ଭୁବନେଶ୍ୱର: ୧୫ ମାସ ପରେ ପର୍ଦ୍ଦାଫାସ ହେଲା ଲୋମ ଟାଙ୍କୁରା ହତ୍ୟାକାଣ୍ଡର ରହସ୍ୟ

ସିକନ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ କରି ପୋଲିସକୁ ଚକମା ଦେଇ ଭୁବନେଶ୍ଵର ଛାଡ଼ି ଚେନ୍ନାଇ ଚାଲିଯାଇଥିଲେ l ସେମାନେ ସେଠାରେ ରାଜମିସ୍ତ୍ରି କାମ କରୁଥିଲେ ବୋଲି ଜଣାପଡିଛି l କୋରୋନା ସଂକ୍ରମଣ ପାଇଁ ସାରା ଦେଶ ଲକଡାଉନ ହେବା ପରେ ଏମାନେ ଭୁବନେଶ୍ବରକୁ ଫେରିଥିଲେ l

ଭୁବନେଶ୍ୱର: ୧୫ ମାସ ପରେ ପର୍ଦ୍ଦାଫାସ ହେଲା ଲୋମ ଟାଙ୍କୁରା ହତ୍ୟାକାଣ୍ଡର ରହସ୍ୟ
ଗିରଫ ହୋଇଥିବା ସିକନ ଓ ତାଙ୍କ ସହଯୋଗୀ
  • News18 Odia
  • Last Updated: August 26, 2020, 10:55 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାଇ ଗିରିକୁ କେନ୍ଦ୍ରକରି ରାଜଧାନୀ ଭୁବନେଶ୍ୱରରେ ୧୫ ମାସ ତଳେ ଘଟିଥିବା ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡର କମିଶନରେଟ ପୋଲିସ ପର୍ଦ୍ଦାଫାସ କରିଛି l ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସିକନ ଓରଫ ଶୁଭରାଜ ମହାରଣା ସହ ୫ ଜଣଙ୍କୁ ଗିରଫ କରାଯାଇଛି l ୨୦୧୯ ମେ ୨୯ ରାତିରେ ସାଲିଆ ସାହିର ରିକୁ ସ୍ଵାଇଁଙ୍କ ଉପରକୁ ବୋମା ମାଡ଼ କରି ଏମାନେ ତାଙ୍କୁ ହତ୍ୟା କରିଥିଲେ l ହତ୍ୟାକାଣ୍ଡରେ ୧୦ ଜଣଙ୍କର ହାତ ଥିବାବେଳେ ୧୫ ମାସ ପରେ ଧରାପଡିଛନ୍ତି ୫ ହତ୍ୟାକାରୀ l ଭାଇଗିରି ପାଇଁ  ଏହି ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା ବୋଲି ଜଣାପଡିଥିଲା l

ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ସାଲିଆ ସାହିର ଗୌଡ ପଡିଆ କ୍ଲବ ପାଖରେ ଘଟିଥିଲା l ରିକୁ ସହ ସିକନ ଗୋଷ୍ଠୀର ପୂର୍ବରୁ ପାଟିତୁଣ୍ଡ ଲାଗି ରହିଥିଲା l ହତ୍ୟାକାଣ୍ଡ ଦିନ କ୍ଲବ ଭିତରେ ରିକୁଙ୍କୁ ରାସ୍ତାରୁ ହଟାଇ ଦେବି ବୋଲି ସିକନ ଧମକ ଦେଇଥିଲା  l ରିକୁ ସେଦିନ ରାତିରେ ବାଣିବିହାରରୁ ଜଣେ ସାଙ୍ଗର ଭୋଜି ସାରି ଘରକୁ ଫେରୁଥିବାବେଳେ କ୍ଳବ ପାଖରେ ସିକନ ଏବଂ ତାର ୯ ଜଣ ସହଯୋଗୀ ଅତର୍କିତ ବୋମା ମାଡ଼ କରିଥିଲେ l ଏହି ବୋମା ମାଡରେ ରିକୁ ସ୍ଵାଇଁ ପ୍ରାଣ ହରାଇଥିଲେ l

ଅନୁସନ୍ଧାନରୁ ଜଣା ପଡିଥିଲା କ୍ଲବରେ ସିକନର ଦବଦବା ଅଧିକ ଥିଲା l ସିକନର ଭାଇ ଗିରିକୁ ରିକୁ ସ୍ଵାଇଁ ପସନ୍ଦ କରୁ ନଥିଲା l ଫଳରେ ଭାଇ ଗିରି ପାଇଁ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା l ଏହାକୁ ନେଇ ସିକନ ଓ ତାର ସହଯୋଗୀ ରିକୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ l

ଜବତ ହୋଇଥିବା ଟଏ ଗନ ଓ ମୋଟର ସାଇକେଲ


ହତ୍ୟାକାଣ୍ଡର ୧୫ ମାସ ପରେ ଧରାପଡିଛି ସିକନ ଓ ତାର ୪ ସହଯୋଗୀ ଅଚ୍ୟୁତ ଦାସ (୨୩), ଗଣେଷ ବେହେରା(୨୭), ସୌମ୍ୟରଞ୍ଜନ ମହାପାତ୍ର(୨୩) ଏବଂ ବଳରାମ ବାରିକ(୨୪) l ସମସ୍ତଙ୍କ ଘର ସାଲିଆ ସାହିରେ l ଏମାନଙ୍କ ପାଖରୁ ଏକ ଟଏ ଗନ ଓ ମୋଟର ସାଇକେଲ ଜବତ ହୋଇଛି l

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ହତ୍ୟାକାଣ୍ଡ ପରେ ପୋଲିସକୁ ଚକମା ଦେଇ ଏମାନେ ଭୁବନେଶ୍ଵର ଛାଡ଼ି ଚେନ୍ନାଇ ଚାଲିଯାଇଥିଲେ l ସେମାନେ ଚେନ୍ନାଇରେ ରାଜମିସ୍ତ୍ରି କାମ କରୁଥିଲେ ବୋଲି ଜଣାପଡିଛି l କୋରୋନା ସଂକ୍ରମଣରୁ ସାରା ଦେଶ ଲକ ଡାଉନ ହେବା ପରେ ଏମାନେବି ଭୁବନେଶ୍ବର ଫେରିଥିଲେ l ଭୁବନେଶ୍ଵରରେ ଏକ ଅଟା କଳରେ କାମ କରୁଥିଲା ଗଣେଷ, ସୌମ୍ୟରଞ୍ଜନ ଓ ବଳରାମ l ସିକନ ଏକ ପେଟ୍ରୋଲ ପମ୍ପରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ l ସିକନ ନାଁରେ ହତ୍ୟା, ଲୁଟ, ଛନତାଇ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି  l ଭୁବନେଶ୍ଵର ଫେରିବା ପରେ ଲଣ୍ଡା ହୋଇ ପୋଲିସକୁ ଭୁଆଁ ବୁଲାଉ ଥିଲା l



''ହତ୍ୟାକାଣ୍ଡରେ ୧୦ ଜଣଙ୍କର ସମ୍ପୁକ୍ତି ରହିଛି l ପୂର୍ବରୁ ସିକନର ଦୁଇ ସହଯୋଗୀ ସନାତନ ରେଡ଼ି ଓ ବିକ୍ରମ ରେଡ଼ି  ଗିରଫ ହୋଇ ଜେଲରେ ଅଛନ୍ତି  l ସେହି ପରି ଅନ୍ୟତମ ହତ୍ୟାକାରୀ ଚନ୍ଦନ ଦେହୁରି ଏକ ଲୁଟ ମାମଲାରେ ଆଠଗଡ଼ ଜେଲରେ ଅଛି l ହତ୍ୟାକାଣ୍ଡରେ ସମୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯିବ," କହିଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାଶ  l
Published by: Jagdish Barik
First published: August 26, 2020, 10:55 AM IST
corona virus btn
corona virus btn
Loading