ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜି ଠାରୁ ଭୁବନେଶ୍ୱରର ସବୁ ମନ୍ଦିର ଖୋଲିବ; ସକାଳ ୭ଟାରୁ ୧୨ଟା ଯାଏଁ ହେବ ଦର୍ଶନ

ଆଜି ଠାରୁ ଭୁବନେଶ୍ୱରର ସବୁ ମନ୍ଦିର ଖୋଲିବ; ସକାଳ ୭ଟାରୁ ୧୨ଟା ଯାଏଁ ହେବ ଦର୍ଶନ

ଲିଙ୍ଗରାଜ ମନ୍ଦିରରେ ରବିବାର ଠାରୁ ଦୁଇ ଦିନ ପରିଚୟ ପତ୍ର ସହ ଦର୍ଶନ କରିବେ ରାଜଧାନୀବାସୀ । ଦୀର୍ଘ ନଅ ମାସ ପରେ ଠାକୁର ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତମାନେ ବେଶ୍ ଉତ୍ସାହିତ ଅଛନ୍ତି ।

ଆଜି ଠାରୁ ଭୁବନେଶ୍ୱରର ସବୁ ମନ୍ଦିର ଖୋଲିବ; ସକାଳ ୭ଟାରୁ ୧୨ଟା ଯାଏଁ ହେବ ଦର୍ଶନ
ରାମ ମନ୍ଦିର ଓ (ଡାହାଣ) ଲିଙ୍ଗରାଜ ମନ୍ଦିର
  • News18 Odia
  • Last Updated: January 2, 2021, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ନଅ ମାସ ପରେ ଆଜି (ଜାନୁଆରୀ ୩) ଠାରୁ ଖୋଲିବ ରାଜଧାନୀ ଭୁବନେଶ୍ୱରର ସବୁ ମନ୍ଦିର । ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ସହ ମନ୍ଦିର ଖୋଲିବାକୁ ବି.ଏମ୍‌.ସି. ଅନୁମତି ଦେଇଛି । ମନ୍ଦିର କର୍ତ୍ତୃପକ୍ଷ ବି ଭକ୍ତ ସମାଗମ ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି ।

ରବିବାର ଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିରରେ ଦର୍ଶନ କରିପାରିବେ । ଲିଙ୍ଗରାଜ ମନ୍ଦିରରେ ରବିବାର ଠାରୁ ଦୁଇ ଦିନ ପରିଚୟ ପତ୍ର ସହ ଦର୍ଶନ କରିବେ ରାଜଧାନୀବାସୀ । ଦୀର୍ଘ ନଅ ମାସ ପରେ ଠାକୁର ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।

ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି Viral Photos

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ମାର୍ଚ୍ଚ ୨୦ ତାରିଖରୁ ଓଡ଼ିଶାର ସବୁ ମନ୍ଦିର ମନ୍ଦିର ବନ୍ଦ ରହିଥିଲା, ହେଲେ ମନ୍ଦିର ଭିତରେ ଦେବନୀତି ଚାଲିଥିଲା । ରବିବାର ଠାରୁ ପୁଣି ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ବି.ଏମ୍‌.ସି.ର ନିଷ୍ପତ୍ତିକୁ ଭୁବନେଶ୍ବରବାସୀମାନେ ସ୍ୱାଗତ କରିଛନ୍ତି ।

ଭୁବନେଶ୍ୱରରେ ଥିବା ରାମ ମନ୍ଦିର


ସବୁ ମନ୍ଦିର ସାନିଟାଇଜ କରାଯିବା ସହ ଧାଡ଼ି ବାନ୍ଧି ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ପରସ୍ପର ଠାରୁ ଛଅ ଫୁଟ ଦୂରତା ବଜାୟ ରଖିବାକୁ ଭକ୍ତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କ ହାତ ସାନିଟାଇଜ କରାଇବେ ଓ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବେ ମନ୍ଦିର କର୍ତ୍ତୃପକ୍ଷ । ଏକକାଳୀନ ୩୦ ଜଣ ଭକ୍ତ ମନ୍ଦିରରେ ପ୍ରବେଶ କରି ଦର୍ଶନ କରିପାରିବେ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।

ଦେଖନ୍ତୁ ଫଟୋ | ପୂରା ବଚ୍ଚନ ପରିବାର ଏମିତି ସ୍ାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ

‘‘ମନ୍ଦିର ସାନିଟାଇଜ ହୋଇଛି । ବ୍ୟାରିକେଡ ବନ୍ଧା ସରିଛି । ଏସ୍‌.ଓ.ପି.କୁ ମାନି ଆମେ ସମସ୍ତ ବ୍ୟବସ୍ଥା କରିଛୁ । ଏକକାଳୀନ ୩୦ ଜଣ ଭକ୍ତଙ୍କୁ ନେଇ ଦର୍ଶନ ଆରମ୍ଭ ହେବ,’’ କହିଛନ୍ତି ରାମ ମନ୍ଦିରର ମ୍ୟାନେଜର ମହାବୀର ପ୍ରସାଦ ଶର୍ମା ।

ଭୁବନେଶ୍ୱରର ଇସ୍କନ୍ ମନ୍ଦିର


ଲିଙ୍ଗରାଜ ମନ୍ଦିରରେ ବି ସାଧାରଣ ଦର୍ଶନ ରବିବାର ଠାରୁ ଆରମ୍ଭ ହେଉଛି । ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ପ୍ରଭୁଙ୍କ ଦର୍ଶନ କରିବେ । ନିଜର ପରିଚୟ ପତ୍ର ସହ କୋଭିଡ ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ସେମାନେ ଯାଇପାରିବେ । ଗର୍ଭଗୃହ ଦର୍ଶନ ବନ୍ଦ ରହିଥିବା ବେଳେ ଆଡ଼କାଠରୁ ହିଁ ଦର୍ଶନ କରିବେ ଭକ୍ତମାନେ । ଜାନୁଆରୀ ୬ ତାରିଖରୁ ପର୍ଯ୍ୟଟକଙ୍କ ସହ ସବୁ ସ୍ଥାନର ଭକ୍ତମାନଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯିବ ।

ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି

‘‘ଦୀର୍ଘ ନଅ ମାସ ପରେ ଭଗବାନଙ୍କୁ ଦର୍ଶନ କରିବୁ ବୋଲି ଆମେ ବେଶ୍‌ ଉତ୍ସାହିତ ଅଛୁଁ । ଆମେ ଠାକୁରଙ୍କୁ ଦେଖିବୁ ବୋଲି ଅନେଇ ବସିଛୁ । କେତେ ଦିନ ଏମିତି ବାହାରୁ ମୁଣ୍ଡିଆ ମାରି ଯିବୁ? ଯାହା ହେଉ ଏବେ ମନ୍ଦିର ଖୋଲୁଛି । ଆମକୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ,’’ କହିଛନ୍ତି ଲିଙ୍ଗରାଜ ମନ୍ଦିର ବାହାରୁ ମୁଣ୍ଡିଆ ମାରୁଥିବା ଜଣେ ଭକ୍ତ ।



ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମିବା ସହ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜନ ଜୀବନ । ଏହାକୁ ନେଇ ବେଶ୍‌ ଖୁସି ପ୍ରକାଶ କରିଛନ୍ତି ରାଜଧାନୀବାସୀମାନେ ।
Published by: Anand Shankar Thankur Das
First published: January 2, 2021, 11:56 PM IST