News 18 Odia Digital
ଭୁବନେଶ୍ୱର; ଉତ୍ସବ ହେଉ ବା ପର୍ବପର୍ବାଣୀ, ସବୁ ସମୟରେ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ମନରେ ରହିଥାଏ ଉତ୍ସାହ । ନୂଆ ଡ଼ିଜାଇନର ପୋଷାକ ସହ ନ୍ୟୁ-ଲୁକ୍ରେ ଦେଖାଯିବା ପାଇଁ ଲୋକଙ୍କ ମନରେ ଥାଏ ଆଗ୍ରହ । ଏହାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଫ୍ୟାସନ୍ ଡ଼ିଜାଇନର ମାନେ ପ୍ରସ୍ତୁତ କରିଥାନ୍ତି ନୂତନ ଓ ଆକର୍ଷଣୀୟ ଡ଼ିଜାଇନର ପୋଷାକ । ଏହି ନୂଆ ଡ଼ିଜାଇନ ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକର ସପ୍ତମ ସଂସ୍କରଣ ଏବଂ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ୬ ଜଣ ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନର ପୋଷାକ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍ୱେ ୱିକ୍ରେ ଯୋଗଦେଇଥିବା ଡ଼ିଜାଇନରମାନଙ୍କ ମଧ୍ୟରେ “ଲେବେଲ୍ ପ୍ରିୟେଜ”ର ପ୍ରିୟା ମହାପାତ୍ର, ହାଣ୍ଡିକ୍ରାପ୍ଟ ଓ ଛୁଞ୍ଚିରେ ବୁଣା ଯାଇଥିବା ଡ଼୍ରେସ୍ ପ୍ରଦର୍ଶନ କରିଥିଲେ । ସେହିଭଳି ‘ଆମିରାହା ଡ଼ିଜାଇନ୍ର ଷ୍ଟୁଡ଼ିଓ’ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଲିଭିଙ୍ଗ୍ ଫେରି ପୋଷାକ ପ୍ରଦର୍ଶିତ କରାଯାଇଥିଲା । ‘ଦି ମୋହଜ୍’ ବ୍ରାଣ୍ଡ୍ର ସୋନିକା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରିସୋର୍ଟ ପୋଷାକ ପରିଧାନ ଦେଖିବାକୁ ମିଳିଥିଲା । ସେହିପରି ସତ୍ୟ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ମୁଣ୍ଟାଜିର୍ କଲେକସନରେ ଓଡ଼ିଶାର ହ୍ୟାଣ୍ଡଲୁମ୍, କୋଟପଡ଼୍ ଓ ସମ୍ବଲପୁର କପଡ଼ା ଖୁବ୍ ଆକର୍ଷଣୀୟ ହୋଇଥିଲା ।
' ଦକ୍ସା ଡ଼ିଜାଇନ୍ ଷ୍ଟୁଡ଼ିଓ' ର ଡ଼ିଜାଇନ୍ର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ବିବାହ ଓ ପାର୍ବଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଡ଼ିଜାଇନ୍ ପ୍ରଦର୍ଶିତ କରାଯାଇଥିଲା । ଏହା ସହ ଗ୍ରେସ୍ ଷ୍ଟୁଡ଼ିଓର ପ୍ରତିଷ୍ଠାତା ଅସମିତ୍ ଆନନ୍ଦଙ୍କ ଏରିକା କଲେକ୍ସନ୍ ଆକର୍ଷଣୀୟ ଥିଲା । ଭୁବନେଶ୍ୱର ରନ୍ୱେ ୱିକର୍ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଡ଼ିଜାଇନ୍ର ପୋଷାକ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିସ୍ ୟୁନିଭର୍ସ ୨୦୨୦ର ତୃତୀୟ ରନର୍ସ ଅଫ୍ ଆଡ଼୍ଲିନ୍ କାଷ୍ଟେଲିନୋ, ଓଲିଉଡ଼୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପ୍ରିୟା ଚୌଧୁରୀଙ୍କ ସହ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡ଼ିଜାଇନର୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ ର୍ୟାମ୍ପ ସୋ ରେ ଦର୍ଶକ ବିମୋହିତ ହେବାସହ କଳାକୃତିକୁ ଭୁୟଷୀ ପ୍ରଶଂସା କରିଥିଲେ । ଏହି ଅବସରରେ ୧୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ଫ୍ୟାସନ୍ ଓ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା । ସମ୍ମାନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଇଭୋସ୍ ବିଲ୍ଡ କନ୍ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଗାୟତ୍ରୀ ଦେବୀ ଗ୍ରୁପ୍ର ନିର୍ଦ୍ଦେଶକ ନିରୂପମା ବିଶ୍ୱାଳ, ଇଣ୍ଡଲଜ୍ ସେଲୁନ୍ର ପ୍ରତିଷ୍ଠାତା ସୁକୀର୍ତ୍ତୀ ପଟ୍ଟନାୟକ, ଦକ୍ସା ଡ଼ିଜାଇନ୍ ଷ୍ଟୁଡ଼ିଓର ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ଲେବେଲ୍ ଋତୁପର୍ଣ୍ଣୋ ବ୍ରାଣ୍ଡ୍ର ପ୍ରତିଷ୍ଠାତା ମନିସା ଋତୁପର୍ଣ୍ଣା, ପ୍ରିୟସ୍ର ଡ଼ିଜାଇନରର ପ୍ରିୟା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେହିଭଳି ଗ୍ଲାମ ଅଫ୍ ବାଏ ସୋନାଲିର ପ୍ରତିଷ୍ଠାତା ସୋନାଲି ମିଶ୍ର, ଗଡ଼ଜିୟସ୍ ବ୍ରାଇଡ଼୍ ବାଏ ଲୋପାର ପ୍ରତିଷ୍ଠାତା ଲୋପାମୁଦ୍ରା ପ୍ରଧାନ, ଆଶୁତୋଷ ଫଟୋ ମ୍ୟାଜିକ୍ର ପ୍ରତିଷ୍ଠାତା ଆଶୁତୋଷ ସାହୁ, ବିଶ୍ୱମ୍ ଜୁଏଲର୍ସର ପ୍ରତିଷ୍ଠାତା ସାନ୍ତନୁ କୁମାର ପାତ୍ର, ଶିଳ୍ପୀ ସିଟିର ପ୍ରତିଷ୍ଠାତା ଅଭିପ୍ସା ପଟ୍ଟନାୟକ, ଆଇ.ଏନ୍.ଆଇ.ଏଫ୍.ଡ଼ି ଭୁବନେଶ୍ୱରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା, ଅଲ୍ ଟାଇମଫିଟନେସ୍ର ପ୍ରତିଷ୍ଠାତା ବିଜନ କୁମାର ବାରିକ୍, ଷ୍ଟେୟାର୍ ୱେ ଡ଼ିଜାଇନ୍ସର ମ୍ୟାନେଜିଙ୍ଗ୍ ପାର୍ଟନର୍ ଭୋଳାନାଥ ମହାନ୍ତି, ଚାର୍ମ ୱେଲ୍ନେସ୍ର ପରିଚାଳନା ନିର୍ଦ୍ଦେଶକ ସ୍ମୃତି ମହାପାତ୍ର, ରିଫ୍ଲେକ୍ସନ୍ର ମ୍ୟାନେଜିଙ୍ଗ୍ ପାର୍ଟନର୍ ନମିତା ଶତପଥୀ ପ୍ରମୁଖଙ୍କୁ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।