ଅଧା ରହିଗଲା ସାବିତ୍ରୀ ପୂଜା; ଭୁବନେଶ୍ୱରର ମନ୍ଦିରଗୁଡ଼ିକରୁ ମହିଳାମାନଙ୍କୁ ଘଉଡ଼େଇଲା ପୋଲିସ

କରୋନା କଟକଣାକୁ ଅମାନ୍ୟ କରି କେତେକ ମନ୍ଦିରରେ ଗହଳି ଜମିଥିବା ଖବର ପାଇ ପହଞ୍ଚିଥିଲେ କମିଶନରେଟ୍ ପୋଲିସର ଅଧିକାରୀମାନେ । ପୂଜକଙ୍କୁ ତାଗିଦ୍ କରି ବ୍ରତଧାରୀ ମହିଳାମାନଙ୍କୁ ଘଉଡ଼ାଇଥିଲେ ସେମାନେ ।

ଅଧା ରହିଗଲା ସାବିତ୍ରୀ ପୂଜା; ଭୁବନେଶ୍ୱରର ମନ୍ଦିରଗୁଡ଼ିକରୁ ମହିଳାମାନଙ୍କୁ ଘଉଡ଼େଇଲା ପୋଲିସ
ଗୋଟିଏ ମନ୍ଦିରରେ ବ୍ରତଧାରୀ ମହିଳାମାନଙ୍କୁ ଜଣେ ପୋଲିସ କର୍ମୀ ଘଉଡ଼ାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଆ ମହିଳାମାନଙ୍କ ବଡ଼ ପର୍ବ ସାବିତ୍ରୀ ବ୍ରତ ଉପରେ କରୋନା କଟକଣା ଦାଉ ସାଜିଛି । କେଉଁଠି ଏହି ପର୍ବ ସୁରୁଖୁରୁରେ ପାଳିତ ହୋଇଯାଇଛି ତ ଆଉ କେଉଁଠି ମନ୍ଦିର ପାଖରେ ପହଞ୍ଚି ଏହା ଉପରେ ପୋଲିସ ବ୍ରେକ୍‌ ଲଗାଇଛି । ଭୁବନେଶ୍ବରର କିଛି ମନ୍ଦିରରେ କରୋନା କଟକଣା ଉଲ୍ଲଙ୍ଘନ କରି ଖୋଲାଖୋଲିବାବେ ପୂଜା ଚାଲିଥିବା ସମୟରେ ପୋଲିସ ପହଞ୍ଚି ତାକୁ ଅଧାରୁ ରୋକିଛି । ଫଳରେ ଅନେକ ସାବିତ୍ରୀଙ୍କ ବ୍ରତ ଅଧାରେ ରହିଯାଇଛି ।

ପୋଲିସର କଡ଼ା ଆଭିମୁଖ୍ୟ ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରର ପ୍ରମୁଖ ମନ୍ଦିରଗୁଡ଼ିକରେ ସାବିତ୍ରୀ ପୂଜା ଫିକା ପଡି଼ଯାଇଥିବା ଦେଖାଯାଇଛି । କରୋନା କଟକଣା ଯୋଗୁଁ ଯଦିଓ ମନ୍ଦିରଗୁଡି଼କ ବନ୍ଦ ଥିଲା, ହେଲେ ଭୋର୍‌ ସମୟରୁଁ କିଛି ମନ୍ଦିରକୁ ଖୋଲିଥିଲେ ପୂଜକମାନେ । ତେଣୁ ମନ୍ଦିରଗୁଡି଼କରେ ଗହଳି ଲାଗିଥିଲା । ବିଜେବି ନଗରରେ ଥିବା ବାବା ଆଖଣ୍ଡଳମଣି ମନ୍ଦିରରେ ପୂଜକ ପହଞ୍ଚି ପୂଜା ଆରମ୍ଭ କରିବା ବେଳକୁ ପହଞ୍ଚି ଥିଲେ ବ୍ରତଧାରୀ ମହିଳାମାନେ ।

ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

ଗହଳି ଜମିବା ଖବର ପାଇ ସେଠାରେ ପହଞ୍ଚିଥିଲେ କମିଶନରେଟ୍‌ ପୋଲିସର ଏ.ସି.ପି. ରଜତ ରାୟ । ପୂଜକଙ୍କୁ ତାଗିଦ୍ କରିବା ସହ ମହିଳାମାନଙ୍କୁ ସେଠାରୁ ଘଉଡ଼ାଇଥିଲେ ସେ ଓ ତାଙ୍କ ସହ ଥିବା ପୋଲିସ କର୍ମୀମାନେ । ସେମାନେ ଅନେକ ମହିଳା ବ୍ରତଧାରୀଙ୍କ ହାତ ସାନିଟାଇଜ୍‌ ବି କରିଥିଲେ ।

ପୂଜକମାନଙ୍କୁ କଡ଼ା ତାଗିଦ୍ କରିଥିଲେ ପୋଲିସ ଅଧିକାରୀମାନେ ।


ପୁରୁଣା ରାଜଧାନୀର ତିନିମୁଣ୍ଡିଆ ମନ୍ଦିରରେ, ଯେଉଁଠି ବ୍ରାହ୍ମଣ ନିଯୋଗ ସମିତିର ପୂଜା ଆରମ୍ଭ ହୋଇଥିଲା, ସେଠି ବି ଗହଳି ଲାଗିଥିଲା । ସେଠାରେ ପି.ସି.ଆର୍. ଭ୍ୟାନ୍‌ ଧରି ପହଞ୍ଚି ଥିଲେ ବରିଷ୍ଠ ପୋଲିସ ଅଧିକାରୀ ନିର୍ମଳ ଶତପଥୀ । ମନ୍ଦିରରେ ତାଲା ପକାଇବା ସହ ବ୍ରତଧାରୀ ମହିଳାମାନଙ୍କୁ ତାଗିଦ୍ କରିଥିଲେ ସେ । ସ୍ବାମୀମାନଙ୍କ ପାଇଁ ବ୍ରତ କରିବାକୁ ଆସିଥିବା ମହିଳାମାନେ ପୋଲିସକୁ ଯେତେ ଅନୁରୋଧ କଲେ ବି ପୋଲିସ ଶୁଣି ନ ଥିଲା । ଫଳରେ ମନ ଦୁଃଖରେ କାନ୍ଦ କାନ୍ଦ ହୋଇ ଘରକୁ ଫେରିଥିଲେ ମହିଳାମାନେ । ସେମାନେ ଆଣିଥିବା କଦଳୀ, ନଡ଼ିଆ, ତେଲ, କେନ୍ଦୁ, ସପୁରୀ ଓ ଖଜୁରୀ ପରି ଫଳ ଭୋଗ ଲାଗି ପାରି ନ ଥିଲା । ଶଙ୍ଖା ସିନ୍ଦୂର ବି ପୂଜା ହୋଇ ପାରି ନ ଥିଲା । ଶାଢ଼ୀ ବି ଲାଗିପାରି ନ ଥିଲା ପାର୍ବତୀଙ୍କ ମୁଣ୍ଡରେ ।

ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ମାସରେ ମିଳିବ ଲକ୍ଷ ଟଙ୍କା

‘‘ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଚି । ଏଭଳି ସ୍ଥଳେ ରାଜଧାନୀ ବାସିନ୍ଦାମାନେ ଅଧିକରୁ ଅଧିକ ସଚେତନ ହେବା ଉଚିତ । କିନ୍ତୁ ଆଜି ତା’ର ଓଲଟା ଦେଖିବାକୁ ମିଳଥିଲା । ଲୋକଙ୍କୁ ଘରେ ରହି ପୂଜା କରିବା ପାଇଁ କୁହାଯାଇଥିଲା । ମନ୍ଦିର ଆସିବା ଉପରେ କଟକଣା ଲଗାଯାଇଥିଲା । ଲୋକେ ତାହା ନ ମାନିବା ଦୁର୍ଭାଗ୍ୟଜନକ,’’ କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ନିର୍ମଳ ଶତପଥୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

ରାଜଧାନୀର ବଡ଼ ମନ୍ଦିର ଲିଙ୍ଗରାଜ ମନ୍ଦିରରେ ଯଦିଓ ଗହଳି ନ ଥିଲା, କିନ୍ତୁ କା ଭାଁ ଶ୍ରଦ୍ଧାଳୁମାନେ ଯାଇ ବାହାରେ ପୂଜକଙ୍କ ପାଖରେ ପୂଜା କରିଥିଲେ । ସନତେଶ୍ୱର ମନ୍ଦିରରେ ବାହାରୁ ତାଲା ପକାଇ ଭିତର ଗଳି ଦେଇ ପୂଜକମାନେ ଆରମ୍ଭ କରିଥିଲେ ପୂଜା । ଶ୍ରଦ୍ଧାଳୁମାନଙ୍କ ଭିଡ଼ ମଧ୍ୟରେ ଜଣ ଜଣ କରି ସାବିତ୍ରୀମାନେ ମନ୍ଦିର ଭିତରେ ପ୍ରବେଶ କରି ପୂଜା ସାରିଥିଲେ । ଚାରି ଆଡ଼େ ପୋଲିସ ପଇନ୍ତରା ମାରିଥିବାରୁ ଶ୍ରଦ୍ଧାଳୁ ଓ ପୂଜକ ଉଭୟ ବେଶ୍‌ ସତର୍କତାର ସହ ସୁଯୋଗ ଦେଖି ପୂଜା କରିଥିଲେ ।



ଭୁବନେଶ୍ୱରରେ ରହୁଥିବା ବିହାର ରାଜ୍ୟର ମହିଳାମାନେ ମନ୍ଦିରକୁ ନ ଆସି ସେମାନଙ୍କ ପରମ୍ପରା ଅନୁସାରେ ବର ଗଛ ମୂଳରେ ନିଜ ସ୍ବାମୀଙ୍କ ଲାଗି ପୂଜା ଆରମ୍ଭ କରିଥିଲେ । ବର ଗଛର ଅଠା ଓ ପତ୍ର ସହ ଫଳମୂଳ ପୂଜା କରି ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥିଲେ ସେମାନେ ।
Published by: Anand ST Das
First published: June 10, 2021, 9:31 PM IST