ଭୁବନେଶ୍ୱରରେ ଧରାପଡ଼ିଲା ‘‘ତେଲିଆ ଚୋର’’; ମୁଣ୍ଡରୁ ପାଦ ଯାଏଁ ତେଲ ଲଗେଇ ଚୋରି କରୁଥିଲା

ଅନ୍ୟ ଚୋରଙ୍କ ତୁଳନାରେ ମଣ୍ଟୁର ଚୋରି କରିବାର ଉପାୟ ଭିନ୍ନ ଥିଲା l ଚୋରି କରିବାକୁ ଯିବା ବେଳେ ସେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବହଳିଆ କରି ତେଲ ଲଗାଇଥାଏ l ଏହି ଉପାୟରେ ସେ ଅନେକ ଥର ପୋଲିସ ହାତରୁ ବି ଖସି ଯାଇଛି l କିନ୍ତୁ ଏଥର ଆଉ ସେ ପାରିଲାନି ।

‘‘ତେଲିଆ ଚୋର’’ ମଣ୍ଟୁ ପାଇକରାୟ

‘‘ତେଲିଆ ଚୋର’’ ମଣ୍ଟୁ ପାଇକରାୟ

  • Share this:
News18 Odia Digital

ଭୁବନେଶ୍ୱର: ଚୋରି କରିବାକୁ ଯିବା ବେଳେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବହଳିଆ କରି ତେଲ ଲଗାଇଥାଏ ମଣ୍ଟୁ ପାଇକରାୟ l ତେଣୁ ସେ ଚେlରି କରୁଥିବା ବେଳେ ତାକୁ କେହି ଧରିବାକୁ ଉଦ୍ୟମ କଲେ ସେ ଆରାମରେ ଖସିଯାଏ l ଏହି ପଦ୍ଧତି ଆପଣାଇ ସେ ଅନେକ ଥର ପୋଲିସ ହାତରୁ ବି ଖସି ଯାଇଛି l କିନ୍ତୁ ଏଥର ଆଉ ସେ ପାରିଲାନି । ପୋଲିସ ତାକୁ ମାଡି ବସିଲା ।

ବରମୁଣ୍ଡା ପାଲା ମଣ୍ଡପରେ ରହୁଥିବା ୩୮-ବର୍ଷୀୟ ମଣ୍ଟୁ ପାଇକରାୟ ଏବେ ରହୁଛି ପୁରୀ ଜିଲ୍ଲା ନିମାପଡ଼ାରେ l ଏବେ ବି ତା’ ପେଶା ଚେlରି କରିବା l ଘରର ଝରକା ଓ କବାଟ ଆଦି ତାଡ଼ି ସେ କଳା କନା ବୁଲାଏ l ପାଇପ୍‌ ସାହାଯ୍ୟରେ ତିନି-ଚାରି ମହଲା ବିଲଡିଂକୁ ଚଢ଼ି ଚୋରି କରିବାରେ ବି ସେ ସିଦ୍ଧହସ୍ତ l

ଅନ୍ୟ ଚୋରଙ୍କ ତୁଳନାରେ ମଣ୍ଟୁର ଚୋରି କରିବାର ଉପାୟ ଭିନ୍ନ ଥିଲା l ଚୋରି କରିବାକୁ ଯିବା ବେଳେ ସେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବହଳିଆ କରି ତେଲ ଲଗାଇଥାଏ l ମଣ୍ଟୁ ନାଁରେ ପୂର୍ବରୁ ଖଣ୍ଡଗିରି ଥାନାରେ ରହିଛି ଏକାଧିକ ଚୋରି ମାମଲା l

ଜବତ ହୋଇଥିବା ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଆଦି


ଏ ଥର ମଣ୍ଟୁ ଧରା ପଡ଼ିବା ପରେ ତା’ ପାଖରୁ ଜବତ ହୋଇଛି ୪୦ଟି ନାମୀଦାମୀ କମ୍ପାନୀର ସ୍ମାର୍ଟଫୋନ, ୨୨ଟି ଲାପଟପ ଓ ଦୁଇଟି ଏଲଇଡି ଟିଭି l ଚୋରି କରିବା ପରେ ଏସବୁ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ମଣ୍ଟୁ ଅଧା ମୂଲ୍ୟରେ ବିକ୍ରି କରୁଥିଲା l ତା’ଠାରୁ ଚୋରି ମୋବାଇଲ ଓ ଲାପଟପ କିଣିଥିବା ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଆଲୋକ ବେହେରା (୨୮) ଓ ପ୍ରଦୀପ ଦାସ (୩୩) l ଆଲୋକର ଘର ପୁରୀ ଜିଲ୍ଲା ଗୋପରେ l ପ୍ରଦୀପର ଘର ନିମାପଡ଼ାରେ l ମଣ୍ଟୁର ଗାଁ ପାଖ ଲୋକ ହୋଇଥିବାରୁ ସେ ଚୋରି ସାମଗ୍ରୀ ଏମାନଙ୍କୁ ଅଧା ଦାମରେ ବିକ୍ରି କରୁଥିଲା l

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

ଆଉ ଏକ ମାମଲାରେ ପୋଲିସ ହାତରେ ଧରାପଡିଛନ୍ତି ଏକ ତିନିଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ l ଏକୁଟିଆ ଯାଉଥିବା ଲୋକଙ୍କଠାରୁ ମୋବାଇଲ ଫୋନ୍‌ ଓ ବାଇକ ଲୁଟି ନେଉଥିବା ଏହି ଲୁଟେରାଙ୍କୁ ଧରିଛି ସ୍ପେଶାଲ ସ୍କ୍ୱାର୍ଡ଼ l ସେମାନଙ୍କ ନିକଟରୁ ୪୦ଟି ସ୍ମlର୍ଟ ଫୋନ, ୨୩ଟି ଲାପଟପ ଓ ନଅଟି ବାଇକ ଜବତ କରାଯାଇଛି l



‘‘ରାଜଧାନୀରେ ବାଇକ ଚୋରି ଅଧିକ ହେଉଥିବାରୁ ମୋଟର ସାଇକେଲରେ ଜିପିଆରଏସ ଲଗାନ୍ତୁ l ଯେତେବେଳେ ପୁରୁଣା ମୋବାଇଲ କିମ୍ବା ଲାପଟପ କିଣୁଛନ୍ତି, ବିଲ ମାଗନ୍ତୁ l ବିନା ବିଲରେ କୌଣସି ସାମଗ୍ରୀ କିଣନ୍ତୁ ନାହିଁ l ଯଦି କିଣିବେ ତେବେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଗିରଫ ହୋଇପାରନ୍ତି,’’ କହିଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାଶ ।

ଉଦ୍ଧାର ହୋଇଥିବା ଚୋରି ଲାପଟପ, ମୋବାଇଲ ଫୋନ ଓ ବାଇକଗୁଡ଼ିକ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି l
Published by:Anand Shankar Thankur Das
First published: