌ ପ୍ରଶଂସା କରାଯାଉଛି ।

ଜନଗହଳିପୂର୍ଣ୍ଣ ଡୁମୁଡୁମା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ଭୁବନେଶ୍ୱରରେ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟ ଓ କମିଶନରେଟ ପୋଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯୁବତୀଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଉଥିବା ଅନ୍ୟ ଜଣେ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ବ୍ୟକ୍ତିଙ୍କୁ ତତକ୍ଷଣାତ୍ ମିଳିଗଲା ନିଜ କର୍ମର ଫଳ! VIDEO ଭାଇରାଲ୍ ହେଲା; ଦେଖନ୍ତୁ

ଘଟଣା ଥିଲା ଏମିତି । ଶନିବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଭୁବନେଶ୍ବର ବାଣୀବିହାର ଛକଠାରୁ ମାତ୍ର ୧୦୦ ମିଟର ଦୂର ଏକ ଘରୋଇ ସପିଙ୍ଗ୍‌ ମଲରେ କାମ କରୁଥିବା ରିନୁ ଡାକୁଆ ନାମକ ଜଣେ ବିବାହିତା ଯୁବତୀ ନିଜ ବୁଲେଟ୍‌ ନେଇ ଡୁମୁଡୁମା ଅଞ୍ଚଳରେ ଥିବା ନିଜ ଭଡା ଘରକୁ ଫେରୁଥିଲେ । ଆଇଗିଣିଆ ଛକ ପୂର୍ବରୁ ସେ ଅନୁଭବ କଲେ ଯେ ଗୋଟିଏ ବାଇକରେ ତାଙ୍କୁ ଫଲୋ କରୁଛନ୍ତି ଦୁଇ ଜଣ ଯୁବକ। ସେ ଟିକେ ସତର୍କ ହେଲେ ।

ରିନୁ ନିଜ ଅଭିଜ୍ଞତା ବିଷୟରେ କହୁଛନ୍ତି ।


କିଛି ବାଟ ପରେ ରିନୁଙ୍କୁ ବୁଲେଟ୍‌ ଆଗକୁ ବାଇକ୍‌ ବୁଲେଇ ଆଣି ସେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଝିଙ୍କି ନେଇଥିଲେ ତାଙ୍କ ମୋବାଇଲ୍‌ ଫୋନ୍‌ । ହଠାତ ଏଭଳି ଅତର୍କିତ ଉଦ୍ୟମ ଯୋଗୁଁ ରିନୁ ନିଜ ବାଲାନ୍ସ ରଖି ନ ପାରି ପଡିଯାଇଥିଲେ । ହେଲେ ଲୁଟେରା ମୋବାଇଲ୍‌ ଫୋନ୍‌ ଛଡାଇ ପଳାଉଥିବା ବେଳେ ତାଙ୍କ ପଛରେ ସେ ଦୌଡ଼ିଥିଲେ । ପଛରୁ ଦୁଇ ଅପରାଧୀଙ୍କୁ ଧରିବାକୁ ସେ ଚେଷ୍ଟା କରିଥିଲେ । ଜଣେ ଅପରାଧୀକୁ କାବୁ କରିବାରେ ସଫଳ ହୋଇଥିଲେ ରିନୁ, କିନ୍ତୁ ଅନ୍ୟ ଅପରାଧୀ ଜଣକ ଖସିଯାଇଥିଲା ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

‘‘ରାସ୍ତାରେ ସେମାନେ ପ୍ରଥମେ ଯେତେବେଳେ ମୋ’ ପାଖରୁ ମୋବାଇଲ୍‌ ଫୋନ୍‌ ଛଡାଇବାକୁ ଉଦ୍ୟମ କଲେ ମୁଁ ଚିତ୍କାର କଲି । କେହି ବି ମୋ’ ପାଖକୁ ଆସିଲେ ନାହିଁ । ସେମାନେ ମୋତେ ଧକ୍କା ଦେଇ ପଳାଉଥିବା ବେଳେ ମୁଁ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲି । ଅନ୍ୟମାନେ ମୋତେ ସାହାଯ୍ୟ କରିଥିଲେ । ଜଣେ ଅପରାଧୀ ଧରା ପଡ଼ିଥିଲା । ଅନ୍ୟ ଜଣେ କିନ୍ତୁ ଖସି ଯାଇଥିଲା,’’ କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ରିନୁ ।

ରିନୁଙ୍କ ନିଜ ଘର ଓ ଶାଶୁଘର ବ୍ରହ୍ମପୁରରେ । ଭୁବନେଶ୍ୱର ବାଣୀବିହାର ଛକରେ ଥିବା ଏକ ଘରୋଇ ସପିଙ୍ଗ୍‌ ମଲରେ ସେ କାମ କରନ୍ତି । ତାଙ୍କ ସ୍ବାମୀ ବାପିନୀ ସାହୁ ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

‘‘ମୁଁ ଏଭଳି ଘଟଣା ବିଷୟରେ ଶୁଣିବା ପରେ ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲି । ସେତେବେଳେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ସାରିଥିଲେ । ପୋଲିସ ସହାୟତାରେ ମୁଁ ମୋ’ ପତ୍ନୀଙ୍କୁ ନେଇ ଏମ୍ସ ହସ୍ପିଟାଲ୍‌ ଗଲି । ପ୍ରାଥମିକ ଚିକିତ୍ସା ପରେ ଆମେ ଘରକୁ ଫେରିଲୁ,’’ କହିଛନ୍ତି ରିନୁଙ୍କ ସ୍ୱାମୀ ବାପିନୀ ସାହୁ ।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

ଏହି ଘଟଣା ପରେ ଭୁବନେଶ୍ୱରରେ ଲୋକେ ଆତଙ୍କିତ ହେବା ସହ ରିନୁଙ୍କ ସାହସର ତାରିଫ କରିଛନ୍ତି । ଆଇଗିଣିଆ ବାସିନ୍ଦା ଯୁବତୀ ରଶ୍ମୀ ସାରଦା କହିଛନ୍ତି, ‘‘ସନ୍ଧ୍ୟା ସମୟରେ ଅପରାଧୀମାନେ ଖୋଲାଖୋଲି ଆତଙ୍କ ଖେଳାଉଛନ୍ତି । ସେଇଥି ପାଇଁ ବାହାରକୁ ଯିବାକୁ ଡର ଲାଗୁଛି । ଲାଗୁଛି ଯେମିତି ସବୁଠି ଏହି ଦୁର୍ବୃତ୍ତ ଲୁଚି ରହିଛନ୍ତି । ସାମାନ୍ୟ ଅସାବଧାନ ହେଲେ ଯେମିତି ଆକ୍ରମଣ କରିବେ। ରିନୁଙ୍କ ସାହସକୁ ସଲାମ୍‌ ।’’



‘‘ଲାଗୁଛି ରାଜଧାନୀ ଭୁବନେଶ୍ୱର ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟି ଗଲାଣି । ପୋଲିସ ନିଷ୍କ୍ରିୟ । ନାଇଟ୍‌ ପାଟ୍ରୋଲିଂ ବ୍ୟାପକ ହେବା ଜରୁରୀ । ତୁରନ୍ତ କମିଶନରେଟ ପୋଲିସ ଆକ୍ସନ ମୋଡ଼କୁ ଆସିବା ଦରକାର । ନହେଲେ ଆସନ୍ତା କିଛି ମାସ ଭିତରେ ଭୁବନେଶ୍ୱରରେ ରହିବା ଅସମ୍ଭବ ହୋଇପଡ଼ିବ,’’ କହିଛନ୍ତି ସାମାଜିକ କର୍ମୀ ବଂଶୀଧର ବାରିକ ।
Published by: Anand Shankar Thankur Das
First published: February 28, 2021, 7:10 PM IST