ଭୁବନେଶ୍ୱର କାର୍ ଦୁର୍ଘଟଣା: କ୍ରେଟାରେ କେବଳ ଚାଳକ ଥିଲେ ନା ଆଉ ବି କେହି ଥିଲେ?

ଚାରି ଜଣଙ୍କ ମୃତ୍ୟୁ ଘଟାଇଥିବା ଏହି ଦୁର୍ଘଟଣା ବିଷୟରେ ପୋଲିସ ଅନେକ କଥା ଏ ଯାଏଁ ସ୍ପଷ୍ଟ କରିନି । ଗୋଟିଏ କାରରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ସିସିଟିଭି ଫୁଟେଜକୁ କାହିଁକି ସାର୍ବଜନୀନ କରାଯାଉନି ବୋଲି ପ୍ରଶ୍ନ ଉଠିଛି ।

ଭୁବନେଶ୍ୱର କାର୍ ଦୁର୍ଘଟଣା: କ୍ରେଟାରେ କେବଳ ଚାଳକ ଥିଲେ ନା ଆଉ ବି କେହି ଥିଲେ?
ଦୁର୍ଘଟଣା ପରେ ଗୋଟିଏ କାରର ସ୍ଥିତି
  • News18 Odia
  • Last Updated: August 27, 2020, 10:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀର ନାଲକୋ ଛକରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣ ଲୋକଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟା ମହିଳା ହୋଇଥିବା ବେଳେ ତିନି ଜଣ ହେଉଛନ୍ତି ଯୁବକ ଥିଲେ ।

ମୃତକମାନେ ହେଲେ ବରଦା ପ୍ରସାଦ ପରିଡ଼ା (୩୫), ଦେବବ୍ରତ ଦାସ (୨୯), ପ୍ରିୟରଞ୍ଜନ ଦାସ (୩୧) ଓ ସୁଭଦ୍ରା ଦାସ (୬୦) । ପୋଲିସର ତଥ୍ୟ ଅନୁସାରେ ବିଳମ୍ବିତ ରାତିରେ ଏକ କ୍ରେଟା କାର୍‌ ଆସୁଥିଲା ଡମଣା ପଟରୁ । ସେଥିରେ ଏକୁଟିଆ ଚାଳକ ଥିଲେ ବେଦ ପାଢୀ । ସୈନିକ ସ୍କୁଲ ପଟରୁ ଆସୁଥିବା ଏକ ଆଇ ଟେନ୍‌ କାର୍‌ କଳିଙ୍ଗ ହସ୍ପିଟାଲ ଟ୍ରାଫିକ ଛକ ଦେଇ ନନ୍ଦନକାନନ ପଟକୁ ଯାଉଥିଲା । ମାତ୍ର କ୍ରେଟାର କ୍ଷୀପ୍ର ଗତି ଦେଖି ଟ୍ରାଫିକ ଛକ ଆଗକୁ ଅଟକି ଥିଲା ଆଇ ଟେନ୍‌ । ଦେଖୁଁ ଦେଖୁଁ ଆଇ ଟେନର ଡ୍ରାଇଭର ବସିଥିବା ଡାହାଣ ପଟେ ପିଟିଥିଲା କ୍ରେଟା ।

ଘଟଣା ସ୍ଥଳରେ ଚାଲିଯାଇଥିଲା ଦୁଇ ଜଣଙ୍କ ଜୀବନ । ପରେ ଅନ୍ୟ ଦୁଇ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଥିଲା । ସେତେବଳେ ଏ ଘଟଣାକୁ ଅତି ପାଖରୁ ଦେଖିଥିବା ଜଣେ ଓଲା କାର ଚାଳକ ମନୋଜ କୁମାର ପଣ୍ଡା କୁହନ୍ତି, ‘‘ଏଭଳି ଭୟଙ୍କର ଦୁର୍ଘଟଣା ମୁଁ କେବେ ଦେଖି ନ ଥିଲି । ମୋ’ ଡ୍ରାଇଭର ଜୀବନର ୧୨ ବର୍ଷ ଭିତରେ ଏଭଳି ଦୁର୍ଘଟଣା କେବେ ଦେଖି ନ ଥିଲି । ଏତି ଜୋରରେ ଶବ୍ଦ ହୋଇଥିଲା ଯେ ମୋତେ ଲାଗିଥିଲା ଏକ ବୋମା ବିଷ୍ଫୋରଣ ହୋଇଛି । କିନ୍ତୁ ପାଖକୁ ଯିବାକୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଯଦିଓ ସାହାଯ୍ୟ କରିବାକୁ ଇଚ୍ଛାଥିଲା, ମୋ’ ଗାଡ଼ିରେ ଦୁଇ ଜଣ ମହିଳା ଓ ଏକ ଛୋଟ ଛୁଆ ଭୟରେ ଥରିଥିଲେ । ଫଳରେ ମୁଁ ଫେରି ପଳାଇଥିଲି ।’’

ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା


ମିଳିଥିବା ସୂଚନା ଅନୁସାରେ ଆଇ ଟେନର ଡ୍ରାଇଭର ହେଉଛନ୍ତି ବରଦା ପ୍ରସାଦ ପରିଡ଼ା । ଘର ଜଗତସିଂହପୁରରେ । ସେ ବର୍ଷେ ତଳେ ବିବାହ କରିଥିଲେ । ତାଙ୍କର ୫ ମାସର ଏକ କନ୍ୟା ସନ୍ତାନ ଅଛି । ସେ ନିଳାଦ୍ରୀ ବିହାରର ତାରିଣୀ ପ୍ରୋମୋଟର କୃଷି ଏଜେନ୍ସିରେ କାମ କରୁଥିଲେ  । ବରଦାଙ୍କ ଦୁଇ ସାଙ୍ଗ ଭଦ୍ରକର ଦେବବ୍ରତ ସରକାରୀ କୃଷି ବିଭାଗରେ ଷ୍ଟେନୋ ଓ ଚାନ୍ଦବାଲିର ପ୍ରିୟରଞ୍ଜନ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିଲେ । ୬୦ ବର୍ଷୀୟା ସୁଭଦ୍ରା ରହୁଥିଲେ ନିଳାଦ୍ରି ବିହାରରେ । ସେ ହେଉଛନ୍ତି ବରଦାଙ୍କର ଜଣେ ସମ୍ପର୍କୀୟା ।

ଯେହେତୁ ବରଦା ଡକ୍ୟୁମେଣ୍ଟେସନ କାମରେ ବାଲେଶ୍ବର ଯାଇଥିଲେ, ସୁଭଦ୍ରାଙ୍କ ନିଜ ଗାଁ ଯାଜପୁର ବାଟରେ ପଡ଼ୁଥିବାରୁ ସେ ତାଙ୍କୁ ପାଣିକୋଇଲିରେ ଛାଡ଼ିଥିଲେ । ଫେରିଲା ବେଳକୁ ସମସ୍ତଙ୍କୁ ବାଟରୁ ଉଠାଇବା ସହ ସୁଭଦ୍ରାଙ୍କ ବୋହୂ ସଞ୍ଜୁକ୍ତା ଦାସଙ୍କୁ ମଧ୍ୟ ଯାଜପୁରରୁ ଭୁବନେଶ୍ବରକୁ ଆଣୁଥିଲେ ବରଦା । ହେଲେ ଭାଗ୍ୟ ସାଥୀ ହେଲାନି । ଅକାଳରେ ଝଡ଼ିଗଲା ଚାରିଟି ଜୀବନ ।

କାର୍‌ ପଛ ପଟ ମଝି ସିଟରେ ବସିଥିବା ସଞ୍ଜୁକ୍ତା ଓ କ୍ରେଟା ଡାଇଭର ବେଦ ଏବେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

‘‘ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି । ଗାଡ଼ିର କେଉଁ ପରିସ୍ଥତିରେ ଧକ୍କା ହେଲା ତା’ର ତଦନ୍ତ ଚାଲିଛି । ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ,’’ କହିଛନ୍ତି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ।



କ୍ରେଟାରେ କେବଳ ଚାଳକ ଥିଲେ ନା ଆଉ କିଏ ତାହା ବି ଏ ଯାଏଁ ସ୍ପଷ୍ଟ କରିନି ପୋଲିସ । ସେହି କାରରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ପ୍ରଶ୍ନ ଉଠୁଛି ଯେ ଯଦି କ୍ରେଟାରେ ଆଉ କିଏ ଥିଲେ ତାହା କାହିଁକି ପଦାକୁ ଆଣୁନି ପୋଲିସ? ଯଦି କେହି ନାହାନ୍ତି, ତେବେ ସିସିଟିଭି ଫୁଟେଜକୁ କାହିଁକି ସାର୍ବଜନୀନ କରାଯାଉନି? ଏ ସବୁ ଏବେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Published by: Anand Shankar Thankur Das
First published: August 27, 2020, 10:34 PM IST
corona virus btn
corona virus btn
Loading