ଭୁବନେଶ୍ବର ପାଳିବ ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ବର ପାଳିବ ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ । ଏପ୍ରିଲ ୧୩ ତାରିଖ ୧୯୪୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଶୁଭ ଦେଇଥିଲେ।

ଭୁବନେଶ୍ବର ପାଳିବ ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ (ପ୍ରତୀକାତ୍ମକ ଛବି)

ଭୁବନେଶ୍ବର ପାଳିବ ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ବର ପାଳିବ ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ । ଏପ୍ରିଲ ୧୩ ତାରିଖ ୧୯୪୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଶୁଭ ଦେଇଥିଲେ। କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ନେଇ ସବୁ କଳ୍ପନାଯଳ୍ପନାର ଘଟିଥିଲା ଅନ୍ତ । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର ।

ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଭୁବନେଶ୍ବରର ଇତିହାସ ୩ହଜାର ବର୍ଷ ପୁରୁଣା । ତେବେ ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ । କାରଣ ୧୯୪୮ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ଭାବେ ମିଳିଥିଲା ସ୍ବୀକୃତି। ସମଗ୍ର ଦେଶରେ ଭୁବନେଶ୍ବରର ଐତିହ୍ୟ ଓ ସଂସ୍କୃତି ସହିତ ଆର୍ଥିକ ସ୍ଥିତି ବେଶ୍ ଉତ୍କୃଷ୍ଟ ଥିଲା । ପ୍ରତିଷ୍ଠା ପରଠାରୁ ପଛକୁ ଦେଖିନି ରାଜଧାନୀ ଭୁବନେଶ୍ବର । ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ବିଭିନ୍ନ ଧର୍ମାବଲମ୍ବୀଙ୍କ ସ୍ଥଳ ହେଉଛି ଏହି କ୍ଷେତ୍ର । କିଛି ଗାଁ ଓ ୧୫ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ଭୁବନେଶ୍ବର ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ କରକମଳରେ ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ବର୍ଗ କିଲୋମିଟରକୁ ବୃଦ୍ଧି ପାଇବା ନେଇ କରାଯାଇଥିଲା ଆକଳନ । ରାଜଧାନୀ ଭୁବନେଶ୍ବରକୁ ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ୧୯୪୬ମସିହାରେ ଜର୍ମାନର ପ୍ଲାନର ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ ଓ ଭୁବନେଶ୍ବରର ଏକକାଳୀନ ନକ୍ସା ପ୍ରସ୍ତୁତ ହୋଇଥିବା ବେଳେ ଚଣ୍ଡିଗଡ଼ ବହୁତ ଆଗକୁ ଯାଇସାରିଛି । ହେଲେ ଭୁବନେଶ୍ବରର ବିକାଶରେ ମଧ୍ୟ କୌଣସି କ୍ଷେତ୍ରରେ ପଛରେ ପଡ଼ି ନାହିଁ ।

"ଆମେ ଏ ସହରକୁ ପାଖରୁ ଦେଖିଛୁ। ପରିକଳ୍ପନା କରି ଆଗକୁ ବି ନେଇଛୁ। କିନ୍ତୁ ଆଜି ଏଥିରେ ଅନେକ ପରିବର୍ତନ ହେଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି। ଆହୁରି ଅନେକ କିଛି ବାକି ରହି ଯାଉଛି। ବିଶେଷ କରି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ନିହାତି ଜରୁରୀ,"କହିଛନ୍ତି ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ।

ସମୟ ସହିତ ତାଳ ଦେଇ ବଢ଼ିବାରେ ଲାଗିଛି ଭୁବନେଶ୍ବର । ଭୁବନେଶ୍ବରିଆଙ୍କ ଚାଲିଚଳନରେ ବି ଆସିଛି ଅନେକ ପରିବର୍ତ୍ତନ । ଜନସଂଖ୍ୟା ୧୫ ହଜାରରୁ ଏବେ ୧୫ ଲକ୍ଷରେ ପହଁଞ୍ଚିଥିବା ବେଳେ ସବୁଦିଗରୁ ପରିସୀମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷା ହେଉ କି ସ୍ବାସ୍ଥ୍ୟ ଅଥବା କ୍ରୀଡ଼ା ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର । ଦୀର୍ଘ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢ଼ିବାରେ ଲାଗିଛି ଭୁବନେଶ୍ବରର କଳେବର । ବିକାଶର ଧାରା ଜାରି ରହିଥିବା ବେଳେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଭୁବନେଶ୍ବର ମେୟର।

"୧୫ ହଜାର ଲୋକଙ୍କ ପାଇଁ ତିଆରି ହୋଇଥିବା ମହାନଗର ନିଗମ ଆଜି ୨୫ ଲକ୍ଷ ଲୋକଙ୍କୁ ଧରିଛି। କ୍ରମେ ଏହା ସ୍ମାର୍ଟ ସିଟିର ମାନ୍ୟତା ପାଇଛି। ମନ୍ଦିର ମାଳିନୀ ସହରରୁ ବିଶ୍ୱ ଦରବାରରେ ୧ ନମ୍ବର ସ୍ମାର୍ଟ ସିଟି ମାନ୍ୟତା। ଆଗକୁ ବି ଅନେକ କଳ୍ପନା ରହିଛି। ପ୍ରତିଟି କ୍ଷେତ୍ରରେ କିଭଳି ଆହୁରି ଆଗକୁ ଯାଇହେବ ଉନ୍ନତ ସହରରେ ପରିଗଣିତ ହେବ ସେଥିପାଇଁ କାମ କରିବୁ,"ଭୁବନେଶ୍ୱର ମେୟର ସୁଲୋଚନା ଦାସ।
Published by:Soumya Das
First published: