ବାତ୍ୟା ୟାସକୁ ନେଇ ଭୁବନେଶ୍ୱରିଆ ଆଶ୍ୱସ୍ତ; ସହରରେ ପ୍ରଭାବ ତୀବ୍ର ହେବ ଭାବି ଆତଙ୍କିତ ଥିଲେ

ଅନେକ ଭୁବନେଶ୍ୱର ବାସିନ୍ଦାଙ୍କ ମଧ୍ୟରେ ବାତ୍ୟା ୟାସକୁ ନେଇ ଛନକା ପଶିଥିଲା । ବାତ୍ୟାର ପ୍ରଭାବ ତୀବ୍ର ହେଲେ ପାଣି ଓ ବିଦ୍ୟୁତ ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ କିଛି ଲୋକ ଗାଁକୁ ଚାଲିଯିବାକୁ ଯୋଜନା କରିଥିଲେ ।

ବାତ୍ୟା ୟାସକୁ ନେଇ ଭୁବନେଶ୍ୱରିଆ ଆଶ୍ୱସ୍ତ; ସହରରେ ପ୍ରଭାବ ତୀବ୍ର ହେବ ଭାବି ଆତଙ୍କିତ ଥିଲେ
ଭୁବନେଶ୍ୱରରେ ମଙ୍ଗଳବାର ରାତିରେ ବର୍ଷା ଓ ପବନ ସମୟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏବେ ରାଜଧାନୀ ଭୁବନେଶ୍ବରର ବାସିନ୍ଦାମାନେ ବାତ୍ୟା ୟାସକୁ ନେଇ ଆଶ୍ୱସ୍ତ ହୋଇଛନ୍ତି। ଭୁବନେଶ୍ୱରରେ ଏହି ବାତ୍ୟାର ପ୍ରଭାବରେ କେବଳ ବର୍ଷା ହେବା ସହିତ ମାତ୍ର ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିବା ରୁ ଓ ମୋ’ଟ ଉପରେ ବାତ୍ୟାର ପ୍ରଭାବ ଭୁବନେଶ୍ୱର ଉପରେ କମ୍‌ ପଡିଥିବାରୁ  ସେମାନେ ଭୟମୁକ୍ତ ହୋଇଛନ୍ତି । ତା’ ସହିତ ୟାସର ପ୍ରଭାବ ପଡୁଥିବା ଅଞ୍ଚଳର ବାସିନ୍ଦାମାନଙ୍କ ସୁରକ୍ଷା କାମନା ମଧ୍ୟ କରିଛନ୍ତି ।

ପୂର୍ବରୁ ବାତ୍ୟାର ଗତି ପଥ ଓଡି଼ଶା ଉପକୂଳ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକୁ ନେଇ ଅନେକ ଭୁବନେଶ୍ୱର ବାସିନ୍ଦାଙ୍କ ମଧ୍ୟରେ ଛନକା ପଶିଥିଲା। ଗୋଟିଏ ପଟରେ ରାଜଧାନୀ ଭୁବନେଶ୍ବରରେ ବଢୁଥିବା କୋଭିଡ ସଂକ୍ରମଣର ଭୟ, ଆଉ ତା’ ଉପରେ ବାତ୍ୟା ୟାସର ଭୟ । ବାତ୍ୟା ହେଲେ ପାଣି ଓ ବିଦ୍ୟୁତ ସମସ୍ୟା ସୃଷ୍ଟି ହେବାର ଆଶଙ୍କାରେ ଅନେକ ରାଜଧାନୀ ବାସିନ୍ଦା କ’ଣ କରିବେ ବୋଲି ଚିନ୍ତାରେ ପଡିଯାଇଥିଲେ । କିଛି ଲୋକ ମଧ୍ୟ ଗାଁକୁ ଯିବାକୁ ଯୋଜନା କରି ବସିଥିଲେ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘୨୦୧୯ ଓ ୨୦୨୦ରେ ଆମେ ଭୁବନେଶ୍ୱରରେ ଦୁଇଟି ବାତ୍ୟାର ସାମ୍ନା କରିଛୁ । ଗୋଟିଏ ଫନି ଓ ଆରଟି ଅମ୍ଫନ । ଅମ୍ଫନ ତୁଳନାରେ ଓଡ଼ିଶାରେ ଅଧିକ ପ୍ରଭାବ ପକାଇଥିଲା ଫନି । ଅନେକ ଧନ  ସମ୍ପତ୍ତି ନଷ୍ଟ ହୋଇଥିଲା। ପୂର୍ବରୁ ମଧ୍ୟ ହୁଡହୁଡ ଓ ତିତଲି ଭଳି ବାତ୍ୟାକୁ ଆମେ ସାମ୍ନା କରିଥିଲୁ । ସବୁଥିରେ କଷ୍ଟକର ଥିଲା ବିଜୁଳି ଓ ପାଣିର ଅଭାବ। ତେଣୁ ଏ ଥର ଏହି ବାତ୍ୟା ୟାସ୍‌ ଭୟଙ୍କର ହୋଇଥିଲେ ଆମେ ସେଭଳି ସ୍ଥିତିକୁ ସାମ୍ନା କରିବା ଅପେକ୍ଷା ଗାଆଁକୁ ପଳେଇବୁ ବୋଲି ଭାବୁଥିଲୁ । ଯାହା ହେଉ ଭୁବନେଶ୍ୱରକୁ ବାତ୍ୟା ଟଳିଗଲା,’’ କହିଛନ୍ତି ଭୁବନେଶ୍ୱର ପଳାଶୁଣୀ ବାସିନ୍ଦା  ଆଶୁତୋଷ ସାମନ୍ତରାୟ ।

ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ ହୁଏ କେମିତି ନିଜକୁ ସୁରକ୍ଷିତ ରଖିବେ



ଅନୁରୂପ ମତ ରଖିଛନ୍ତି ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟା ବାସିନ୍ଦା ପ୍ରକାଶ ରାଉତ । ‘‘ଗତ ଥର ବାତ୍ୟା ହେବା ପରେ ଆମେ ବହୁତ କଷ୍ଟ ଭୋଗିଥିଲୁ । ଗାଁରେ ଆଗେ ବିଜୁଳି ଆସିଗଲା ହେଲେ ଭୁବନେଶ୍ୱରରେ ଆସିଲା ନାହିଁ । ତେଣୁ ଏ ଥର ଭାବୁଥିଲି ଗାଁକୁ ପଳେଇବି । ହେଲେ ଭୁବନେଶ୍ୱରକୁ ବାତ୍ୟା ଟଳିଗଲା । ଏବେ ଆମେ ଅନେକ ଆଶ୍ୱସ୍ତ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଅଧିକ ପ୍ରଭାବିତ ହୋଇଥାନ୍ତି ଭୁବନେଶ୍ୱରର ଦିନ ମଜୁରିଆ ଶ୍ରେଣୀ । ବେଶ୍‌ କିଛି ଦିନ ପର୍ଯ୍ୟନ୍ତ ସେମାନେ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଥାନ୍ତି । ଦିନ ମଜୁରିଆ  ସୁରେଶ ପାତ୍ର କହିଛନ୍ତି, ‘‘ବାତ୍ୟା ସମୟରେ ଆମେ ଅନେକ  କଷ୍ଟ  ଭୋଗିଛୁ । ଯାହା ହେଉ ଏ ଥର ଭୁବନେଶ୍ୱରକୁ ବାତ୍ୟା ବିପଦ ଟଳିଗଲା ।’’ ଏ ଥର ବାତ୍ୟା ସହିତ କୋଭିଡ ସଂକ୍ରମଣ ବିପତ୍ତି ମିଶି ଖଟିଖିଆ ଶ୍ରେଣୀର ଗରିବ ଲୋକଙ୍କ କଷ୍ଟ ବହୁତ ବଢ଼ାଇ ଦେଇଥାନ୍ତା ବୋଲି କହିଛନ୍ତି ଦିଗମ୍ବର ଦାସ ।



ତେବେ ଭୁବନେଶ୍ୱର ରୁ ବାତ୍ୟା ପ୍ରଭାବ କମିଥିଲେ ମଧ୍ଯ ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହେଉଥିବାରୁ ସେମାନଙ୍କ ସୁରକ୍ଷିତ ସ୍ଥିତି ସମସ୍ତେ କାମନା କରିଛନ୍ତି ।
Published by: Anand ST Das
First published: May 25, 2021, 11:36 PM IST