ଜାଆଁଳା ଫାଣ୍ଡିରୁ ଜବତ ମହିଳାଙ୍କ କଙ୍କାଳର ପରିଚୟ ପାଇଁ ପୁରସ୍କାର ଘୋଷଣା କରିବ ପୋଲିସ
ପୂର୍ବରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ପାଇଁ କମିସନରେଟ ପୋଲିସ ପକ୍ଷରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଘୋଷଣାର ମାତ୍ର ସପ୍ତାହକ ପରେ ମୁଣ୍ଡବିହୀନ ଶବର ପରିଚୟ ମିଳିଥିଲା ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ; (ଡାହାଣ) ମୃତା ମହିଳାଙ୍କ ଏକ ସ୍କେଚ୍
- News18 Odia
- Last Updated: April 6, 2021, 11:46 PM IST
ଭୁବନେଶ୍ୱର: ଜାଆଁଳା ଫାଣ୍ଡିରୁ ଜବତ ହୋଇଥିବା ମହିଳାଙ୍କ କଙ୍କାଳର ପରିଚୟ ମିଳୁ ନ ଥିବାରୁ ଚିନ୍ତାରେ ପଡ଼ିଛି କମିସନରେଟ୍ ପୋଲିସ । ସାରା ରାଜ୍ୟରେ ଏହି ମହିଳାଙ୍କ ସ୍କେଚ୍ ଥିବା ପୋଷ୍ଟର୍ ପୋଲିସ ଦ୍ୱାରା ଲଗାଯାଇଥିଲେ ବି ମିଳୁନି ତାଙ୍କ ପରିଚୟ । ଏବେ ତାଙ୍କ ପରିଚୟ ପାଇବା ପାଇଁ ପୋଲିସ ଘୋଷଣା କରିବ ପୁରସ୍କାର ରାଶି । କେତେ ଟଙ୍କାର ରାଶି ଘୋଷଣା କରାଯିବ ତାହା ଏ ଯାଏଁ ଜଣା ପଡି଼ନି ।
‘‘ପୋଲିସ ସବୁ ଆଡ଼କୁ ଖବର ପଠେଇଛି । ଜିଲ୍ଲା ବାହାରକୁ ମଧ୍ୟ ଖବର ଦିଆଯାଇଛି । ବିଭିନ୍ନ ଆଡୁ ଫୋନ୍ ଆସୁଛି । ହେଲେ ଏହି ମହିଳାଙ୍କ ପ୍ରକୃତ ପରିଚୟ ମିଳି ପାରୁନି । ତେଣୁ ତାଙ୍କ ପରିଚୟ ପାଇବା ପାଇଁ ପୁରସ୍କାର ରାଶି ଘୋଷଣା କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ପୁରସ୍କାର ରାଶି ଦ୍ୱାରା ତାଙ୍କ ପରିଚୟ ପାଇବା ସହଜ ହେବ ବୋଲି ଆଶା କରାଯାଉଛି । ସେଥି ପାଇଁ ଆମେ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିବାକୁ ଯାଉଛୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଡିସିପିଙ୍କ ଅଫିସରୁ ଯିବାକୁ ଥିବା ଚିଠିରେ କେତେ ଟଙ୍କାର ପୁରସ୍କାର ରାଶି ରହିବ ତା’ର ଉଲ୍ଲେଖ ରହିବ ।
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
ଫେବୃଆରୀ ୧୨ ତାରିଖରେ ଭୁବନେଶ୍ୱର ଜାଆଁଳା ଫାଣ୍ଡିରେ ଜବତ ହୋଇ ପଡ଼ି ରହିଥିବା ଏକ୍ସୟୁଭି ଗାଡି଼ ଭିତରୁ ମିଳିଥିଲା ଏହି ମହିଳାଙ୍କ କଙ୍କାଳ । ତାଙ୍କ ପରିଚୟ ଜାଣି ନ ପାରିବା ଯୋଗୁଁ କମିଶନରେଟ ପୋଲିସର ପାରିବାପାଣିଆକୁ ନେଇ ପ୍ରଶ୍ନ ଉଠିଥିଲା । ପ୍ରାଥମିକ ତଦନ୍ତ ପରେ ପୋଲିସର ଅବହେଳା ପାଇଁ ସଂପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ ବି କରାଯାଇଥିଲା । ପରେ ସେହ କଙ୍କାଳର ନମୁନା ପରୀକ୍ଷା ପାଇଁ ହାଇଦ୍ରାବାଦକୁ ପଠାଯାଇଥିଲା ।
ଏହା ବି ପଢ଼ନ୍ତୁ | ମହିଳା ପୋଲିସରେ ଅଭିଯୋଗ କଲେ: ‘‘ମୋ’ ସ୍ୱାମୀ ବର୍ଷେ ଧରି ମୋ’ ସହ ସେକ୍ସ କରୁନାହାନ୍ତି…’’
ବେଙ୍ଗାଲୁରର ଏକ ଏକ୍ସପର୍ଟ ଟିମ୍ ଦ୍ୱାରା କଙ୍କାଳକୁ ଦେଖି ପ୍ରସ୍ତୁତ ହୋଇଥିବା ମହିଳାଙ୍କ ଏକ ସ୍କେଚ୍ ଜାରି କରିଥିଲା କମିଶନରେଟ୍ ପୋଲିସ । ପରେ ଏହି ସ୍କେଚରୁ ତିନୋଟି ପୋଷ୍ଟର୍ ତିଆରି କରି ମାର୍ଚ୍ଚ ୨୪ ତାରିଖରେ ବିଭିନ୍ନ ସ୍ଥାନରେ ଲଗାଇଥିଲା କମିସନରେଟ୍ ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି
ଏବେ ପୋଷ୍ଟର ଲାଗିବାର ୧୩ ଦିନ ବିତିଗଲାଣି । ଏବେ ସୁଦ୍ଧା ପୋଲିସକୁ ୫୦୦ରୁ ଅଧିକ ଫୋନ୍ କଲ୍ ଆସିଲାଣି । ହେଲେ ମହିଳାଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ । ଆଗକୁ ଚାରିଟି ରାଜ୍ୟକୁ – ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ – ମହିଳାଙ୍କ ସ୍କେଚର ପୋଷ୍ଟର୍ ପଠାଇବାକୁ ଯୋଜନା କରୁଛି ପୋଲିସ । ସମ୍ପୃକ୍ତ ରାଜ୍ୟମାନଙ୍କର ଏଡିଜିଙ୍କ ସହ କଥା ବି ହୋଇଛି ପୋଲିସ । SCRB ୱେବସାଇଟରେ ମଧ୍ୟ କଙ୍କାଳର ଫଟୋ ଜାରି କରାଯିବାକୁ ଯୋଜନା କରୁଛି ପୋଲିସ ।
ପୂର୍ବରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ପାଇଁ କମିସନରେଟ ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ତତ୍କାଳୀନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେହି ଘୋଷଣାର ମାତ୍ର ସପ୍ତାହକ ପରେ ମୁଣ୍ଡବିହୀନ ଶବର ପରିଚୟ ମିଳିଥିଲା । ମୃତ ମହିଳାଙ୍କ ମା’ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଅନ୍ଧାରରେ ବାଡ଼ି ବୁଲାଉଥିବା ପୋଲିସ ମହିଳାଙ୍କ ପରିଚୟ ପାଇବା ପରେ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଥିଲା ।