ଭୁବନେଶ୍ୱର: ସାଇବର୍ ଠକ ଲୁଟିନେଇଥିଲେ ୫ ଲକ୍ଷ ଟଙ୍କା; ପୋଲିସ ଫେରାଇ ଆଣିଲା ୪.୯୨ ଲକ୍ଷ ଟଙ୍କା

ଜଣେ ୭୫ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ଫୋନ୍ କରି ତାଙ୍କ ମୋବାଇଲ୍ ଫୋନ୍ ନମ୍ବର ରିଚାର୍ଜ କରିବା ବାହାନାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର୍ ଠକ ଲୁଟିନେଇଥିଲା ୫ ଲକ୍ଷ ଟଙ୍କା ।

ଭୁବନେଶ୍ୱର: ସାଇବର୍ ଠକ ଲୁଟିନେଇଥିଲେ ୫ ଲକ୍ଷ ଟଙ୍କା; ପୋଲିସ ଫେରାଇ ଆଣିଲା ୪.୯୨ ଲକ୍ଷ ଟଙ୍କା
ସାଇବର୍ ଠକେଇର ଶିକାର ହୋଇଥିବା ରବି ନାରାୟଣ ମିଶ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘‘ଆପଣଙ୍କ ବି.ଏସ୍‌.ଏନ୍‌.ଏଲ୍‌. ବାଲାନ୍ସ ସରିଯାଇଛି । ରିଚାର୍ଜ କରନ୍ତୁ, ନହଲେ ବ୍ଲକ୍‌ ହୋଇଯିବ ।’’ ସାଇବର୍‌ ଠକ ଫୋନ୍‌ କରି ଏହି କଥା କହିଥିଲା, ଆଉ ତା’ କଥା ମାନିବା ପରେ ବ୍ୟାଙ୍କ୍‌ ଆକାଉଣ୍ଟରେ ଥିବା ୫ ଲକ୍ଷ ଟଙ୍କା ସେହି ସାଇବର ଠକର ଆକାଉଣ୍ଟକୁ ଚାଲିଯାଇଥିଲା ।

ହେଲେ ଏହି ଠକେଇର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତି ତୁରନ୍ତ ଅଭିଯୋଗ କରିଥିବା ଯୋଗୁଁ କମିଶନରେଟ୍‌ ପୋଲିସର ସାଇବର ହେଲ୍ପଡେସ୍କ ୪ ଲକ୍ଷ ୯୨ ହଜାର ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି । ପୋଲିସର ତ୍ୱରିତ ଓ ସଫଳ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଟଙ୍କା ଫେରିପାଇଥିବା ୭୫ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର ରବି ନାରାୟଣ ମିଶ୍ର ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

‘‘୧୬ ତାରିଖ ଦିନ ୧୨ଟା ବେଳେ ମୋ’ ମୋବାଇଲକୁ ଏକ ଫୋନ୍‌ ଆସିଥିଲା । ନମ୍ବରଟି ଥିଲା ୭୦୦୩୮୨୨୯୭୨ । ମୁଁ ଫୋନ୍‌ ଉଠେଇବାରୁ କେହି ଜଣେ ହିନ୍ଦୀରେ କହିଥିଲେ ଯେ ସେ ବି.ଏସ୍‌.ଏନ୍‌.ଏଲ୍‌. ଅଫିସରୁ କହୁଛନ୍ତି । ମୋ’ ଫୋନର ବାଲାନ୍ସ ସରିଯାଇଛି ଓ ମୁଁ ତୁରନ୍ତ ରିଚାର୍ଜ ନକଲେ ନମ୍ବର ବ୍ଲକ୍‌ ହୋଇଯିବ ବୋଲି ସେ କହିଥିଲେ । ମୁଁ ଅଫିସ୍‌ ଯାଇ ରିଚାର୍ଜ କରିଦେବି କହିଲାରୁ ସେ କହିଥିଲେ ଯେ କରୋନା ଯୋଗୁଁ ଅଫିସ୍‌ ମନା । ମୁଁ ଅନଲାଇନରେ ରିଚାର୍ଜ କରିବା ଜାଣି ନ ଥିବାରୁ ସେ କହିଲେ ସେ କ୍ୟୁ.ଏସ୍‌. ଆପ୍‌ ଡାଉନଲୋଡ଼ କରି ୧୦ ଟଙ୍କା ରିଚାର୍ଜ କରିଦେବେ । ମାତ୍ର ୧୦ ଟଙ୍କା ରିଚାର୍ଜ କରିବା ପରେ ମୋ’ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଖାଲି ହୋଇଯାଇଥିଲା । ମୁଁ ସଙ୍ଗେ ସଙ୍ଗେ ପୋଲିସର ସାଇବର୍‌ ହେଲ୍ପଡେସ୍କର ସହାୟତା ଲୋଡି଼ଥିଲି,’’ କହିଛନ୍ତି ମିଶ୍ର ।

ମିଶ୍ରଙ୍କ ମୋବାଇଲ୍ ଫୋନକୁ ଆସିଥିବା ମେସେଜ୍


ପୋଲିସ ଖବର ପାଇବା ମାତ୍ରେ ତଦନ୍ତ ଆରମ୍ଭ କରିଥିଲା । ଯେହେତୁ ଗୋଲଡେନ ପିରିୟଡ଼ରେ ହିଁ ଠକେଇର ସୂଚନା ମିଳିଥିଲା, ପୋଲିସ ସମ୍ପୃକ୍ତ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିଥିଲା । ରାଜ୍ୟ ବାହାରୁ ଏହା ଅପରେଟ ହେଉଥିବା ଜାଣିବାକୁ ମିଳିବା ପରେ ଟଙ୍କା ଯାଇଥିବା ଆକାଉଣ୍ଟକୁ ପୋଲିସ ଟ୍ରାକ୍‌ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

‘‘ସାଇବର୍‌ ଠକମାନେ ମାତ୍ର କେଇ ମିନିଟ୍‌ ମଧ୍ୟରେ ଏକାଧିକ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜେକସନ୍‌ କରିଥାନ୍ତି । ତେଣୁ ସାଇବର୍‌ ଠକଙ୍କ ଆକାଉଣ୍ଟକୁ ତୁରନ୍ତ ଟ୍ରାକ୍‌ କରି ଆମେ ଶେଷରେ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ପାଇବାରେ ସଫଳ ହେଲୁ,’’ କହିଛନ୍ତି ସାଇବର ହେଲ୍ପ ଡେସ୍କ ଇନଚାର୍ଜ ଏସିପି ସଞ୍ଜୀବ ଶତପଥୀ । ଟଙ୍କା ଫେରିବା ଯଦିଓ ପୋଲିସ ପାଇଁ ଏକ ଚାଲେଞ୍ଜ୍‌ ଥିଲା, ରବି ନାରାୟଣ ମିଶ୍ର ଟଙ୍କା କଟିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଯୋଗାଯୋଗ କରିଥିବାରୁ ଟଙ୍କା ଫେରିବା ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

‘‘ବଳକା ଟଙ୍କାର ତଦନ୍ତ ଚାଲିଛି । ଟଙ୍କା କାହା ଆକାଉଣ୍ଟକୁ ଯାଇଛି ତାହା ଆମେ ଟ୍ରାକ୍‌ କରୁଛୁ । ବାରମ୍ବାର ସାଇବର୍‌ ଠକମାନେ ଏମିତି ଠକେଇ କରୁଛନ୍ତି । ଏବେ ଯେହେତୁ କରୋନା ସମୟ ଚାଲିଛି, କରୋନା କଟକଣା କୋହଳ ହେବା ପରେ ଆମ ଟିମ୍‌ ରାଜ୍ୟ ବାହାରକୁ ଯିବ,’’ କହିଛନ୍ତି ଶତପଥୀ ।

ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

ଟଙ୍କା ଫେରି ପାଇବା ପରେ ଖୁସି ହୋଇଛନ୍ତି ଭୁବନେଶ୍ୱର ଶୈଳଶ୍ରୀ ବିହାର ଭି.ଆଇ.ଏମ୍‌. ୧୮୭ରେ ରହୁଥିବା ରବି ନାରାୟଣ ମିଶ୍ର । ସେ କମିନଶନରେଟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ଲୋକେ ଯେମିତି ତାଙ୍କ ପରି ଠକେଇର ଶିକାର ନ ହୁଅନ୍ତୁ ସେଥି ପାଇଁ ସଚେତନ ରହିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।



ଜାନୁଆରୀ ୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କ ଅଫିସରେ ଏକ ସାଇବର୍‌ ହେଲ୍ପଡେସ୍କ ଖୋଲାଯାଇଛି । ରାଜଧାନୀ ବାସୀଙ୍କ ପାଇଁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଲା ୭୪୪୦୦୦୬୭୦୯ । କେହି ସାଇବର ଠକଙ୍କ ଶିକାର ହେଉଥିଲେ ସଙ୍ଗେ ସଙ୍ଗେ ଏହି ନମ୍ବର ଜରିଆରେ ପୋଲିସକୁ ଅବଗତ କରାଇଲେ ପୋଲିସ ହୁଏତ ଟଙ୍କା ଫେରାଇବାରେ ସକ୍ଷମ ହେବ ବୋଲି ଆଶା ରଖି ଏହି ନମ୍ବର ଜାରି କରାଯାଇଛି ।
Published by: Anand ST Das
First published: May 23, 2021, 12:00 AM IST