ସାମାନ୍ୟ ବର୍ଷାରେ ବେହାଲ୍ ହେଉଛି ‘ସ୍ମାର୍ଟ ସିଟି ଭୁବନେଶ୍ୱର’; ଲୋକେ ହନ୍ତସନ୍ତ, ହେଲେ BMC ଚୁପ୍

ଅସରାଏ ବା ଦୁଇ ଅସରା ବର୍ଷା ପରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଏମିତି ଜଳମଗ୍ନ ହେଉଛି ଯେ ଅନେକଙ୍କୁ ଲାଗୁନାହିଁ ଏହି ‘ସ୍ମାର୍ଟ ସିଟି’କୁ ସାରା ଦେଶର ଛୋଟ ସହରମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ବସବାସଯୋଗ୍ୟ ସହରର ମାନ୍ୟତା ମିଳିଛି ।

ସାମାନ୍ୟ ବର୍ଷାରେ ବେହାଲ୍ ହେଉଛି ‘ସ୍ମାର୍ଟ ସିଟି ଭୁବନେଶ୍ୱର’; ଲୋକେ ହନ୍ତସନ୍ତ, ହେଲେ BMC ଚୁପ୍
ବର୍ଷା ପରେ ଭୁବନେଶ୍ୱରର ଗୋଟିଏ ରାସ୍ତାର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ କିଛି ଦିନ ଧରି ସାମାନ୍ୟ ବର୍ଷାରେ ବେହାଲ୍‌ ହେଉଛି ରାଜଧାନୀ ଭୁବନେଶ୍ୱର । ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଛି କୃତିମ ବନ୍ୟା ସ୍ଥିତି ଓ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଅଧା ଡୁବିଥିବା ଗାଡି଼ ମୋଟରକୁ ଦେଖି ଲାଗୁନାହିଁ ଯେ ଇଏ ‘ସ୍ମାର୍ଟ ସିଟି ଭୁବନେଶ୍ୱର’ ଯାହାକୁ ସାରା ଦେଶରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ଲୋକଙ୍କ ପସନ୍ଦର ଦ୍ୱିତୀୟ ସର୍ବାଧିକ ବସବାସ ଯୋଗ୍ୟ ସହର ଭାବେ ଏହି ମାସ ସମ୍ମାନ ମିଳିଛି ।

ଇସ୍କନ୍‌ ମନ୍ଦିର ସାମ୍ନାରେ ଥିବା ସର୍ଭିସ୍‌ ରୋଡଠାରୁ ଆରମ୍ଭ କରି ସହର ଭିତର ଦେଇ ଲମ୍ବିଥିବା ୧୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜର କିଛି ଅଂଶ ସମେତ ଲକ୍ଷ୍ମୀ ସାଗର, ଜିଜିପି କଲୋନୀ ଓ ଝାରପଡ଼ା ଆଦି ସ୍ଥାନର ଏକାଧିକ ଅଞ୍ଚଳରେ ସାମାନ୍ୟ ବର୍ଷା ପରେ କୃତ୍ତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ଗତ ରବିବାର ସନ୍ଧ୍ୟା ପରେ ମଙ୍ଗଳବାର ମାତ୍ର କିଛି ମିନିଟ୍‌ ଧରି ହୋଇଥିବା ବର୍ଷାରେ ଭୁବନେଶ୍ୱର ଏକ ଜଳମୟ ସହରର ରୂପ ଧାରଣ କରିଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ମାତ୍ର ୪୫ ମିନିଟର ବର୍ଷାରେ ବେହାଲ ହୋଇଯାଇଥିଲା ରାଜଧାନୀର ବିଭିନ୍ନ ଅଞ୍ଚଳ। ନୟାପଲ୍ଲୀ ଇସ୍କନ୍‌ ମନ୍ଦିରର ଠିକ୍‌ ସାମ୍ନା ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା । ଚାହୁଁ ଚାହୁଁ ସେହି ରାସ୍ତାରେ ଅଟକିଯାଇଥିଲା ଅନେକ ଗାଡି଼ । କିଛି କାର୍‌ ଓ ମୋଟର୍‌-ସାଇକେଲ୍‌ ଜମିଥିବା ପାଣିକୁ ଅତିକ୍ରମ କରିବାକୁ ଉଦ୍ୟମ କରି ଫସିଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସାମାନ୍ୟ ବର୍ଷାରେ ଭୁବନେଶ୍ୱରର ଅସହାୟ ହୋଇପଡ଼ିଥିଲା । ଠିକ୍‌ ସେମିତି ଅବସ୍ଥା ଲକ୍ଷ୍ମୀ ସାଗର ଛକଠାରୁ ଆରମ୍ଭ କରି ଝାରପଡ଼ା, କେନାଲ୍‌ ରୋଡ଼ ଓ ଜିଜିପି କଲୋନି ଆଦି ଅଞ୍ଚଳରେ ମଧ୍ୟ ସୃଷ୍ଟି ହୋଇଥିଲା ।

ଏହା ବି ପଢ଼ନ୍ତୁ | Dr SP Mukherjee: “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ହେଉଛନ୍ତି ଭାରତୀୟ ଜାତୀୟତାର ଅଲିଭା ବହ୍ନି”

‘‘ଆଗରୁ କୃତିମ ବନ୍ୟା ପାଇଁ ବଦନାମୀ ମୁଣ୍ଡାଉ ଥିଲା କଟକ ସହର। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । ଅସରାଏ ବର୍ଷାରେ ବି ସ୍ମାର୍ଟ ସିଟି ଭୁବନେଶ୍ୱର ବେହାଲ୍‌ ହେଉଛି । ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଉଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ, ଭୁବନେଶ୍ବରର ଏକାଧିକ ଅଞ୍ଚଳରେ ଏଭଳି ଅବସ୍ଥା ଲୋକଙ୍କୁ ବଡ଼ କଷ୍ଟ ଦେଉଛି । ଏଥି ପାଇଁ ବି.ଏମ୍‌.ସି. ଦାୟୀ । ଠିକ୍‌ ସମୟରେ ନାଳ ମରାମତି ପାଇଁ ଟେଣ୍ଡର୍‌ ହେଉନି। ବର୍ଷା ଦିନ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ହିଁ କାମ ଆରମ୍ଭ ହେଉଛି । ଏହା ପ୍ରଶାସନିକ ଅବହେଳାର ସାକ୍ଷାତ ପ୍ରମାଣ,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ଅମୀୟ ମଲ୍ଲିକ ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ଷ୍ଟ୍ରକଚରାଲ ଇଞ୍ଜିନିୟର ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘‘ଆମେ ଦେଶରେ ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଛୁ, ହେଲେ ତାହା କେବଳ କାଗଜ କଲମରେ । ବାସ୍ତବ ଚିତ୍ର ଯେ ସମ୍ପୁର୍ଣ୍ଣ ଭିନ୍ନ ତାହା ଅସରାଏ ଦୁଇ ଅସରା ବର୍ଷା ପରେ ଜାଣିବାକୁ ମିଳୁଛି । ବାହାରକୁ ସହରର କିଛି ମୁଖ୍ୟ ଅଞ୍ଚଳ କେବଳ ଚକଚକ ଦିଶୁଥିବା ବେଳେ  ଅନେକ ତଳି ଅଞ୍ଚଳର ସ୍ଥିତି ପୂର୍ବ ପରି ଦୟନୀୟ ହୋଇ ରହିଛି । ଏହାର ମୁଖ୍ୟ କାରଣ ହେଉଛି ସମନ୍ୱୟର ଅଭାବ। ଏଥି ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି.’’



ଏହି ସମସ୍ୟା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ବି.ଏମ୍‌.ସି. କର୍ତ୍ତୃପକ୍ଷ । ପୂର୍ବ ବର୍ଷମାନଙ୍କ ଭଳି ମଧ୍ୟ ଏ ବର୍ଷ ବି ବୋଧହୁଏ ଚୁପ୍‌ ରହିବା ଉଚିତ ମଣୁଛି ବି.ଏମ୍‌.ସି. ପ୍ରଶାସନ ।
Published by: Anand ST Das
First published: June 21, 2021, 11:52 PM IST