ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ମୁକାବିଲା: ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ଚେକିଂ କଡ଼ାକଡ଼ି ହେଉଛି

କରୋନା ମୁକାବିଲା: ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ଚେକିଂ କଡ଼ାକଡ଼ି ହେଉଛି

ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଇଥିବା RTPCR ଟେଷ୍ଟ୍ ରିପୋର୍ଟ ଦେଖାଇବାକୁ ପଡି଼ବ। ନଚେତ୍ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବାର ପ୍ରମାଣପତ୍ର ସେମାନେ ଦେଖାଇ ପାରିବେ । ନହେଲେ ସଙ୍ଗରୋଧରେ ରହିବେ ।

କରୋନା ମୁକାବିଲା: ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ଚେକିଂ କଡ଼ାକଡ଼ି ହେଉଛି
ଭୁବନେଶ୍ୱର ରେଳ ଷ୍ଟେସନରେ ଚେକିଂ ବ୍ୟବସ୍ଥା କଡ଼ାକଡି଼ ହୋଇଛି ।
  • News18 Odia
  • Last Updated: April 11, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା କଟକଣା କାରଣରୁ ସୋମବାର ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡି଼ ହେଉଛି ଚେକିଂ ବ୍ୟବସ୍ଥା । ବାହାର ରାଜ୍ୟରୁ ଆସୁଥିବା ସବୁ ଯାତ୍ରୀଙ୍କୁ ଚେକିଂ କରାଯାଉଛି । ଯାତ୍ରୀଙ୍କ ପାଇଁ ଆର୍‌.ଟି.ପି.ସି.ଆର୍‌. ନେଗେଟିଭ୍‌ ରିପୋର୍ଟ ରଖିଥିବା ବାଧ୍ୟତାମୂଳକ କରାଯାଇଛି । ନେଗେଟିଭ ରିପୋର୍ଟ କିମ୍ବା ଟିକାକରଣ ରିପୋର୍ଟ ମଧ୍ୟ ଯାତ୍ରୀମାନେ ଦେଖାଇପାରିବେ । କିନ୍ତୁ ଏ ସବୁ ନ ଥିଲେ ସେମାନଙ୍କୁ ସାତ-ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳବାଇ ଓ ବି.ଏମ୍‌.ସି. ମିଳିତ ଭାବେ ଏହାର ତଦାରଖ କରୁଛନ୍ତି।

ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଇଥିବା RTPCR ଟେଷ୍ଟ୍‌ ରିପୋର୍ଟ ଦେଖାଇବାକୁ ପଡି଼ବ। ନଚେତ୍‌ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବାର ପ୍ରମାଣପତ୍ର ସେମାନେ ଦେଖାଇ ପାରିବେ । କିନ୍ତୁ ଦୁଇଟି ମଧ୍ୟରୁ ଯଦି ତାଙ୍କ ପାଖରେ କିଛି ନ ଥିବ ତେବେ ସେମାନଙ୍କୁ ରେଳ ଷ୍ଟେସନରେ ନିଜ ନାମ ପଞ୍ଜିକରଣ କରିବାକୁ ହେବ । ନିଜ ନାମ, ଠିକଣା ଓ ମୋବାଇଲ ନମ୍ବର ଦେବେ ସେମାନେ । ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ ବି.ଏମ୍‌.ସି. । ଏଥି ପାଇଁ ବି.ଏମ୍‌.ସି. ଓ ଷ୍ଟେସନ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଏହା ବି ପଢ଼ନ୍ତୁ | IPL 2021: ନୀତିଶ ରାଣା ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଯୋଗୁଁ ଜିତିଲା KKR; ତୃତୀୟ ଥର ହାରିଲା SRH

ଚେକିଂ କଡାକଡି ହେବା ପୂର୍ବରୁ ରବିବାର ଦିନ ରେଳ ଷ୍ଟେସନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ବି.ଏମ୍‌.ସି. ଅଧିକାରୀମାନେ । ବି.ଏମ୍‌.ସି., ଷ୍ଟେସନ ଅଧିକାରୀ ଓ ଜି.ଆର୍‌.ପି.ଏଫ୍‌. ପକ୍ଷରୁ ମିଳିତ ଆଲୋଚନା କରାଯାଇଥିଲା । ଯାତ୍ରୀମାନଙ୍କୁ କିଭଳି ଚେକିଂ କରାଯିବ, କିଭଳି ଭିଡ଼ ନ ହେବ, ଲୋକାଲ୍‌ ଯାତ୍ରୀ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସହ ଯେପରି ନ ମିଶିବେ ଆଦି ଦିଗ ଉପରେ ଧ୍ୟାନ ଦିଆଯାଇଥିଲା ।

ଭୁବନେଶ୍ୱର ରେଳ ଷ୍ଟେସନ ପରିସର ସାନିଟଇଜ୍ କରାଯାଉଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଲିଆ ଭଟ୍ଟଙ୍କ ଯାଆ ହେବାକୁ ଯାଉଛନ୍ତି ତାରା ସୁତରିଆ! ପାରମ୍ପରିକ ଡ୍ରେସ୍ରେ ଫଟୋ ଭାଇରାଲ୍ ହେଲା

‘‘ସ୍ୱତନ୍ତ୍ର କାଉଣ୍ଟର୍‌ ଖୋଲି ଚେକିଂ କରାଯିବ । ବି.ଏମ୍‌.ସି.ର ଛଅଟି ଟିମ୍ ଯାତ୍ରୀମାନଙ୍କୁ ୨୪ ଘଣ୍ଟା ଜଗିବେ । ପ୍ରତି କାଉଣ୍ଟରର ଦୁଇ ଜଣ ଲେଖାଏଁ ବି.ଏମ୍‌.ସି. ଷ୍ଟାଫ୍‌ ରହିବେ । ସେମାନଙ୍କ ସହ ଅନ୍ୟ କର୍ମଚାରୀ ମଧ୍ୟ ସହଯୋଗ ପାଇଁ ରହିବେ। ସୁରୁଖୁରୁରେ କିଭଳି ଚେକିଂ କାର୍ଯ୍ୟ ହେବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି,’’ କହିଛନ୍ତି ବି.ଏମ୍‌.ସି. ଡେପୁଟି କମିଶନର୍‌ ଶୁଭେନ୍ଦୁ କୁମାର ସାହୁ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳାଯାଇଛି । ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ ସେମାନେ ମାଷ୍ଟରକ୍ୟାଣ୍ଟିନ ବସ୍‌ ଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଷ୍ଟେସନ୍‌ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସାମନା କିମ୍ବା ଡାହାଣ ପଟେ ରିଲାଏନ୍ସ ସୋ’ରୁମ୍‌ ଦେଇ ବାହାରକୁ ବାହାରିବା ପାଇଁ କୁହାଯାଇଛି ।



‘‘ଭୁବନେଶ୍ୱର ରେଳ ଷ୍ଟେସ ଦେଇ ପ୍ରତି ଦିନ ଲୋକାଲ୍‌ ଓ ରାଜ୍ୟ ବାହାରୁ ମିଶି ପାଖାପାଖି ୬୦ଟି ଟ୍ରେନ ଯାତାୟାତ କରୁଛି। ସେଥି ମଧ୍ୟରୁ ୨୦ଟି ଟ୍ରେନ୍‌ ରାଜ୍ୟ ବାହାରୁ ଯାତାୟତ କରୁଛି। ଦୈନିକ ଷ୍ଟେସନରେ ୨୦ ହଜାର ଯାତ୍ରୀଙ୍କ ଗମନାଗମନ ହେଉଥିବା ବେଳେ ୧୦ ହଜାର ଯାତ୍ରୀ ରାଜ୍ୟ ବାହାରୁ ଆସୁଛନ୍ତି । ସେମାନଙ୍କ ଉପରେ ଆମର ମୁଖ୍ୟ ଫୋକସ୍‌ ରହିବ,’’ କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ।
Published by: Anand ST Das
First published: April 11, 2021, 11:59 PM IST