News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଅଦ୍ଭୁତ କାରନାମା ସାମନାକୁ ଆସିଛି । ନିଜକୁ ଜଣେ ଇନ୍ସୁରାନ୍ସ ଆଜେଣ୍ଟ୍ ଭାବେ ପରିଚୟ ଦେଇ ଏହି ମହିଳା ଜଣେ ବ୍ୟବସାୟୀଙ୍କ ଘରକୁ ଯାଇ ସେଠାରେ କଳା କନା ବୁଲେଇଥିଲେ । ବ୍ୟବସାୟୀଙ୍କୁ ବୀମା କରାଇଦେବେ ବୋଲି କହି ତାଙ୍କ ଘରୁ ୯ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ ସେ । ଶହୀଦ ନଗର ପୋଲିସ ତାଙ୍କୁ ଗିରଫ କରିଛି ଓ କିଛି ଲୁଟ୍ ହୋଇଥିବା ସୁନା ଗହଣା ଜବତ କରିଛି ।
ପିହୁ ବିଶ୍ବାସ ନାମ୍ନୀ ଏହି ମହିଳା ସେପ୍ଟେମ୍ବର ୯ ତାରିଖରେ ବାଙ୍କୁଆଳ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା । ବ୍ୟବସାୟୀ ଜଣକ ସହୀଦ ନଗର ଥାନାରେ କରିଥିବା ଅଭିଯୋଗ ଅନୁସାରେ ପିହୁ ନିଜକୁ ଏକ ବୀମା କମ୍ପାନୀର ଏଜେଣ୍ଟ ବୋଲି କହି ତାଙ୍କ ଘରକୁ ଆସିଥିଲେ । ବ୍ୟବସାୟୀଙ୍କ ସହ ମିଠା ମିଠା କଥା କହି ତାଙ୍କ ସହ ମିଶିଥିଲେ ଓ ରାତିରେ ତାଙ୍କ ଘରେ ରହିଥିଲେ ।
ଏହା ବି ପଢ଼ନ୍ତୁ | ବର୍ଷିଲେ ମେହବୁବା ମୁଫ୍ତି, କହିଲେ: ‘‘ସିଖ୍ ଲୋକେ ଏବେ ଖାଲିସ୍ତାନୀ, ଆମେ ପାକିସ୍ତାନୀ, ଆଉ କେବଳ BJP ହିନ୍ଦୁସ୍ତାନୀ!’
ଅଭିଯୋଗ ଅନୁସାରେ ପିହୁ ସେହି ରାତିରେ ନିଜ ସାଙ୍ଗରେ ଆଣିଥିବା କୌଣସି ନିଶା ମିଶ୍ରିତ ଖାଦ୍ୟକୁ ଠାକୁରଙ୍କ ଭୋଗ ବୋଲି କହି ବ୍ୟବସାୟୀଙ୍କୁ ଖାଇବାକୁ ଦେଇଥିଲେ । ବ୍ୟବସାୟୀ ଜଣକ ଅଚେତ ହୋଇଯିବା ପରେ ପିହୁ ତାଙ୍କ ଘରେ କଳା କନା ବୁଲାଇଥିଲେ । ବ୍ୟବସାୟୀଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ତାଙ୍କ ମୋବାଇଲ୍ ଫୋନ୍, କିଛି ନଗଦ ଟଙ୍କା ଓ ଏ.ଟି.ଏମ୍. କାର୍ଡ଼ ଆଦି ଲୁଟିନେଇଥିଲେ । ବ୍ୟବସାୟୀ ଜଣକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେପ୍ଟେମ୍ବର ୨୧ ତାରିଖ ରାତିରେ ପିହୁଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଏହି ଘଟଣା ବିଷୟରେ କହୁଛନ୍ତି ଭୁବନେଶ୍ୱର ଜୋନ୍-୫ ଏ.ସି.ପି. ସଞ୍ଜୀବ ଶତପଥୀ
ଏହା ବି ପଢ଼ନ୍ତୁ | ଏବେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବନି; ଅକ୍ଟୋବର ପୂର୍ବରୁ ନୂଆ ଶ୍ରମ ଆଇନ ଲାଗୁ ହେଉନି
‘‘ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ୫ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ ତାଙ୍କର ଅପରାଧ ରେକର୍ଡ଼ ବହୁତ ଲମ୍ବା । ପୂର୍ବରୁ ସେ କୋଲକାତାରେ ସମାନ ଅଭିଯୋଗରେ ଗିରଫ ହୋଇଥିଲେ । ସେ ପୁରୀରେ ବି କେତେକ ଲୋକଙ୍କୁ ଠକିଥିବା ନେଇ ଅଭିଯୋଗ ରହିଛି । ତାଙ୍କୁ ରିମାଣ୍ଡରେ ଆଣି ଆମେ ଅଧିକ ପଚରାଉଚରା କରିବୁ କାରଣ ସେ ଲୁଟିନେଇଥିବା ସବୁ ସାମଗ୍ରୀ ମିଳିନାହିଁ । ବାକି ଥିବା ସାମଗ୍ରୀ ସେ କେଉଁଠି ଦେଇଛନ୍ତି ତାହା ଜାଣିବାକୁ ଅଛି,’’ କହିଛନ୍ତି ଭୁବନେଶ୍ୱର ଜୋନ୍-୫ ଏ.ସି.ପି. ସଞ୍ଜୀବ ଶତପଥୀ ।
ଏହା ବି ପଢ଼ନ୍ତୁ | Punjab crisis: ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂଆ CM; ସେ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ
ପିହୁ ବିଶ୍ୱାସଙ୍କ ମୂଳ ଘର କୋଲକାତାରେ, ହେଲେ ସେ ବେଶ୍ କିଛି ସମୟ ଧରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ଭଡ଼ାରେ ରହିଆସୁଛନ୍ତି । ସେପ୍ଟେମ୍ବର ୯ ତାରିଖରେ ବାଙ୍କୁଆଳର ବ୍ୟବସାୟୀଙ୍କ ସହ ଲୁଟ୍ ଘଟଣା ଘଟିବା ପରେ ବ୍ୟବସାୟୀ ଜଣକ ସହୀଦ ନଗର ଥାନାରେ ସେପ୍ଟେମ୍ବର ୧୫ ତାରିଖରେ ଅଭିଯୋଗ କରିଥିଲେ ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗର BJP MP ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗ ଦେଲେ
‘‘ଏହି ଅଭିଯୁକ୍ତ ମହିଳା ସେହି ବ୍ୟବସାୟୀଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ପରିଚିତ ହୋଇଥିଲେ । ସେ ଗୋଟିଏ ପ୍ରସିଦ୍ଧ କଲେଜରେ ଲେକ୍ଚରର୍ ଅଛନ୍ତି ବୋଲି ବ୍ୟବସାୟୀଙ୍କୁ କହିଥିଲେ । ଚାକିରି ସହ ସେ ବୀମା ଆଜେଣ୍ଟ୍ ଭାବେ କାମ କରନ୍ତି ବୋଲି କହିଥିଲେ । ବୀମା କରିବା ପାଇଁ ସେ ବ୍ୟବସାୟୀଙ୍କ ଘରକୁ ଆସିଥିଲେ ଓ କୌଣସି ଆଳ ଦେଖାଇ ସେଦିନ ରାତିରେ ତାଙ୍କ ସାଙ୍ଗରେ ତାଙ୍କ ଘରେ ସେ ରହିଥିଲେ । ବ୍ୟବସାୟୀଙ୍କୁ ବେହୋଶ କରିବା ପରେ ସେ ତାଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଲୁଟିନେଇ ସେ ଫେରାର୍ ହୋଇଯାଇଥିଲେ,’’ କହିଛନ୍ତି ଏ.ସି.ପି. ସଞ୍ଜୀବ ଶତପଥୀ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।