ସର୍ଭେ: ୧୦ ଲକ୍ଷରୁ କମ୍ ଲୋକ ଥିବା ଦେଶର ୬୨ଟି ସହର ଭିତରେ ଭୁବନେଶ୍ୱର ଦ୍ଵିତୀୟ ସବୁଠୁ ଭଲ ସହର

କେନ୍ଦ୍ରୀୟ ସର୍ବେକ୍ଷଣ ରିପୋର୍ଟର ଏହି ପରିସଂଖ୍ୟାନ ୧୪ଟି କ୍ଷେତ୍ରକୁ ଗୁରୁତ୍ବ ଦେଇ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠାରୁ ଉଚ୍ଚରେ ରହିଛି ଶିମଲା ସହର । ତୃତୀୟ ସ୍ଥାନରେ ବା ଭୁବନେଶ୍ୱର ତଳେ ରହିଛି ସିଲଭାସା ସହର ।

ସର୍ଭେ: ୧୦ ଲକ୍ଷରୁ କମ୍ ଲୋକ ଥିବା ଦେଶର ୬୨ଟି ସହର ଭିତରେ ଭୁବନେଶ୍ୱର ଦ୍ଵିତୀୟ ସବୁଠୁ ଭଲ ସହର
ଭୁବନେଶ୍ୱର ପାଇଁ ଏହି ପରିଚୟକୁ ଭୁବନେଶ୍ୱରିଆମାନେ ଗର୍ବର ବିଷୟ ବୋଲି ଭାବୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାରା ଦେଶରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ଲୋକଙ୍କ ପସନ୍ଦର ଦ୍ୱିତୀୟ ସର୍ବାଧିକ ବସବାସ ଯୋଗ୍ୟ ସହର ହେଉଛି ଭୁବନେଶ୍ୱର । ଭୁବନେଶ୍ୱର ଉପରକୁ ରହିଛି ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ସହର । ଭୁବନେଶ୍ୱର ତଳେ ତୃତୀୟ ସ୍ଥାନରେ ରହିଛି ପଶ୍ଚିମ ଭାରତର ସିଲଭାସା ସହର ।

କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଏହି ତାଲିକାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ଦେଶର ସର୍ବ ପ୍ରଥମ ସ୍ମାର୍ଟ ସିଟିଭାବେ ସ୍ଥାନିତ ହୋଇଥିବା ରାଜଧାନୀ ଭୁବନେଶ୍ୱର ପୁଣି ଥରେ ସର୍ବ ଭାରତୀୟ ସ୍ତରରେ ଏହି ରାଙ୍କିଂ ପାଇଥିବାରୁ ଏହାକୁ ନେଇ ଭୁବନେଶ୍ୱର ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ବଢି଼ଛି ।

ଏହା ବି ପଢ଼ନ୍ତୁ | ପୁଣେରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ଜଣ କର୍ମଚାରୀ ଜଳି ମଲେ; ୧୭ ଜଣ ନିଖୋଜ

ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ହେଉଛି ଦେଶର ସର୍ବାଧିକ ପସନ୍ଦର ସହର, ଯେଉଁଠାରେ ଅଧିକାଂଶ ଲୋକ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ପୁଣେ ସହର ଓ ତୃତୀୟ ସ୍ଥାନରେ ରହିଛି ଗୁଜରାଟର ଅହମଦାବାଦ ସହର । ଛୋଟ ସହର ତାଲିକାରେ ଦେଶର ଲୋକଙ୍କ ଦ୍ୱିତୀୟ ସର୍ବାଧିକ ପସନ୍ଦର ସହର ଭାବେ ଭୁବନେଶ୍ୱର ସ୍ଥାନୀତ ହୋଇଥିବାରୁ ଏହାକୁ ନେଇ ଭୁବନେଶ୍ୱର ବାସିନ୍ଦାମାନେ ଉତ୍ସାହିତ ଅଛନ୍ତି ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ୨ଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା; ସଙ୍ଗେ ସଙ୍ଗେ ୪୫ ଜଣ ମୃତ, ୬୦ ଜଣ ଆହତ ହେଲେ

କେନ୍ଦ୍ରୀୟ ସର୍ବେକ୍ଷଣ ରିପୋର୍ଟର ଏହି ପରିସଂଖ୍ୟାନ ପ୍ରାୟ ୧୪ଟି କ୍ଷେତ୍ରକୁ ଗୁରୁତ୍ବ ଦେଇ ପ୍ରସ୍ତୁତ କରାଯାଇଛି । ସେଥିରେ ସବୁଠାରୁ ଉଚ୍ଚରେ ରହିଛି ଶିମଲା ସହର । ତାଲିକାର ତୃତୀୟ ସ୍ଥାନରେ ବା ଭୁବନେଶ୍ୱରଠାରୁ ତଳେ ରହିଛି ଦାଦ୍ରା ଓ ନଗର ହାବେଳିର ସଦର ମହକୁମା ସହର ସିଲଭାସା । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ମୋଟ ୬୨ଟି ୧୦ ଲକ୍ଷରୁ କମ ଜନସଂଖ୍ୟା ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ୨୦୨୦ ମସିହାରେ ହୋଇଥିଲା ଏହି ସର୍ବେକ୍ଷଣ, ଯେଉଁଥିରେ ଦେଶର ୬୨ଟି ଛୋଟ ସହରର ୧୪ଟି ଶ୍ରେଣୀର ସମୁଦାୟ ୪୯ଟି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

ଜୀବନ ଧାରଣର ମାନଦଣ୍ଡ ସମେତ ଲୋକଙ୍କ ଆର୍ଥିକ କ୍ଷମତା ଓ ନିରନ୍ତର ବିକାଶ ପ୍ରକ୍ରିୟାର ବାସ୍ତବତାକୁ ଗୁରୁତ୍ୱ ଦେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ବାସିନ୍ଦାମାନଙ୍କ ମତରେ ଯାହା ବି ମାନ୍ୟତା ମିଳିଛି ତାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ୪୦ ବର୍ଷ ଧରି ଭୁବନେଶ୍ୱର ସ୍ଥାୟୀ ବାସିନ୍ଦା ଥିବା ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି, ‘‘ଚାଳିଶି ବର୍ଷ ତଳର ଭୁବନେଶ୍ୱର ଓ ଏବେକାର ଭୁବନେଶ୍ୱର ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ବଢ଼ିଛି ଲୋକଙ୍କ ଜାବନ ଧାରଣର ମାନ ।’’

ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲାଦଣ୍ଡ ମିଳୁ

‘‘ଭୁବନେଶ୍ୱରର କଳେବର ବୃଦ୍ଧି ସହିତ ଲୋକଙ୍କ ଜୀବନ ଧାରଣର ମାନ ମଧ୍ୟ ବଢ଼ିଥିବାରୁ ଭୁବନେଶ୍ୱର ସର୍ବଭାତୀୟ ସ୍ତରରେ ଏହି ମାନ୍ୟତା ପାଇଛି । ଏହା ସବୁ ଭୁବନେଶ୍ୱରିଆଙ୍କ ପାଇଁ ଗର୍ବର ବିଷୟ,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ଆଶୁତୋଷ ସାମନ୍ତରାୟ ।

ଦେଶର ବଡ଼ ସହରଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ମୋଟ ୪୯ଟି ସହର ସାମିଲ ଥିଲେ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ତାଲିକାରେ ୧୩ତମ ସ୍ଥାନରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା

ଜାତୀୟ ସ୍ତରରେ ଭୁବନେଶ୍ୱର ସହରର ଏହି ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛି ଆଫୋଡ଼। ଆଫୋର୍ଡ ସଭାପତି ନିଶିଥ ରଞ୍ଜନ ନନ୍ଦ କହିଛନ୍ତି, ‘‘ଆମ ପାଇଁ ଏହା ନିହାତି ଭାବେ ଏକ ଗର୍ବର ବିଷୟ । ପୂର୍ବରୁ ସ୍ମାର୍ଟ ସିଟିର ସଫଳତା ଓ ଏବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଳାୟର ସୂଚକାଙ୍କ ଆମ ପାଇଁ ଉତ୍ସାହଜନକ । ସଡ଼କ ପରିବହନ, ବର୍ଜ୍ୟ ବସ୍ତୁ ପରିଚାଳନା ଓ ଲୋକଙ୍କ କ୍ରୟ କ୍ଷମତା ଆଦି ୧୪ଟି ଶ୍ରେଣୀର ୪୯ଟି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି ଓ ସାମଗ୍ରୀକ ଭାବେ ୫୯.୮୫ ସ୍କୋରରେ ରହିଛି ଭୁବନେଶ୍ୱର । ଆମର ଆଶା ଆଗକୁ ଭୁବନେଶ୍ୱରର ପ୍ରଦର୍ଶନ ଆହୁରି ଭଲ ରହିବ ।’’



କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ସର୍ଭେରେ ପଶ୍ଚିମ ବଙ୍ଗର କୌଣସି ସହର ସାମିଲ ହୋଇ ନ ଥିଲେ ।
Published by: Anand ST Das
First published: June 7, 2021, 11:57 PM IST