‘ଭାରତ ବନ୍ଦ’ରେ ବିନା ହେଲମେଟରେ ମୋଟର ସାଇକେଲରେ ଥିବା ଆନ୍ଦୋଳନକାରୀଙ୍କ ପାଇଁ ଅଡ଼ୁଆ

ରାଜ୍ୟ ପୋଲିସ ‘ଭାରତ ବନ୍ଦ’ରେ ମୋଟର ସାଇକେଲ୍ ଚଢ଼ି ସାମିଲ୍ ହୋଇଥିବା ମାତ୍ର ହେଲମେଟ୍ ପିନ୍ଧି ନ ଥିବା ଲୋକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ସେମାନଙ୍କୁ ପୋଲିସ୍ ପକ୍ଷରୁ ଫାଇନ୍ ପାଇଁ ଚାଲାଣ ପଠାଯିବ ।

‘ଭାରତ ବନ୍ଦ’ରେ ବିନା ହେଲମେଟରେ ମୋଟର ସାଇକେଲରେ ଥିବା ଆନ୍ଦୋଳନକାରୀଙ୍କ ପାଇଁ ଅଡ଼ୁଆ
ପୋଲିସ କମିଶନର୍ ସୁଧାଂଶୁ ଷଢ଼ଙ୍ଗୀ; (ଡାହାଣ) ଭୁବନେଶ୍ୱରରେ ବାଇକରେ ଥିବା ଆନ୍ଦୋଳନକାରୀଙ୍କ ଏକ ଦୃଶ୍ୟ
  • News18 Odia
  • Last Updated: December 8, 2020, 10:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌ ବିରୋଧରେ ରାଜ୍ୟରେ ଆୟୋଜିତ ଭାରତ ବନ୍ଦରେ ଅନେକ ଲୋକ ମୋଟର ସାଇକେଲ୍‌ ରାଲି କରିଥିଲେ, ହେଲେ ସେମାନେ ହେଲମେଟ୍‌ ପିନ୍ଧି ନ ଥିଲେ । ଏବେ ସେହି କାରଣରୁ ସେମାନଙ୍କ ପାଇଁ ଖରାପ ଖବର ଅଛି ।

ରାଜ୍ୟ ପୋଲିସ ଭାରତ ବନ୍ଦରେ ମୋଟର ସାଇକେଲ୍‌ ଚଢ଼ି ସାମିଲ୍‌ ହୋଇଥିବା ହେଲେ ହେଲମେଟ୍‌ ପିନ୍ଧି ନ ଥିବା ଲୋକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ରାଜ୍ୟରେ ହେଲମେଟ୍‌ ପିନ୍ଧି ବାଇକ୍‌ ଚଳାଇବାର ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ସେହି ନିୟମକୁ ଫୁ କରି ବିନା ହେଲମେଟରେ ବାଇକ୍‌ ଚଳାଇ ଭାରତ ବନ୍ଦରେ ସାମିଲ୍‌ ହୋଇଥିଲେ । ଏମିତି ଲୋକଙ୍କ ସଂଖ୍ୟା ଭୁବନେଶ୍ୱର ଓ କଟକରେ ଅଧିକ ଦେଖାଯାଇଥିଲା ।

ଏହା ବି ପଢ଼ନ୍ତୁ | ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍? ଯଦି ଅଛି, ଆପଣ ବି ଧନୀ ହୋଇଯିବେ

‘‘ଯେଉଁ ଲୋକମାନେ ଏହି ବନ୍ଦ ବେଳେ ବିନା ହେଲମେଟରେ ବାହାରକୁ ବାହାରି ଥିଲେ ସେମାନଙ୍କ ଗାଡ଼ିର ନମ୍ବର ପୋଲିସ ନେଇଛି । ସେମାନଙ୍କୁ ଚାଲାଣ ପଠାଯିବ,’’ କହିଛନ୍ତି ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୋଲିସ କମିଶନର୍‌ ସୁଧାଂଶୁ ଷଢ଼ଙ୍ଗୀ ।

ଭୁବନେଶ୍ୱରରେ ଭାରତ ବନ୍ଦ ସମୟର ଏକ ଦୃଶ୍ୟ


ସୂତ୍ରଙ୍କ ଅନୁସାରେ ଭୁବନେଶ୍ୱର ଓ କଟକ ପୋଲିସ ଭିଡିଓ ଫୁଟେଜ୍‌ ଓ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ନିଆଯାଇଥିବା ବନ୍ଦ ବେଳର ଦୃ୍ଶ୍ୟକୁ ଦେଖି ସେଥିରୁ ବିନା ହେଲମେଟରେ ସଡ଼କ ଉପରେ ଥିବା ମୋଟର ସାଇକେଲଗୁଡ଼ିକର ନମ୍ବରର ଏକ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି ।

ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବା ବେଳେ ଅନେକ ସ୍ଥାନରେ ଦୋକାନ ବଜାର ବି ବନ୍ଦ ଥିଲା । ପିକେଟିଂ କରି ଜାତୀୟ ରାଜପଥ ବନ୍ଦ କରିଥିଲେ ବିଭିନ୍ନ ଚାଷୀ ସଙ୍ଗଠନ । ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ କଂଗ୍ରେସ ସମେତ ଅଧିକାଂଶ ରାଜନୈତିକ ଦଳ । ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଅଧିକ ସଂଖ୍ୟାରେ ଓହ୍ଲାଇଥିଲେ ରାଜରାସ୍ତାକୁ ।

ଏହା ବି ପଢ଼ନ୍ତୁ | ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି

ସମ୍ବଲପୁରର କୃଷକ ସଙ୍ଗଠନମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରାଯାଇଥିଲା । କଂଗ୍ରେସ ଦଳ ପକ୍ଷରୁ ପିକେଟିଂ ଓ ମଟର ସାଇକେଲ ରାଲି କରାଯାଇଥିଲା । ବରଗଡ଼ ସହରରେ ଗାନ୍ଧୀ ଛକରେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରେ ବସିଥିଲେ ଚାଷୀମାନେ । ଜିଲ୍ଲାର ବିଭିନ୍ନ ବ୍ଳକରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ଅଧିକାଂଶ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ଥିଲା ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା 

ବ୍ରହ୍ମପୁର, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ ଅନୁଗୁଳ ଭଳି ସହରରେ ବି ପଡ଼ିଥିଲା ବନ୍ଦର ପ୍ରଭାବ । ଭଦ୍ରକ, ବାଲେଶ୍ବର, ବାରିପଦା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବି ଦୋକାନ ବଜାରର ବନ୍ଦ ରହିଥିଲା । ଯାଜପୁର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଗଜପତି ଭଳି ଜିଲ୍ଲାରେ ବି କୃଷକମାନେ ଜୋରଦାର ଆନ୍ଦୋଳନ କରିଥିଲେ ।



ଟ୍ୱିନ୍‌ ସିଟି ବୁବନେଶ୍ୱର ଓ କଟକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟରେ ଗଡି ନ ଥିଲା ଅଟୋ କି ବସ୍‌ । ବିଶେଷ କରି ଦିନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସହର ଥିଲା ଖାଁ ଖାଁ । କଟକରେ ଦୋକାନବଜାର ବନ୍ଦ ଥିବା ବେଳେ କାଁ ଭାଁ ଥିଲା ଗାଡ଼ି ଚଳାଚଳ ।
Published by: Anand Shankar Thankur Das
First published: December 8, 2020, 10:35 PM IST
corona virus btn
corona virus btn
Loading