ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୃଷ୍ଟିହୀନ ଦମ୍ପତିଙ୍କ କର୍କଟ ରୋଗାକ୍ରାନ୍ତ କୁନି ଝିଅର ଚିକିତ୍ସା ପାଇଁ ₹୧୦ ହଜାର ଯୋଗାଡ଼ କଲେ ଥାନା OIC

ଦୃଷ୍ଟିହୀନ ଦମ୍ପତିଙ୍କ କର୍କଟ ରୋଗାକ୍ରାନ୍ତ କୁନି ଝିଅର ଚିକିତ୍ସା ପାଇଁ ₹୧୦ ହଜାର ଯୋଗାଡ଼ କଲେ ଥାନା OIC

ଦୁଇ ବର୍ଷର ଝିଅଟି ଖେଳୁ ଖେଳୁ ପଡି଼ଯିବା ବେଳେ ଯଦିଓ ତା’ ମୁଣ୍ଡରେ ଆଘାତ ଲାଗି ନ ଥିଲା, ଆଖିରେ ସାମାନ୍ୟ ଆଘାତ ଲାଗିଥିଲା । ଚିକିତ୍ସା ପରେ ଆଖି ଭଲ ହୋଇଗଲା, ହେଲେ ପରେ ଆଖିରେ କର୍କଟ ରୋଗର ଲକ୍ଷଣ ଦେଖିବାକୁ ମିଳିଲା ।

ଦୃଷ୍ଟିହୀନ ଦମ୍ପତିଙ୍କ କର୍କଟ ରୋଗାକ୍ରାନ୍ତ କୁନି ଝିଅର ଚିକିତ୍ସା ପାଇଁ ₹୧୦ ହଜାର ଯୋଗାଡ଼ କଲେ ଥାନା OIC
କୁନି ଝିଅଟିର ବାପା ଓ ମା’ଙ୍କ ସହ ସସ୍ମିତା ମିଶ୍ର
  • News18 Odia
  • Last Updated: August 24, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ମହିଳା ଥାନା ଅଧିକାରୀ ମହତ କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏକ ଦୃଷ୍ଟିହୀନ ଦମ୍ପତିଙ୍କ କର୍କଟ ରୋଗରେ ପୀଡି଼ତ ଥିବା ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସେ । ଶିଶୁଟିର ଚିକିତ୍ସା ପାଇଁ ନିଜ ଥାନାର କର୍ମଚାରୀଙ୍କ ସହାୟତାରେ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି ତାଙ୍କୁ । ଏହି ଥାନା ଅଧିକାରୀ ହେଉଛନ୍ତି ଇନଫୋସିଟି ଥାନାର ଆଇ.ଆଇ.ସି. ସସ୍ମିତା ମିଶ୍ର ।

ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ରହୁଥିବା ଅଶୋକ ନାୟକ ଜନ୍ମରୁ ଦୃଷ୍ଟିହୀନ । ତାଙ୍କ ପରିବାର କହିଲେ ଦୃଷ୍ଟିହୀନ ପତ୍ନୀ ଓ ଦୁଇ ବର୍ଷର ଝିଅ ପୂଜା । ଦୁଃଖେ କଷ୍ଟେ ଭଡ଼ା ଘରେ ରହି ପରିବାର ସହ ଦିନ କାଟୁଥିଲେ ଅଶୋକ । ହେଲେ ଗଲା ଛଅ ମାସ ତଳେ ଝିଅ ପୂଜା ଖସି ପଡି଼ ବାମ ପଟ ଆଖିରେ ଆଘାତ ପାଇଥିଲା । ପରେ ଏଲ୍‌.ଭି. ପ୍ରଦାସ୍‌ ଆଇ ହସ୍ପିଟାଲରେ ଚିକିତ୍ସା କରିବା ପରେ ଜଣା ପଡିଟଥିଲା ଯେ ତା’ ଆଖିରେ ଇନଫେକ୍ସନ ହୋଇଛି ଓ ଏହା କର୍କଟ ଆଡ଼କୁ ଗତି କରୁଛି । ହେଲେ ଅର୍ଥ ଅଭାବରୁ ତା’ ଚିକିତ୍ସା କରାଇ ପାରୁ ନ ଥିଲେ ଏହି ଦୃଷ୍ଟିହୀନ ଦମ୍ପତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

“ମୁଁ ଏ କଥା ଜାଣିବା ପରେ ଅଶୋକଙ୍କ ପରିବାର ଲୋକଙ୍କୁ ଭେଟିଥିଲି । ସେମାନଙ୍କ ପରିସ୍ଥିତି ବୁଝିବା ପରେ ଜାଣିବାକୁ ପାଇଥିଲି ଯେ ସେମାନେ ବହୁ କଷ୍ଟରେ ରହୁଛନ୍ତି । ପୂଜାକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲି । ଅଧିକ ଚିକିତ୍ସା ପାଇଁ ତାକୁ ଚେନ୍ନାଇ ନେବାକୁ ପଡି଼ବ ପୋଲି ଡାକ୍ତର କହିଥିଲେ । ମୁଁ ଥାନାକୁ ଆସି ଟଙ୍କା ଯୋଗାଡ଼ କରିଥିଲି । ଆମ ଥାନାର ସବୁ ଷ୍ଟାଫ୍ କିଛି କିଛି ସହାୟତାର କରିବାରୁ ଆମେ ୧୦ ହଜାର ଟଙ୍କା ତାଙ୍କ ପରିବାରଙ୍କୁ ଦେଇଛୁ,” କହିଛନ୍ତି ଇନଫୋସିଟି ଥାନା ଅଧିକାରୀ ସସ୍ମିତା ମିଶ୍ର ।

ଅଶୋକ ନାୟକଙ୍କୁ ୧୦,୦୦୦ ଟଙ୍କାର ଚେକ୍‌ ଦେଉଛନ୍ତି ସସ୍ମିତା ମିଶ୍ର ।


ପିଲାଟିର ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ସେ ଆହୁରି ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଛନ୍ତି । ‘‘ଲୋକେ ଅଶୋକ ବାବୁଙ୍କୁ ସହାୟତାର ହାତ ବଢ଼ାଇବା ଉଚିତ । ଯେତେ ଶୀଘ୍ର ଟଙ୍କା ଯୋଗାଡ଼ ହୋଇ ପାରିବ ସେତେ ଶୀଘ୍ର ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇ ପଠାଯିବାର ବ୍ୟବସ୍ଥା କରାଯିବ,” କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ଦୁଇ ବର୍ଷର କୁନି ଝିଅଟି ଛଅ ମାସ ତଳେ ଖେଳୁଥିବା ସମୟରେ ପଡି଼ଯିବା ବେଳେ ଯଦିଓ ତା’ ମୁଣ୍ଡରେ ଆଘାତ ଲାଗି ନ ଥିଲା, ଆଖିରେ ସାମାନ୍ୟ ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ଏଲ୍‌.ଭି. ପ୍ରସାଦ ହସ୍ପିଟାଲରେ ଚିକିତ୍ସା ପରେ ତା’ ଆଖି ଭଲ ହୋଇଯାଇଥିଲା । ହେଲେ ପରେ ପୁଣି ଥରେ ସେ ଆଖିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ହସ୍ପିଟାଲ ନେଇଥିଲେ ତା’ ବାପା ଅଶୋକ ନାୟକ ।

ଏହା ବି ପଢ଼ନ୍ତୁ | କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗ

‘‘ସେଠି ଏମ୍‌.ଆର୍‌.ଆଇ. ସ୍କାନ୍‌ କରିବାରୁ ଜଣା ପଡି଼ଥିଲା ଯେ ତା’ ଆଖିରେ ସାମାନ୍ୟ କର୍କଟ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି । ତା’ର ଯଥା ଶୀଘ୍ର ଅପରେସନ କରିବାକୁ ଡାକ୍ତର କହିଥିଲେ । ହେଲେ ଅର୍ଥ ଅଭାବରୁ ଆମେ ଚିକିତ୍ସା କରିପାରୁ ନାହୁଁ,” କହିଛନ୍ତି ନାୟକ ।



ଝିଅଟିର ଚିକିତ୍ସା ପାଇଁ ଏବେ ତା’ ଦୃଷ୍ଟିହିନ ବାପାମାଆ ଅର୍ଥ ଯୋଗାଡ଼ କରିବାରେ ଲାଗିଛନ୍ତି । ସୋସିଆଲ ମିଡି଼ଆରେ ବି ନିବେଦନ କରୁଛନ୍ତି । ଯେଉଁମାନେ ଦାନ ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ ଆଶୋକଙ୍କ ନମ୍ବର୍‌ ୮୪୫୬୦୭୯୬୦୬ ସହ ଯୋଗାଯୋଗ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି ।
Published by: Anand S.T. Das
First published: August 24, 2021, 11:54 PM IST