NIA ଏସ୍.ପି.ଙ୍କ ଭୁବନେଶ୍ୱର ଘରେ କଳା କନା ବୁଲେଇଲେ ଚୋର; ତଦନ୍ତ ଚାଲିଛି

କରୋନା ସଂକ୍ରମଣ ଭୟ ଓ ଲକଡାଉନ ଯୋଗୁଁ ଚୋର ଡକାୟତ ଘରୁ ବାହାରୁ ନ ଥିଲେ l ତେଣୁ ସହରରେ ଅପରାଧ ପୂର୍ବ ଅପେକ୍ଷା କମି ଯାଇଥିଲା ଓ ପୋଲିସ ଶାନ୍ତିରେ ଟିକେ ନିଶ୍ୱାସ ମାରୁଥିଲା l କିନ୍ତୁ ଏବେ ପୁଣି ଟେନସନ ବଢ଼ିଛି l

NIA ଏସ୍.ପି.ଙ୍କ ଭୁବନେଶ୍ୱର ଘରେ କଳା କନା ବୁଲେଇଲେ ଚୋର; ତଦନ୍ତ ଚାଲିଛି
ଚୋରି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency, NIA)ର ଏସପି ସତ୍ୟଜିତ ନାୟକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର l ଶିଶୁଭବନ ଛକରେ ଥିବା ସରକାରୀ କ୍ୱାର୍ଟସର ପଛ ପାର୍ଶ୍ୱ କବାଟ ତାଲା ଭାଙ୍ଗି ଏସପିଙ୍କ କିଛି ମୂଲ୍ୟବାନ ଆସିବାବପତ୍ର ଚୋରି କରି ନେଇ ଯାଇଛନ୍ତି ସେମାନେ l ଚୋରି ପରେ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ l

NIA ଏସପିଙ୍କ ଘରୁ ଚୋରି ଘଟଣା କମିଶନରେଟ ପୋଲିସକୁ ଚିନ୍ତାରେ ପକାଇଛି l ଯଦି ସହରରେ NIA ଏସପିଙ୍କ ଘର ଓ ସମ୍ପତ୍ତି ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ଆମ ପୋଲିସ କେତେ ସଫଳ ତାହା ଏଥିରୁ ଜଳଜଳ ଦେଖାଯାଉଛି l

ସତ୍ୟଜିତ ପୂର୍ବରୁ ଭୁବନେଶ୍ଵରରେ STFର ଏସପି ଥିଲେ l ବର୍ଷେ ହେଲା ସେ କେନ୍ଦ୍ରୀୟ ଡେପୁଟିସନରେ ଦିଲ୍ଲୀରେ ଅଛନ୍ତି l ସରକାରି କ୍ୱାର୍ଟସରେ ସତ୍ୟଜିତଙ୍କ ବାପା ଓ ମାଆ ରହୁଥିଲେ l କିନ୍ତୁ ଲକଡାଉନ ପୂର୍ବରୁ ସେମାନେ ନିଜ ଗାଁ ସୁନ୍ଦରଗଡ଼ ଯାଇଥିଲେ । ଆଉ ଭୁବନେଶ୍ଵରକୁ ଆସିପାରି ନାହାଁନ୍ତି l

NIA ଏସ୍.ପି. ସତ୍ୟଜିତ ନାୟକ


ଚୋରି ଘଟଣା ପରେ କ୍ୟାପିଟାଲ ଥାନା ପୋଲିସ ରାତିରେ ହିଁ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l ସବୁ ଠାରୁ ବଡ଼ କଥା ହେଲା ସତ୍ୟଜିତଙ୍କ ଘରର ସୁରକ୍ଷା ପାଇଁ ଦୁଇଟି ପରିବାର ରହୁଥିଲେ । କିନ୍ତୁ ଆଶୂର୍ଯ୍ୟର କଥା ହେଲା ଯେ ଘର ଭିତରେ ଚୋରି ହେଉଛି କିନ୍ତୁ ସେମାନେ କେହି ଜାଣିପାରିଲେ ନାହିଁ l ପୋଲିସ ସନ୍ଦେହ କରୁଛି ନିକଟସ୍ଥ ବସ୍ତି ଚେlରଙ୍କର ଏ କାମ l

ସତ୍ୟଜିତ NIA ର ଜଣେ ଦକ୍ଷ ଅଫିସର l ଦେଶରେ ଘଟୁଥିବା ହାଇ-ପ୍ରୋଫାଇଲ ଆତଙ୍କବାଦୀ ଆକ୍ରମଣ ଓ ବିସ୍ଫୋରଣ ଘଟଣା ଗୁଡିକର ତଦନ୍ତ କରୁଛନ୍ତି ସେ l  କିନ୍ତୁ ତାଙ୍କ ଘରୁ ଚୋରି ହେବା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛି ବଡ଼ ପ୍ରଶ୍ନବାଚି l

ଏବେ ଲକଡାଉନ ୪.o ଚାଲିଛି l କରୋନା ସଂକ୍ରମଣ ଭୟରେ ଚୋର ଡକାୟତ ଘରୁ ବାହାରୁ ନ ଥିଲେ l ତେଣୁ ସହରରେ ଚୋରି, ଛିନତାଇ, ଡକାୟତି ଓ ହତ୍ୟା ଭଳି ମାମଲା ପୂର୍ବ ଅପେକ୍ଷା କମି ଯାଇଥିଲା l ଫଳରେ ପୋଲିସ ଶାନ୍ତିରେ ଟିକେ ନିଶ୍ୱାସ ମାରୁଥିଲା l କିନ୍ତୁ ଏବେ ପୁଣି ଟେନସନ ବଢାଇଛି l ସତ୍ୟଜିତ ଏବେ ଦିଲ୍ଲୀରେ ଥିବାରୁ ତାଙ୍କ ଘର ଜଗୁଆଳି ଚୋରି ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି l

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀ ଯିବା ବେଳେ ସତ୍ୟଜିତ ନିଜର ସମସ୍ତ ମୂଲ୍ୟବାନ ବସ୍ତୁ ନିଜ ସାଙ୍ଗରେ ନେଇଯାଇଥିଲେ l ଆଉ କିଛି ତାଙ୍କ ନିଜ ଗାଁକୁ ନେଇଯାଇଥିଲେ l କିନ୍ତୁ ସତ୍ୟଜିତଙ୍କ ଘରୁ କଣ ସବୁ ଚୋରି ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନି l

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 3:33 PM IST
corona virus btn
corona virus btn
Loading