News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନ୍ ଚାଲିଥିବା ବେଳେ ଜଣେ ୧୫ ବର୍ଷର ବାଳକ ନିଜ ଦୋକାନ ଖୋଲିଥିବାରୁ ତାକୁ ଗୋଇଠା ମାରି ଜଣେ ପୋଲିସ କର୍ମୀ ନିଲମ୍ବିତ ହୋଇଛନ୍ତି । ପୋଲିସ କର୍ମଚାରୀ ଜଣକ ହେଉଛନ୍ତି କମିଶନରେଟ ପୋଲିସର ୨୯ ନମ୍ବର ପି.ସି.ଆର୍. ଭ୍ୟାନର ଡ୍ରାଇଭର୍ ଏ.କେ. ବିଶ୍ୱାଳ ।
ଏହି ଘଟଣା ମାର୍ଚ୍ଚ ୨୯ ତାରିଖରେ ଘଟିଥିଲା । ଦିନ ପ୍ରାୟ ଗୋଟାଏ ବେଳେ ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଛକ ନିକଟରେ ନାବାଳକ ନିଜ ଛୋଟ ଦୋକାନରେ କ୍ଷୀର ଓ ପାଉଁରୁଟି ଆଦି ବିକ୍ରି କରୁଥିବା ବେଳେ ସେଠାରେ ପି.ସି.ଆର୍. ଭ୍ୟାନରେ ପୋଲିସର ଏକ ଟିମ୍ ପହଞ୍ଚିଥିଲା । ସେତେବେଳେ ଲକଡାଉନ୍ ଚାଲିଥିବାରୁ ଦୋକାନ ଖୋଲିବା ମନା ଥିଲା । ପି.ସି.ଆର୍. ଭ୍ୟାନରେ ଥିବା ଚାରି ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ସେହି ନାବାଳକକୁ ଗୋଇଠା ମାରିଥିଲେ । ଏହି ଦୃଶ୍ୟ ଦୋକାନରେ ଲାଗିଥିବା ସି.ସି.ଟି.ଭି. କ୍ୟାମେରାରେ କଏଦ୍ ହୋଇଥିଲା, ଯାହା ଏବେ ସାମନାକୁ ଆସିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ ₹୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ“ମୁଁ ଘର ପାଇଁ କିଛି ସଉଦା ନେବାକୁ ଆମ ଦୋକାନକୁ ଆସିଥିଲି । ଦୋକାନ ଅଧା ଖୋଲି ଜିନିଷ ବାହାର କରୁଥିବା ବେଳେ ଏକ ପି.ସି.ଆ.ର୍. ଭ୍ୟାନ୍ ପହଞ୍ଥିଲା । ସେଥିରେ ଥିବା ଚାରି ଜଣ ପୋଲିସ କର୍ମୀ ମୋତେ ଦୋକାନ କାହିଁକି ଖୋଲିଛୁ ବୋଲି ପଚାରି ମାଡ଼ ମାରିଥିଲେ । ଜଣେ ପୋଲିସ କର୍ମଚାରୀ ମୋତେ ଗୋଇଠା ପରେ ଗୋଇଠା ମାରୁଥିଲେ । ମୁଁ ଚିତ୍କାର କରୁଥିଲି । ଆଉ ଜଣେ ପୋଲିସ କର୍ମଚାରୀ ମୋ’ ଦୋକାନରୁ କ୍ଷୀର ଓ ପାଉଁରୁଟି ବୋହିନେଇଥିଲେ । ପରେ ମୋତେ ତାଙ୍କ ଗାଡି଼ରେ ନେଇଗଲେ । ପ୍ରାୟ ଦୁଇ ଘଣ୍ଟା ପରେ ଛାଡି଼ଥିଲେ ଓ ମୋ’ ପାଖରୁ ୫୦୦ ଟଙ୍କା ଫାଇନ୍ ବି ନେଇଥିଲେ,’’ କହିଛି ନାବାଳକ ଜଣକ ।

ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ । ‘‘ପୋଲିସ ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ପୋଲିସ କର୍ମଚାରୀଙ୍କ ଏଭଳି ଆଚରଣଙ୍କୁ ଗ୍ରହଣ କରାଯିବନି । ପ୍ରାଥମିକ ତଥ୍ୟ ଆଧାରରେ ପି.ସି.ଆର୍. ଭ୍ୟାନର ଡ୍ରାଇଭରକୁ ଚାକିରୀରୁ ନିଲମ୍ବିତ କରାଯାଇଛି । ପୂରା ଘଟଣା ଉପରେ ଆମେ ନଜର ରଖିଛୁ । ଜଣେ ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଥମେ ସମ୍ପୃକ୍ତ ନାବାଳକ ଓ ତା’ ପରିବାର ଲୋକଙ୍କ ବୟାନ ରେକର୍ଡ଼ କରାଯିବ । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା ତା’ର ତଦନ୍ତ କରାଯିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କ’ଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁନାବାଳକକୁ ଜଣେ ପୋଲିସ କର୍ମୀ ଗୋଇଠା ମାରୁଥିବା ସମୟରେ ଅନ୍ୟ ତିନି ଜଣ ପୋଲିସ କର୍ମୀ କାହିଁକି ବିରୋଧ କରୁ ନ ଥିଲେ ସେ ତଥ୍ୟକୁ ନେଇ ବି ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି । ‘‘ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ସେ କହିଛନ୍ତି ।
କରୋନା କଟକଣା କାଳର କମିଶନରେଟ୍ ପୋଲିସର ଅନେକ ପୋଲିସ କର୍ମଚାରୀ ନିଜର ମହନୀୟ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି । ହେଲେ ଆଉ କିଛି କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ଏମିତି ବାଞ୍ଛନୀୟ ହିଂସାର ପ୍ରଦର୍ଶନ ପାଇଁ ବଦନାମ ହେଉଛି କମିଶନରେଟ ପୋଲିସ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।