ବିବାହ ବର୍ଷେ ହୋଇ ନ ଥିଲା; ପୋଲିସ ବାବୁଙ୍କ ବୋହୂର ମୃତ୍ୟୁ ହେଲା; ହତ୍ୟା ଅଭିଯୋଗ ଆସିଛି

ଭୁବନେଶ୍ୱରରେ ଘଟିଥିବା ଏହି କଥିତ ବଧୂ ହତ୍ୟା ମାମଲା ପଛରେ ବଧୂର ଇଞ୍ଜିନିଅର୍ ସ୍ୱାମୀ ଓ ପୋଲିସ ଅଧିକାରୀ ଶ୍ୱଶୁରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାମଲା ନ ବଢ଼ାଇବାକୁ ପୋଲିସ ଉପରେ ଚାପ ପଡୁଥିବା କୁହାଯାଉଛି ।

ବିବାହ ବର୍ଷେ ହୋଇ ନ ଥିଲା; ପୋଲିସ ବାବୁଙ୍କ ବୋହୂର ମୃତ୍ୟୁ ହେଲା; ହତ୍ୟା ଅଭିଯୋଗ ଆସିଛି
ସୁଖଦ ସମୟରେ ଯାମିନୀ ଜେନା ଓ ତାଙ୍କ ପତ୍ନୀ ବନ୍ଦନା ଜେନା
  • News18 Odia
  • Last Updated: September 20, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି ଭୁବନେଶ୍ୱରରେ ଜଣେ ପୋଲିସ ଅଧିକାରୀ ଓ ତାଙ୍କ ପୁଅଙ୍କ ବିରୋଧରେ । ଥାନାରେ ମାମଲା ରୁଜୁ ନ କରିବାକୁ ମୃତ ବଧୂର ଶ୍ୱଶୁର ଘର ଲୋକେ ଚାପ ପକାଉଥିବା ଅଭିଯୋଗ ମଧ୍ୟରେ ପୋଲିସ ଠାରୁ ନ୍ୟାୟ ମାଗିଛନ୍ତି ମୃତ ଝିଅର ବାପା ଓ ମା’ । ମାମଲା ରୁଜୁ କରି ଝିଅର ସ୍ୱାମୀକୁ ଗିରଫ କରିଛି ପୋଲିସ ।

ତମାଣ୍ଡୋ ଅଞ୍ଚଳରେ ଘଟିଥିବା ଏହି କଥିତ ବଧୂ ହତ୍ୟା ମାମଲା ପଛରେ ବଧୂର ସ୍ୱାମୀ ଇଞ୍ଜିନିଅର୍‌ ଯାମିନୀ ଜେନା ଓ ଶ୍ୱଶୁର ପୋଲିସ ଅଧିକାରୀ ବିଜୟ କୁମାର ଗୋଚ୍ଛାୟତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମାମଲା ନ ବଢ଼ାଇବାକୁ ପୋଲିସ ଉପରେ ଚାପ ପଡୁଥିବା କୁହାଯାଉଛି ।

ଗତ ଫେବୃଆରୀ ୧୬ ତାରିଖରେ ପୋଲିସ ଅଧିକାରୀ ବିଜୟ କୁମାର ଗୋଚ୍ଛାୟତଙ୍କ ବଡ଼ ପୁଅ ଯାମିନୀ ଜେନାଙ୍କ ସହ ବନ୍ଦନା ଜେନାଙ୍କ ବିବାହ ହୋଇଥିଲା । ଯାମିନୀ ଏକ ଘରୋଇ ସଫ୍ଟୱେଆର କମ୍ପାନୀରେ କାର୍ଯ୍ୟରତ । ବାହାଘରର ଠିକ ଛଅ ମାସ ପରେ ବନ୍ଦନାଙ୍କ ମୃତ୍ୟୁ ଖବର ଆସିଲା । ଝିଅ ବେହୋସ ହୋଇଥିବା ନେଇ ବାପ ଘରକୁ ଫୋନ ଗଲା । ବନ୍ଦନାଙ୍କ ବାପା ଓ ମାଆ ହସପିଟାଲକୁ ଯିବାରୁ ସେଠାରେ ତାଙ୍କ ଶବ ଦେଖିବାକୁ ମିଳିଥିଲା ।

ଯାମିନୀ ଜେନା ଓ ପତ୍ନୀ ବନ୍ଦନା ଜେନା


ବନ୍ଦନାଙ୍କ ପରିବାରର କହିବା ଅନୁସାରେ ବାହାଘର ବେଳେ ଯାମିନୀଙ୍କ ପରିବାର ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ ମଧ୍ୟ ସାମର୍ଥ୍ୟ ଅନୁସାରେ ଦୁଇ ଲକ୍ଷ ଟଙ୍କା ଦିଆଯାଇଥିଲା । ବାହାଘର ପର ଠାରୁ ବନ୍ଦନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ।

‘‘ଗତ କାଲି ମୋ’ ଝିଅକୁ ନିର୍ଯାତନା ଦେଇ ତା’ ଶ୍ୱଶୁର ଓ ସ୍ୱାମୀ ମାରି ଦେଇଛନ୍ତି । ବନ୍ଦନା ଗୋଟେ ସିଧାସାଧା ଝିଅ । ତା’ର ଆତ୍ମହତ୍ୟା କଲା ଭଳି ମାନସିକତା ନ ଥିଲା,’’ କହିଛନ୍ତି ବନ୍ଦନାଙ୍କ ମା’ ସୌଦାମୀନି ।

ବିବାହ ସମୟରେ ଯାମିନୀ ଓ ବନ୍ଦନା


ଶ୍ୱଶୁର ବିଜୟ କୁମାର ଗୋଚ୍ଛାୟତ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ଖାକିର ପାୱାର ଦେଖାଇ ମାମଲା ରଫା ଦଫା କରିବା ପାଇଁ ଚାପ ପକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବନ୍ଦନାଙ୍କ ପରିବାର ଲୋକେ । ଝିଅର ମୃତ୍ୟୁରେ ଭାଙ୍ଗି ପଡିଥିବା ତା’ ବାପାଙ୍କ ମୋବାଇଲ ଫୋନକୁ ଗୋଚ୍ଛାୟତ ଏକ ମେସେଜ ପଠାଇଥିଲେ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘ସମୁଦି, ଯାହା ହୋଇଛି ମୁଁ ହସପିଟାଲରୁ ଗଲେ ତମର ସବୁ ଜିନିଷ ଫେରାଇ ଦେବି । ସବୁ ପଇସା ବି ଦେଇ ଦେବି । କେସ କଲେ ଓକିଲ ପଇସା ନେବ । ଲାଭ ହେବନି। ମୋ’ କଥା ମାନି କେସ କରନି,’’ ସେହି ମେସେଜରେ ସେ ଲେଖିଥିଲେ ।



ଏହି ଘଟଣାକୁ ନେଇ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ବନ୍ଦନାଙ୍କ ସ୍ୱାମୀ ଯାମିନୀଙ୍କ ସହ ପଚରାଉଚରା କରିଛି। ଏହି ଘଟଣା ଉପରେ ବନ୍ଦନାଙ୍କ ଶ୍ୱଶୁର ଘର ଲୋକେ ପ୍ରତିକ୍ରିୟା ଦେବକୁ ମନା କରିଦେଇଛନ୍ତି ।
Published by: Anand Shankar Thankur Das
First published: September 20, 2020, 11:55 PM IST
corona virus btn
corona virus btn
Loading