୯ ବର୍ଷ ତଳେ ହତ୍ୟାର ଶିକାର ହୋଇଥିବା ଅଚିହ୍ନା ମହିଳାଙ୍କ ପରିଚୟ ଖୋଜୁଛି ଭୁବନେଶ୍ୱର ପୋଲିସ

ମୃତ ଦେହ ନିକଟରୁ ଜବତ ହୋଇଥିବା କପଡ଼ାର ଯାଞ୍ଚ ବେଳେ ସେଥିରୁ ଗୋଟିକରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାଗର ଅଞ୍ଚଳର ଏକ ଦୋକାନର ନାମ ମିଳିଥିଲା । ପୋଲିସ ସେହି ଅଞ୍ଚଳରେ ତଦନ୍ତ କରିଥିଲେ ମଧ୍ୟ ମହିଳାଙ୍କ ପରିଚୟ ଜାଣିବାରେ ସଫଳ ହୋଇ ନ ଥିଲା ।

୯ ବର୍ଷ ତଳେ ହତ୍ୟାର ଶିକାର ହୋଇଥିବା ଅଚିହ୍ନା ମହିଳାଙ୍କ ପରିଚୟ ଖୋଜୁଛି ଭୁବନେଶ୍ୱର ପୋଲିସ
ପୋଲିସ ଛାପିଥିବା ପୋଷ୍ଟରର ଏକ ଅଂଶ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ନଅ ବର୍ଷ ତଳେ ହତ୍ୟାର ଶିକାର ହୋଇଥିବା ଜଣେ ମହିଳାଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ହିନ୍ଦୀ ଓ ଓଡି଼ଆ ଭାଷାରେ ତିଆରି ହୋଇଥିବା ଏହି ପୋଷ୍ଟରଗୁଡି଼କ ଭୁବନେଶ୍ୱରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଓ ଗାଡି଼ରେ ଲଗାଯାଇଛି ।

୨୦୧୨ ମସିହା ମେ ୨୯ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଗୋଠପାଟଣା ଜଙ୍ଗଲରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଥିଲା । ମହିଳାଙ୍କ ବୟସ ୨୫ରୁ ୩୦ବର୍ଷ ହୋଇଥିବା ଅନୁମାନ କରାଯାଇଥିଲା । ତାକ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବହୁଥିଲା ଓ ତାଙ୍କ ଡ୍ରେସ୍‌ ଚିରା ହୋଇଥିଲା । ମୃତ ଦେହ ନିକଟରୁ ଏକ ପଲିଥିନ୍ ବ୍ୟାଗରୁ କିଛି କପଡ଼ା ମଧ୍ୟ ଜବତ କରିଥିଲା ପୋଲିସ । ଘଟଣା ସ୍ଥଳରେ ତାଙ୍କୁ ହତ୍ୟା କରାଯାଇଥିଲା ବା ଅନ୍ୟ କେଉଁଠି ହତ୍ୟା କରି ସେଇଠି ଫିଙ୍ଗି ଦିଆଯାଇଥିଲା ତାହା ଜାଣିବା ପୋଲିସ ପାଇଁ ମୁସ୍କିଲ ଥିଲା । ସେତେବେଳେ ପୋଲିସ ପାରିପାଶ୍ୱର୍କ ସ୍ଥିତିକୁ ଦେଖି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ମୃତ ଦେହ ନିକଟରୁ ଜବତ ହୋଇଥିବା କପଡ଼ାକୁ ଯାଞ୍ଚ କରିବା ବେଳେ ସେଥିରୁ ଗୋଟିକରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାଗର ଅଞ୍ଚଳର ଏକ ଦୋକାନର ନାମ ମିଳିଥିଲା । ପୋଲିସ ଢେଙ୍କାନାଳ ଅଞ୍ଚଳରେ ତଦନ୍ତ କରିଥିଲେ ମଧ୍ୟ ମହିଳାଙ୍କ ପରିଚୟ ଜାଣିବାରେ ସଫଳ ହୋଇ ନ ଥିଲା । ତା’ ପରେ ଏହି ମାମଲା ଫାଇଲ୍‌ ତଳେ ବନ୍ଦ ହୋଇ ରହିଥିଲା । କମିଶନରେଟ୍‌ ପୋଲିସ ପୁଣି ଥରେ ଏହି ମାମଲାକୁ ଖୋଲିଛି ।

ପୋଲିସ ଛାପିଥିବା ପୋଷ୍ଟର୍


କମିଶନରେଟ ପୋଲିସ ପକ୍ଷରୁ ଏବେ ପୁରୁଣା ମାମଲାଗୁଡି଼କୁ ରିଓପନ୍ କରିବା ଆରମ୍ଭ କରାଯାଇଛି । ଏଥି ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । କମିଶନରେଟ ପୋଲିସ ଆରମ୍ଭ ହେବା ଦିନଠାରୁ ପେଣ୍ଡିଂ ପଡ଼ିଥିବା ବଡ଼ ବଡ଼ ମାମଲାଗୁଡି଼କୁ ଆଗ ରିଓପନ୍‌ କରାଯିବ । ସେହି କ୍ରମରେ ୨୦୧୨ ମସିହାର ଏହି ଚର୍ଚ୍ଚିତ ଘଟଣାର ପର୍ଦାଫାସ କରିବାକୁ ପୋଲିସ ଆଗ୍ରହୀ ମନେହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ

“ସେତେବେଳେ ପୋଲିସ କରିଥିବା ତଦନ୍ତର ଫାଇଲକୁ ଏବେ ଅନୁଧ୍ୟାନ କରାଯାଇଛି । ପୋଲିସ ଯେଉଁ ସବୁ ତଥ୍ୟ ଓ ପ୍ରମାଣ ପାଇଥିଲା, ସେସବୁକୁ ଆଧାର କରି ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି । ଢେଙ୍କାନାଳକୁ ବି ଏହି ପୋଷ୍ଟର୍‌ ପଠାଯିବ । ଯୁବତୀ ଜଣକ କାମାକ୍ଷାନଗର କିମ୍ବା ଆଖପାଖ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି,’’ କହିଛନ୍ତି ଏ.ସି.ପି. ପ୍ରକାଶ ଚନ୍ଦ୍ର ପାଲ୍‌ ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

ଚଳିତ ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱର ଚନ୍ଦକା ଥାନା ଅନ୍ଧାରୁଆ-ଦାସପୁର ଅଞ୍ଚଳରେ ଏକ ମୁଣ୍ଡବିହୀନ ମହିଳାଙ୍କ ଶବ ମିଳିବା ପରେ ପରିଚୟ ଖୋଜିବା ପାଇଁ ପୋଷ୍ଟର୍‌ ମରା ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଏଥିରେ ପୋଲିସକୁ ସଫଳତା ମିଳିଥିଲା । ତେଣୁ ଏହି ଘଟଣାରେ ମଧ୍ୟ ସମାନ ନୀତି ଆପଣେଇଛି କମିଶନରେଟ ପୋଲିସ । ପୋଷ୍ଟରରେ ଏ.ସି.ପି. ଓ ଥାନା ଆଇ.ଆଇ.ସି.ଙ୍କ ଫୋନ୍‌ ନମ୍ବର୍‌ ଦିଆଯାଇଛି । କୌଣସି ଲୋକ ପରିଚୟ ପାଇଲେ ସେହି ନମ୍ବରରେ ଯୋଗାଯୋଗ କରିବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି ।



ବରିଷ୍ଠ ଆଇନଜିବୀ ସିଦ୍ଧାର୍ଥ ଦାସ କହିଛନ୍ତି, “ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ । ମୁଣ୍ଡବିହୀନ ମହିଳାଙ୍କ କ୍ଷେତ୍ରରେ ପୋଲିସ ସଙ୍ଗେ ସଙ୍ଗେ ପୋଷ୍ଟର୍‌ ମାରିଥିଲା । ଫଳରେ ପୋଲିସକୁ ସଫଳତା ମିଳିଲା । ଦ୍ୱିତୀୟରେ ମହିଳାଙ୍କ ହାତରେ ଏକ ଟାଟୁ (ଚିତା) ଥିବାରୁ ତାଙ୍କ ପରିଚୟ ମିଳିବା ସହଜ ହୋଇଥିଲା । ହେଲେ ଏହି ମାମଲାଟି ନଅ ବର୍ଷ ତଳର । ତେଣୁ ଏତେ ସହଜରେ ପୋଲିସ ମହିଳାଙ୍କ ପରିଚୟ ପାଇବାରେ ସଫଳ ହେବନି । ତଥାପି ପୋଲିସ ଏତେ ଦିନ ପରେ କେସକୁ ରିଓପନ୍ କରିଛି, ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।’’
Published by: Anand ST Das
First published: June 16, 2021, 11:55 PM IST