ମହିଳାଙ୍କ ମୁଣ୍ଡବିହୀନ ଶରୀର ଘଟଣାରେ ୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୋଲିସ

ଏହି ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନାହାଁନ୍ତି । ପାରିପାର୍ଶ୍ୱିକ ପ୍ରମାଣ ଓ ସାଇଣ୍ଟିଫିକ୍ ପ୍ରମାଣ ଆଧାରରେ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି ପୋଲିସ । ପୁଷ୍ପଲତାଙ୍କୁ ତାଙ୍କ ମା’ ପ୍ରଥମେ ଚିହ୍ନଟ କରିଥିବାରୁ ତାଙ୍କୁ ପ୍ରମୁଖ ସାକ୍ଷୀ କରାଯାଇଛି ।

ମହିଳାଙ୍କ ମୁଣ୍ଡବିହୀନ ଶରୀର ଘଟଣାରେ ୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୋଲିସ
ମହିଳାଙ୍କ ବାହୁରେ ଥିବା ଟାଟୁରୁ ତାଙ୍କୁ ଚିହ୍ନଟ କରାଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ଧାରୁଆର ଦାସପୁର ରାସ୍ତାରୁ ଫେବ୍ରୁଆରୀ ୪ ତାରିଖରେ ଜବତ ହୋଇଥିବା ଅଚିହ୍ନା ମହିଳାଙ୍କ ମୃତ ଦେହ ଘଟଣାରେ ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ ପୋଲିସ । ୪୦୦ ପୃଷ୍ଠାର ଏହି ଚାର୍ଜସିଟରେ ୩୦ ଜଣଙ୍କୁ ସାକ୍ଷୀ କରିଛି ପୋଲିସ । ମୁଖ୍ୟ ସାକ୍ଷୀ ଭାବେ ମୃତ ମହିଳାଙ୍କ ମା’ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ଫେବ୍ରୁଆରୀ ୪ ତାରିଖରେ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ଜବତ ହୋଇଥିବା ମହିଳାଙ୍କ ମୃତ ଦେହରେ ମହିଳାଙ୍କ ମୁଣ୍ଡ ନ ଥିଲା । କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡକୁ ନେଇ ଚମ୍ପଟ ମାରିଥିଲା । ଶରୀର ମିଳିବାର ସାତ ଦିନ ପରେ ମହିଳାଙ୍କ ପରିଚୟ ପାଇଥିଲା ପୋଲିସ । ମହିଳା ଜଣଙ୍କୁ ପୁଷ୍ପଲତା ରାଉତ ବୋଲି ଚିହ୍ନଟ କରାଯାଇଥିଲା । ପୁଷ୍ପଲତାଙ୍କୁ ହତ୍ୟା କରିଥିବା ଦୁଇ  ହତ୍ୟାକାରୀକୁ ଗିରଫ କରିବା ସହ ମୁଣ୍ଡକୁ ଜବତ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତ

ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ଜବତ ହୋଇଥିଲା ମହିଳାଙ୍କ ମୃତ ଦେହ ।


“ଆମ ପାଇଁ  ଘଟଣାଟି ବେଶ୍‌ ଚ୍ୟାଲେଞ୍ଜରେ ପୂର୍ଣ୍ଣ ଥିଲା । ହତ୍ୟାକାରୀ କିଛି ବି ପ୍ରମାଣ ଛାଡି଼ ନ ଥିଲେ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମହିଳାଙ୍କ ହାତରେ ଥିବା ଟାଟୁକୁ (ଚିତା) ନେଇ ଆମେ ପୋଷ୍ଟର୍‌ ମାରିଥିଲୁ । ଏହା ଆମକୁ ସଫଳତାର ସହ ତାଙ୍କ ପରିଚୟ ପାଇବାରେ ସାହାଯ୍ୟ କରିଥିଲା । ପୁଷ୍ପଲତାକୁ ହତ୍ୟା କରିଥିବା ଦୁଇ ହତ୍ୟାକାରୀ ସଞ୍ଜୟ ଓ ଚନ୍ଦକୁ ନୟାଗଡ଼ରୁ ଗିରଫ କରିଥିଲୁ । ଏହି ଘଟଣାରେ ଆମେ ଭୁବନେଶ୍ୱର ଏସ୍‌.ଡି.ଜେ.ଏମ୍.ଙ୍କ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଛୁ । ଏଥିରେ ୩୦ ଜଣଙ୍କୁ ସାକ୍ଷୀ କରାଯାଇଛି,’’ କହିଛନ୍ତି ଜଣେ ତଦନ୍ତକାରୀ ଅଧିକାରୀ ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ବଡ଼ କଥା ହେଉଛି ଯେ ଏହି ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । ପାରିପାର୍ଶ୍ୱିକ ପ୍ରମାଣ ଓ ସାଇଣ୍ଟିଫିକ୍ ପ୍ରମାଣ ଆଧାରରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ । ଯେହୁତୁ ପୁଷ୍ପଲତାଙ୍କୁ ତାଙ୍କ ମା’ ହିଁ ପ୍ରଥମେ ଚିହ୍ନଟ କରିଥିଲେ, ତାଙ୍କୁ ପ୍ରମୁଖ ସାକ୍ଷୀ କରାଯାଇଛି । ‘‘ଏହି ଘଟଣାରେ ଥିବା ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଓ ଗାଡି଼ ଜବତ ହୋଇଛି । ଆମ ପାଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି,” କହିଛନ୍ତି ତଦନ୍ତକାରୀ ଅଧିକାରୀ ।

ପୋଲିସ ମହିଳାଙ୍କୁ ଚିହ୍ନଟ କରିବାକୁ ଏହି ପୋଷ୍ଟର ଲଗାଇଥିଲା ।


ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

ପୁଷ୍ପଲତାଙ୍କୁ ଚିହ୍ନଟ କରିବା କମିଶନରେଟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ମୃତ ଦେହକୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ଲଗାଇଥିଲା । ମୃତ ଦେହର ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ସେତେବେଳେ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।



ବରିଷ୍ଠ ଆଇନଜିବୀ ସିଦ୍ଦାର୍ଥ ଦାସ କହିଛନ୍ତି, “ଚାର୍ଜସିଟ୍ ପରେ ମାମଲାର ଟ୍ରାଏଲ ଆରମ୍ଭ ହେବ । ମାନ୍ୟବର କୋର୍ଟରେ ପୋଲିସ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଦେଇପାରିଲେ ଦୋଷୀଙ୍କୁ ଦଣ୍ଡ ମିଳିବ । ନଚେତ୍ ଦୋଷୀ ଖସି ଯିବାର ବହୁତ ସମ୍ଭାବନା ଅଛି । ତେଣୁ ସାକ୍ଷୀମାନଙ୍କୁ ପୋଲିସ ସୁରକ୍ଷା ଦରକାର ।’’
Published by: Anand ST Das
First published: July 14, 2021, 8:26 PM IST