ବଦଳିଲେ ବଡ଼ ପୋଲିସ୍ ଅଫିସର୍; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା
ପ୍ରାୟ ଦେଢ଼ ବର୍ଷ କାଳ ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ ପୋଲିସ କମିଶନର ଭାବେ ଦାୟିତ୍ବ ତୁଲାଇଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କ ଅପାର ସଫଳତା ସତ୍ତ୍ୱେ ତାଙ୍କ ବଦଳି ପଛରେ ରାଜଧାନୀରେ ବଢ଼ିଥିବା ଅପରାଧ ଓ ଆଇନ-ଶୃଙ୍ଖଳା ସମସ୍ୟା ଥିବା କୁହାଯାଉଛି ।

ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସୁଧାଂଶୁ ଷଡ଼ଙ୍ଗୀ (ଫାଇଲ୍ ଫଟୋ)
- News18 Odia
- Last Updated: March 8, 2021, 8:33 PM IST
ଭୁବନେଶ୍ୱର: ରାଜ୍ୟ ସରକାର ପୋଲିସ ବିଭାଗର ଉଚ୍ଚ ବର୍ଗରେ ଏକ ବଡ଼ ପରିବର୍ତ୍ତନ କରି ଭୁବନେଶ୍ୱର-କଟକ ଟୁଇନ୍ ସିଟିର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି କରିଛନ୍ତି ଓ ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ ଏବେ ଏଡିଜି (କ୍ରାଇମ୍ ବ୍ରାଞ୍ଚ୍) ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତି ଦେଇଛନ୍ତି ।
ପ୍ରାୟ ଦେଢ଼ ବର୍ଷ କାଳ ପୋଲିସ କମିଶନର ଭାବେ ଦାୟିତ୍ବ ତୁଲାଇଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ଗୃହ ଓ କଲ୍ୟାଣ ନିଗମର ସି.ଏମ୍.ଡି. ଭାବେ ଦାୟିତ୍ବ ଦିଆଯାଇଛି । ସେହି ନିଗମର ସି.ଏମ୍.ଡି. ଥିବା ଏମ୍. ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଅବସ୍ଥାପିତ କରାଯାଇଛି । ୨୦୧୯ ଅଗଷ୍ଟ ୧୯ରେ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିଲେ ସୁଧାଂଶୁ ଷଡ଼ଙ୍ଗୀ । ସେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନକୁ ବଦଳି ହୋଇ ଆସିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ
ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK
କୋଭିଡ୍ ସମୟରେ ଭୁବନେଶ୍ୱର ଓ କଟକରେ ଲକଡାଉନ୍, ସଟଡାଉନ ଓ କର୍ଫ୍ୟୁକୁ ସଫଳତାର ସହ ପରିଚାଳନା କରିବା ସୁଧାଂଶୁଙ୍କ କରିଅରର ଏକ ମାଇଲ୍ ଖୁଣ୍ଟ କହିଲେ ଭୁଲ୍ ହେବନି । ତେବେ ଗତ କିଛି ଦିନ ହେଲା ରାଜଧାନୀରେ ବଢ଼ିଥିବା ଅପରାଧ ଓ ଆଇନ-ଶୃଙ୍ଖଳାଜନିତ ସମସ୍ୟା ସୁଧାଂଶୁଙ୍କ ବଦଳି ପଛର ପ୍ରମୁଖ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଭିଜ୍ଞତା ଓ ସଫଳତାର ଲମ୍ବା ତାଲିକା ରହିଛି । କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ଭାବେ ସୌମେନ୍ଦ୍ରଙ୍କୁ ମିଳିଛି ଢେର୍ ସଫଳତା । କିଛି ଦିନ ତଳେ ପୁରୀ ଓ ସୁନ୍ଦରଗଡ଼ର ହାଜତ ମୃତ୍ୟୁ ଘଣାରେ ତଦନ୍ତ ସହ ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀର ଖୋଳତାଡ଼ କରିଥିଲା କ୍ରାଇମ୍ ବ୍ରାଞ୍ଚ୍ । ନୟାଗଡ଼ ନାବାଳିକା ଦୁ୍ଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସବୁ ରହସ୍ୟର ପର୍ଦ୍ଦାଫାସ୍ କରିଥିଲା କ୍ରାଇମ୍ ବ୍ରାଞ୍ଚ୍ ଏସ୍.ଟି.ଏଫ୍. ।