ଟିଣ୍ଡର୍ ଆପ୍‌ରେ ଲଭ୍, ସେକ୍ସ ଓ ଧୋକା? ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପିକାଙ୍କ ମାମଲାରେ ପୋଲିସର ମୁଣ୍ଡ ବ୍ୟଥା

‘‘ମୋ’ ଭଡା ଘରେ ଆମେ ଉଭୟ ରାତି କଟାଇଥିଲୁ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା । ଉଭୟ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ନିଜ ମୋବାଇଲ ଫୋନରେ ସୁଟିଂ ବି କରିଥିଲୁ,’’ ଗିରଫ ହେବା ପରେ କହିଥିଲେ ସୁନୀଲ । ଟିଣ୍ଡର ଆପ୍ ଜରିଆରେ ଡେଟିଂ, ତା’ପରେ ଶାରିରୀକ ସମ୍ପର୍କ ଓ ଶେଷରେ ବ୍ଲାକମେଲର ଏକ ବଡ଼ ରାକେଟ୍ କାମ କରୁଛି କି?

ଟିଣ୍ଡର୍ ଆପ୍‌ରେ ଲଭ୍, ସେକ୍ସ ଓ ଧୋକା? ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପିକାଙ୍କ ମାମଲାରେ ପୋଲିସର ମୁଣ୍ଡ ବ୍ୟଥା
ପୋଲିସ ଗାଡ଼ିରେ ଥାନାରୁ ଆସୁଛନ୍ତି ମହିଳା ଅଧ୍ୟାପିକା (ମୁହଁରେ ହାତ ଦେଇଛନ୍ତି) ।
  • News18 Odia
  • Last Updated: January 12, 2020, 11:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏକ ଘରୋଇ ବ୍ୟାଙ୍କ୍‌ର ଡେପୁଟି ମ୍ୟାନେଜର ଓ ଜଣେ ଅଧ୍ୟାପିକାଙ୍କ ମଧ୍ୟରେ ଟିଣ୍ଡର ଆପ୍‌ରୁ ଆରମ୍ଭ ହୋଇଥିବା ମଧୁର ପ୍ରେମ ସମ୍ପର୍କ ଏବେ ପରସ୍ପର ବିରୋଧରେ ଥାନାରେ ଚ଼ାଲିଥିବା ଆପରାଧିକ ମାମଲାରେ ପହଁଚ଼ି ସାରିଛି । ହେଲେ ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜାଣି ପାରୁନାହିଁ କିଏ ସତ କହୁଛି ଆଉ କିଏ ମିଛର ଆଶ୍ରୟ ନେଇଛି ।

ଜାନୁୟାରୀ ୧୦ ତାରିଖ ଶୁକ୍ରବାର ଦିନ ପ୍ରଥମେ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର୍ ଦେଇଥିଲେ ଘରୋଇ ବ୍ୟାଙ୍କର ଡେପୁଟି ମ୍ୟାନେଜର ସୁନୀଲ ମିଶ୍ର । ତାଙ୍କୁ ଅପହରଣ, ଠକେଇ ଏବଂ ବ୍ଲାକମେଲ କରାଯାଇଛି ବୋଲି ସେ ଲିଖିତ ଅଭିଯୋଗରେ କହିଥିଲେ ।

ଏ ଅଭିଯୋଗର ତଦନ୍ତର ପ୍ରଥମ ଦିନରୁ ହିଁ ପୋଲିସର ସନ୍ଦେହ ଘେରକୁ ଆସିଥିଲେ ଅଧ୍ୟାପିକା ଏବଂ ତାଙ୍କର ତିନି ଜଣ ସହଯୋଗୀ – ବାପି ନାୟକ, ଜ୍ୟୋତି ପ୍ରକାଶ ସ୍ବାଇଁ ଓ ଆଲୋକ କୁମାର ଦତ୍ତ । ସମସ୍ତଙ୍କ ବିରୋଧରେ ତଥ୍ୟ ଏବଂ ପ୍ରମାଣ ବି ମିଳିଥିଲା । ହେଲେ ଏମାନଙ୍କୁ ଭାରତୀୟ ପିଙ୍ଗଳ କୋଡ (ଆଇପିସି)ର ଧାରା ୪୨୦, ୩୭୯, ୫୦୬, ୩୬୫ ଓ ୩୪ରେ ଗିରଫ କରିବାକୁ ପୋଲିସ କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ମାମଲାରେ ଆସିଥିଲା ଟୁଇଷ୍ଟ ।

ବ୍ୟାଙ୍କ୍‌ ଡେପୁଟି ମ୍ୟାନେଜର ସୁନୀଲ ପ୍ରସାଦ ମିଶ୍ର


ଜାନୁଆରୀ ୧୧ ତାରିଖ ଶନିବାର ସକାଳୁ ସକାଳୁ ଥାନାରେ କାଉଣ୍ଟର ଏଫଆଇଆର୍ ଦେଇଥିଲେ ଅଧ୍ୟାପିକାଙ୍କ ଭଉଣୀ । ତାଙ୍କ ଭଉଣୀଙ୍କୁ ସୁନୀଲ ନିଶା ଦେଇ ଦୁଷ୍କର୍ମ କରିଛନ୍ତି ବୋଲି ସେ ଅଭିଯୋଗ କରିବା ପରେ ବଦଳି ଯାଇଥିଲା ପୂରା ମାମଲା । ଅଧ୍ୟାପିକାଙ୍କ ଭଉଣୀଙ୍କ ଅଭିଯୋଗ ପରେ ପୋଲିସ ତୁରନ୍ତ ସୁନିଲଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୭୬ ଓ ୩୨୮ ।

କାଲି (ସୋମବାର, ଜାନୁଆରୀ ୧୩) ସୁନୀଲ ମିଶ୍ର (୩୨), ବାପି ନାୟକ (୨୯), ଜ୍ୟୋତି ପ୍ରକାଶ ସ୍ବାଇଁ (୨୮) ଆଲୋକ କୁମାର ଦତ୍ତ(୩୧) ଏବଂ ଅଧ୍ୟାପିକାଙ୍କୁ କୋର୍ଟ ଚାଲାଣ କରାଯିବ । ହେଲେ ପୂରା ଘଟଣାରେ କିଏ ସତ କହୁଛି ତାହା ଏବେ ବି ସସ୍‌ପେନ୍ସରେ ।

‘‘ଜାନୁୟାରୀ ୨ ତାରିଖରୁ ପ୍ରଥମେ ଟିଣ୍ଡର ଆପ୍ ଜରିଆରେ ମୋ’ର ଅଧ୍ୟାପିକାଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲା । ୩ ତାରିଖରେ ଉଭୟ ମିଶିଥିଲୁ । ମୋ’ ଭଡା ଘରେ ଆମେ ଉଭୟ ରାତି କଟାଇଥିଲୁ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା । ଉଭୟ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ନିଜ ମୋବାଇଲ ଫୋନରେ ସୁଟିଂ ବି କରିଥିଲୁ,’’ ଗିରଫ ହେବା ପରେ କହିଥିଲେ ସୁନୀଲ ।

ତାଙ୍କ କହିବା ଅନୁସାରେ ହଠାତ୍ ୮ ତାରିଖ ଦିନ ଦେହ ଭଲ ନାହିଁ ଓ ମେଡିକାଲକୁ ଯିବାକୁ ହେବ ବୋଲି କହି ସୁନୀଲଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଡାକିଥିଲେ ଅଧ୍ୟାପିକା । ସେଠାରେ ସୁନୀଲ ପହଞ୍ଚିବା ପରେ ପୂର୍ବରୁ ସେଠି ଜଗିଥିଲେ ବାପି ନାୟକ, ଜ୍ୟୋତି ପ୍ରକାଶ ସ୍ବାଇଁ ଓ ଆଲୋକ କୁମାର ଦତ୍ତ ।

ସୁନୀଲଙ୍କ ଅଭିଯୋଗ ମୁତାବକ ଏମାନେ ସମସ୍ତେ ସୁନୀଲଙ୍କୁ ମିଳିତ ଆକ୍ରମଣ କରିବା ସହ ତାଙ୍କୁ ଅପହରଣ କରି ନେଇ ଶୈଳଶ୍ରୀ ବିହାରରେ ଥିବା ଏକ ଘରେ ରଖିଥିଲେ । ତାଙ୍କ ପାଖରେ ଥିବା ଟଙ୍କା ଏବଂ ସୁନା ନେଇଯିବା ପରେ ତାଙ୍କ କ୍ରେଡିଟ୍ କାର୍ଡରୁ ସ୍ୱାଇପ କରି ସପିଂ କରିଥିଲେ । ଟଙ୍କା ସରିଯିବା ପରେ ତାଙ୍କୁ ଛାଡି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସୁନୀଲ । ହେଲେ ଅଧ୍ୟାପିକା ଏ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।

‘‘ସୁନୀଲ ମୋତେ ତାଙ୍କ ଭଡା ଘରକୁ ନେଇ ନିଶାସକ୍ତ ଅବସ୍ଥାରେ ମୋ’ ସହ ଦୁଷ୍କର୍ମ କରିଥିଲେ,’’ କହିଛନ୍ତି ଅଧ୍ୟାପିକା ।

ସୋମବାର (ଜାନୁଆରୀ ୧୩) ଅଧ୍ୟାପିକାଙ୍କ ଡାକ୍ତରୀ ମାଇନା ପରେ ସବୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ପୋଲିସ ଉଭୟ ସୁନୀଲ ଏବଂ ଅଧ୍ୟାପିକାଙ୍କୁ ଘଟଣା ସ୍ଥଳକୁ ନେଇ ସ୍ପଟ୍‌ ଭେରିଫିକେସନ ବି କରିସାରିଛି ।

ଇତି ମଧ୍ୟରେ ଟିଣ୍ଡର ଆପ୍‌ ଜରିଆରେ ଡେଟିଂ, ତା’ପରେ ଶାରିରୀକ ସମ୍ପର୍କ ଓ ଶେଷରେ ବ୍ଲାକମେଲର ଏକ ବଡ଼ ରାକେଟ୍ କାମ କରୁଥିବା କଥା ପୋଲିସର ନଜରକୁ ଆସିଥିବା ଜଣା ପଡ଼ିଛି ।
Published by: Anand Shankar Thankur Das
First published: January 12, 2020, 11:03 PM IST
corona virus btn
corona virus btn
Loading