‘ତାକୁ ସିନ୍ଦୂର ପିନ୍ଧି ମୋ’ ସାଙ୍ଗରେ ଯିବାକୁ କହିଲି; ରାଜି ନ ହେବାରୁ ମାରିଦେଲି’: ପ୍ରିୟଙ୍କାର ପ୍ରେମିକ

ପୂର୍ବ ଯୋଜନା ଅନୁସାରେ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ସାହୁ ଅଫିସ ବାହାରିଯିବା ପରେ ଘର ଭିତରକୁ ଯାଇଥିଲା ଜଗନ୍ନାଥ ପ୍ରଧାନ । ସାଙ୍ଗରେ ନେଇ ଯାଇଥିଲା ସିନ୍ଦୂର, ଦୁଇଟି ଛୁରୀ, କୋଲ୍ଡ ଡ୍ରିଙ୍କସ୍, ବିଷ ଓ କିଛି ଚକୋଲେଟ୍ ।

‘ତାକୁ ସିନ୍ଦୂର ପିନ୍ଧି ମୋ’ ସାଙ୍ଗରେ ଯିବାକୁ କହିଲି; ରାଜି ନ ହେବାରୁ ମାରିଦେଲି’: ପ୍ରିୟଙ୍କାର ପ୍ରେମିକ
ହତ୍ୟାକାରୀ ଜଗନ୍ନାଥ ପ୍ରଧାନକୁ (ନୀଳ ଟି ସାର୍ଟରେ) କୋର୍ଟ ଚାଲାଣ କରାଯାଉଛି; (ଡାହାଣ) ମୃତା ପ୍ରିୟଙ୍କା
  • News18 Odia
  • Last Updated: July 21, 2021, 11:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ଭିମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ରହସ୍ୟ ଉପରୁ ପରଦା ହଟାଇଛି କମିଶନରେଟ ପୋଲିସ । ହତ୍ୟା ପୂର୍ବର ଚିତ୍ର କିଭଳି ଥିଲା ତାହା ପୋଲିସ ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ସହ ଜେରାରୁ ସାମନାକୁ ଆସିଛି । ହସପିଟାଲରୁ ଡିସଚାର୍ଜ ହେବା ପରେ ଜଗନ୍ନାଥକୁ ମାରାଥାନ୍ ଜେରା କରିବଥିଲା ପୋଲିସ, ଆଉ ସତ ଓଗାଳିଥିଲା ସେହି ହତ୍ୟାକାରୀ ।

“ପ୍ରିୟଙ୍କା ସାହୁଙ୍କ ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ କାର୍ଯ୍ୟ ଥିଲା । ହତ୍ୟାର ଚାରି ଦିନ ପୂର୍ବରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ହତ୍ୟାକାରୀ ଜଗନ୍ନାଥ । ହତ୍ୟା କରିବା ପାଇଁ ସେ ପୂରା ପ୍ରସ୍ତୁତ ଥିଲା । ଏଥି ପାଇଁ ଏକ ସୁଇସାଇଡ ନୋଟ୍ ସେ ଚାରି ଦିନ ପୂର୍ବରୁ ହିଁ ଲେଖିଥିଲା । ସେଥିରେ ସେ ଲେଖିଥିଲା ‘ଆଗ ଦୁଇ ବର୍ଷର ପୁଅକୁ ମାରିବି । ପରେ ପ୍ରିୟଙ୍କାକୁ ହତ୍ୟା କରିବି । ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବି’,” ହସପିଟାଲରୁ ବାହାରିବା ପରେ ଜଗନ୍ନାଥ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ଜଗନ୍ନାଥ ପୋଲିସକୁ ଦେଇଥିବା ବୟାନ ଅନୁସାରେ ସେ ଯୋଜନାବଦ୍ଧ ଭାବେ ଜୁଲାଇ ୫ ତାରିଖ ସକାଳ ୯ଟା ବେଳେ ପ୍ରିୟଙ୍କା ରହୁଥିବା ଭିମଟାଙ୍ଗୀ ଲେନ୍‌-୧ର ଭଡ଼ା ଘର ପାଖକୁ ଆସିଥିଲା । ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ସାହୁ ଅଫିସ ଯିବା ପରେ ଘର ଭିତରକୁ ଯାଇଥିଲା ଜଗନ୍ନାଥ । ସାଙ୍ଗରେ ନେଇ ଯାଇଥିଲା ସିନ୍ଦୂର, ଦୁଇଟି ଛୁରୀ, କୋଲ୍ଡ ଡ୍ରିଙ୍କସ୍, ବିଷ ଓ କିଛି ଚକୋଲେଟ୍ । ସେହି ସମୟରେ ପ୍ରିୟଙ୍କା ପାଖରେ ତାଙ୍କ ଦୁଇ ବର୍ଷର ପୁଅ ଥିଲା । ପ୍ରିୟଙ୍କା ଓ ଜଗନ୍ନାଥ ମଧ୍ୟରେ କିଛି ସମୟ ପାଇଁ ବଚସା ହୋଇଥିଲା ବୋଲି ସେ ପୋଲିସକୁ କହିଛି ।

ହତ୍ୟା ଦିନ ହସପିଟାଲରେ ପହଞ୍ଚିବା ପରେ ହତ୍ୟାକାରୀ ଜଗନ୍ନାଥ ପ୍ରଧାନ


ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେ

ଘର ଭିତରୁ ପାଟି ଶୁଣିବା ପରେ ଘରର କଲିଂ ବେଲ୍‌ ମାରିଥିଲେ ଘର ମାଲିକ । ପ୍ରିୟଙ୍କା ଘର କବାଟ ଖୋଲିବା ଆଗରୁ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିଲା । କାହିଁକି ପାଟି କରୁଛ ପଚାରିବା ସହ ବଜାରରୁ ଆଣିଥିବା ଦହିବରା ପ୍ରିୟଙ୍କାକୁ ଦେଇଥିଲେ ଘର ମାଲିକ । ତା’ ପରେ ପ୍ରିୟଙ୍କାଙ୍କ ପୁଅକୁ ନେଇ ନିଜ ଘରକୁ ଚାଲି ଯାଇଥିଲେ ସେ । ସେଇଥି ପାଇଁ ନିଷ୍ପାପ ଶିଶୁଟିର ଜୀବନ ଆତତାୟୀ ଜଗନ୍ନାଥ କବଳରୁ ରକ୍ଷା ପାଇଯାଇଥିଲା ।

ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

“ହତ୍ୟାକାରୀ ଜଗନ୍ନାଥକୁ ପଚରାଉଚରା ବେଳେ ସେ କହିଛି ଯେ ଘର ଭିତରେ ପ୍ରଥମେ ପ୍ରିୟଙ୍କାକୁ ସିନ୍ଦୂର ପିନ୍ଧିବାକୁ ସେ କହିଥିଲା । ତା’ ପରେ ତା’ ସହ ଘର ଛାଡି ପଳାଇବାକୁ ସେ କହିଥିଲା । ହେଲେ ପ୍ରିୟଙ୍କା ମନା କରିବାରୁ ଦୁହିଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା । ତା’ ପରେ ପୂର୍ବ ଯୋଜନା ମୁତାବକ ସାଙ୍ଗରେ ଆଣିଥିବା ଛୁରୀରେ ପ୍ରିୟଙ୍କାଙ୍କ ବେକ କାଟିଦେଇଥିଲା ଜଗନ୍ନାଥ । ତା’ ପରେ ପାଖ ରୁମକୁ ଘୋଷାଡି଼ ଘୋଷାଡି଼ ଆଣିଥିଲା ତାଙ୍କୁ । ସେତେବେଳକୁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୁଣ୍ଡରେ ସେ ଆଣିଥ୍‌ବା ସିନ୍ଦୂର ପିନ୍ଧେଇଥିଲା ଓ ଗୋଟିଏ ଫଟୋ ଉଠାଇ ତାଙ୍କ ସ୍ୱାମୀଙ୍କ ପାଖକୁ ଫଟୋଟି ପଠାଇଥିଲା ସେ । ଆଉ ଶେଷରେ ଆଣିଥିବା କୋଲ୍ଡ ଡ୍ରିଙ୍କ୍‌ସ ରେ ବିଷ ମିଶେଇ ନିଜେ ପିଇଥିଲା ଓ ନିଜ ହାତ କାଟିଥିଲା,’’ କହିଛନ୍ତି ଡିସିପି ମିଶ୍ର ।



ଘଟଣା ସ୍ଥଳରୁ ହତ୍ୟାକାରୀ ଜଗନ୍ନାଥ ପ୍ରଧାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ହସପିଟାଲରୁ ଡିସଚାର୍ଜ ହେବା ପରେ ବୁଧବାର ଜଗନ୍ନାଥକୁ କୋର୍ଟ ଚାଲାଣ କରିଥିଲା ଏୟାରଫିଲଡ ଥାନା ପୋଲିସ । ଆବଶ୍ୟକତା ପଡିଲେ ତାକୁ ଆଣି କ୍ରାଇମ୍‌ ସ୍କ୍ରିନ ରି-କ୍ରିଏସନ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ ।
Published by: Anand ST Das
First published: July 21, 2021, 11:34 PM IST