ସାଇବର ଠକଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଲା କମିଶନରେଟ ପୋଲିସ, ଜାରି କଲା ବିଶେଷ ନମ୍ବର

ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ ସାଇବର୍ ଠକେଇର ପ୍ରଥମ ଏକ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ପୋଲିସକୁ ଖବର ଦେବାକୁ ଲୋକଙ୍କୁ ଅନୁରୋଧ କରି ପୋଲିସ କମିଶନର କହିଛନ୍ତି ଘଣ୍ଟାକ ଭିତରେ ଅଭିଯୋଗ ମିଳିଲେ ଠକର ମୋବାଇଲ ନମ୍ବର ବ୍ଲକ କରାଯାଇପାରିବ ।

ସାଇବର ଠକଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଲା କମିଶନରେଟ ପୋଲିସ, ଜାରି କଲା ବିଶେଷ ନମ୍ବର
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ; (ଡାହାଣ) ସାଇବର୍ ଅପରାଧୀଙ୍କ ଏକ ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 8, 2021, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାଇବର କ୍ରାଇମ ରୋକିବା ପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ହୋଇଛି । ଏ ନେଇ ଏକ ସହାୟତା ଡେସ୍କ ଖଓଲି ଏହାର ନମ୍ବର ଜାରି କରିଛି ପୋଲିସ। କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡ଼ ଏହି ସହାୟତା ଡେସ୍କର ମନିଟରିଙ୍ଗ କରିବ । ଦାୟିତ୍ୱରେ ରହିବେ ଜଣେ ତାଲିମ ପ୍ରାପ୍ତ ସବନିସ୍ପେକ୍ଟର ଓ ସାତ ଜଣ କନେଷ୍ଟବଳ ।

୭୪୪୦୦୦୬୭୦୯ ନମ୍ବରକୁ ଫୋନ କରି ଲୋକେ ସାଇବର ଅପରାଧ ସମ୍ବନ୍ଧରେ ପୋଲିସକୁ ଜଣାଇ ପାରିବେ । ତା’ପରେ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ସାଇବର୍‌ ଅପରାଧ ସମ୍ବନ୍ଧୀୟ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁ ଥାନାର ଆଇଆଇସିଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ପୋଲିସ ଅଧିକାରୀଙ୍କ ଅନୁସାରେ ଠକେଇର ପ୍ରଥମ ଏକ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ତୁରନ୍ତ ପୋଲିସକୁ ଖବର ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଏକ ଘଣ୍ଟା ଭିତରେ ଅଭିଯୋଗ କଲେ ଠକମାନଙ୍କର ମୋବାଇଲ ନମ୍ବରକୁ ବ୍ଲକ କରାଯାଇପାରିବ । ଠକ ଯେତେ ଆକାଉଣ୍ଟ ଖୋଲିବ ସେତିକି ନମ୍ବର ବ୍ଲକ କରିବାରେ ସଫଳ ହେବ ପୋଲିସ ।

କେବଳ ସେତିକି ନୁହେଁ, ଅଭିଯୋଗ କରିବା ପରେ ସର୍ବଭାରତୀୟ ସ୍ତରରେ ସାଇବର ସେଲ୍‌ ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ଓ ଫୋନ ନମ୍ବର ଅସଲି ନା ନକଲି ତାହା ବି ପୋଲିସକୁ ଜଣା ପଡ଼ିଯିବ । ଯଦି ଏହା ଠକେଇ ଉଦ୍ଧେଶ୍ୟରେ ହୋଇଥିବ ତେବେ ତାହା ବ୍ଲକ ହୋଇଯିବ ଓ ଠକମାନଙ୍କର ଯୋଜନା ପଣ୍ଡ ହୋଇଯିବ । ଜାଣିଶୁଣି ଆସିଥିବା କଲକୁ କାଟିଦେଲେ ବା ରିସିଭ କରି ଗାଳି ଗୁଲଜ କଲେ ତାହା ସମସ୍ୟାର ସମାଧାନ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

‘‘ମୋବାଇଲ ଫୋନକୁ ଆସିଥିବା URL ଦେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ୍‌ ପୋଲିସ । ବରିଷ୍ଠ ନାଗରିକ ଓ ମହିଳାମାନେ ଆମେ ଜାରି କରିଥିବା ନମ୍ବରକୁ କଲ୍‌ କଲେ ସେମାନଙ୍କୁ ଥାନାକୁ ଆସିବାକୁ ହେବ ନାହିଁ, ବରଂ ଥାନା କର୍ମଚାରୀ ତାଙ୍କ ପାଖରେ ପହଞ୍ଚିଯିବେ । ତେଣୁ ନାଗରିକମାନେ ତାଙ୍କ ପାଖକୁ କୌଣସି ସନ୍ଦେହଜନକ ଫୋନ କଲ୍‌ କିମ୍ବା ମେସେଜ ଆସିଲେ ପୋଲିସର ସହାୟତା ଡେସ୍କକୁ ତୁରନ୍ତ ଜଣାଇବା ଉଚିତ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | PMଙ୍କୁ ଚିଠି: ‘-କମର୍ସ କମ୍ପାନୀଗୁଡ଼ିକ FDI ନୀତି ଉଲ୍ଲଙ୍ଘନ କରୁଛନ୍ତି; MSMEକୁ ଆଘାତ ହେଉଛି

ବର୍ତ୍ତମାନ ଦେଶରେ ଟଙ୍କାପଇସାର ଡିଜିଟାଲ ଟ୍ରାଞ୍ଜେକ୍ସନ ଅଧିକ ମାତ୍ରାରେ ହେଉଛି । ଏହାର ଫାଇଦା ଉଠାଉଛନ୍ତି ଏହି ସାଇବର ଲୁଟେରାମାନେ । ବିଭିନ୍ନ ଉପାୟରେ ମହିଳା ଓ ବୟସ୍କ ଲୋକଙ୍କୁ ଜାଲରେ ଫସାଇ  କ୍ଷଣିକ ହଜାର ହଜାର ଟଙ୍କା ଲୁଟିନେଉଛନ୍ତି । ତେଣୁ ଲୋକେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ପୋଲିସ କମିଶନର ।



ରାଜ୍ୟ ତଥା ରାଜ୍ୟ ବାହାରେ ମାତିଛନ୍ତି ଅଦୃଶ୍ୟ ଲୁଟେରା । ଗୋଟିଏ ଜାଗାରେ ରହି ବିଭିନ୍ନ ରାଜ୍ୟରୁ କରୁଛନ୍ତି ଲୁଟ୍‌ । ହେଲେ ଲକଡାଉନ ସମୟରେ ସାଇବର ଲୁଟେରାମାନେ ସକ୍ରିୟ ହୋଇଥିବା ବେଳେ ପୋଲିସର ହାତ ଖାଲି ରହିଛି ।
Published by: Anand Shankar Thankur Das
First published: January 8, 2021, 9:36 PM IST
corona virus btn
corona virus btn
Loading