ଦେଖିଲେ କିଏ ଭାବିବ ଏଇ ଝିଅଟି ବ୍ରାଉନ ସୁଗାର ସ୍ମଗଲିଂ କରୁଥିବ? କିନ୍ତୁ ଇଏ ହେଉଛି ବିଉଟି ପୋଦ୍ଦାର

ସାଦାସିଧା ବଙ୍ଗାଳୀ ଝିଅ ସେ । ଓଡ଼ିଆ ବି କହିପାରେ । ଭୁବନେଶ୍ୱରରେ ରହେ । ନିଜ ଗ୍ଲାମର ପାଇଁ ବନ୍ଧୁମାନଙ୍କ ଗହଣରେ ହୁଏତ ଟିକେ ଈର୍ଷାର ପାତ୍ରୀ ହେଉଥିବ ସେ । ହେଲେ କିଏ ବିଶ୍ୱାସ କରିବ ଯେ ବିଉଟି ପୋଦ୍ଦାର ନାଆଁର ଏଇ ଯୁବତୀ ବ୍ରାଉନ୍ ସୁଗାର୍ ପରି ଘାତକ ନିଶାଦ୍ରବ୍ୟ ସ୍ମଗଲି କରେ ବୋଲି?

ଗିରଫ ହୋଇଥିବା ବଙ୍ଗାଳୀ ଯୁବତୀ  ବିଉଟି ପୋଦ୍ଦାର

ଗିରଫ ହୋଇଥିବା ବଙ୍ଗାଳୀ ଯୁବତୀ ବିଉଟି ପୋଦ୍ଦାର

  • Share this:
News18 Odia Digital

ଭୁବନେଶ୍ୱର: ଜଣେ ସାଧାରଣ ଓ ସୁନ୍ଦରୀ ଯୁବତୀର ପରିଚ଼ୟରେ ସେ ବିଭିନ୍ନ ମହଲରେ ପ୍ରିୟ ଥିଲା । ସାଦାସିଧା ବଙ୍ଗାଳୀ ଝିଅ । ଓଡ଼ିଆ ବି କହିପାରେ । ଭୁବନେଶ୍ୱରରେ ରହେ । ନିଜ ଗ୍ଲାମର ପାଇଁ ହୁଏତ ଟିକେ ଈର୍ଷାର ପାତ୍ରୀ ହେଉଥିବ ସେ । ହେଲେ କିଏ ବିଶ୍ୱାସ କରିବ ଯେ ବିଉଟି ପୋଦ୍ଦାର ନାଆଁର ଏଇ ଯୁବତୀ ବ୍ରାଉନ୍‌ ସୁଗାର୍‌ ପରି ଘାତକ ନିଶାଦ୍ରବ୍ୟ ସ୍ମଗଲି କରେ ବୋଲି?

ଛବିଶ-ବର୍ଷୀୟା ଏଇ ତରୁଣୀ ବିଉଟି ପୋଦ୍ଦାର ଓରଫ ମୁନୁକୁ ୨୪ ଗ୍ରାମ୍‌ ବ୍ରାଉନ୍‌ ସୁଗାର୍‌ ସହ ଗିରଫ କରିଛି କମିଶନରେଟ୍‌ ପୋଲିସ । ଶୁକ୍ରବାର ସକାଳେ ବିଉଟିର ହଳଦି ପଡ଼ିଆ ବସ୍ତିରେ ଥିବା ଘର ଉପରେ ରେଡ କରିଥିଲା ପୋଲିସର କ୍ୱିକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) l ରେଡ଼ ବେଳେ ବ୍ରାଉନ ସୁଗାର ସ୍ମଗଲିଂ କାରବାରରେ ଜଡ଼ିତ ତା’ର ଦୁଇ ସହଯୋଗୀ ଶଙ୍କର ଦାସ (୨୨) ଓ ଶାହିଲ ଓରଫ ଲୋକମାନ ପରଭେଜ (୨୫) ବି ଧରା ପଡ଼ିଥିଲେ l

ଶଙ୍କରର ଘର ବଡଗଡ଼ ବ୍ରିଟ କଲୋନିରେ, ଆଉ ପରଭେଜର ଘର ସେହି ହଳଦି ପଡ଼ିଆ ବସ୍ତିରେ l ଶଙ୍କର ଓ ପରଭେଜ ନିକଟରୁ ବି ୨୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ବୋଲି କହିଛି ପୋଲିସ l

ଗିରଫ ହେବା ପରେ ବିଉଟି ଓ ତା’ର ଦୁଇ ସହଯୋଗୀ


ନିଜ ଗ୍ଲାମର ବଳରେ ବ୍ରାଉନ୍‌ ସୁଗାର୍‌ ସ୍ମଗଲିଂ କାରବାରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ହିଁ ବିଉଟି ପୋଦ୍ଦାର ଧରା ପଡ଼ିଯାଇଛି ବୋଲି କହିଛି ପୋଲିସ । ବ୍ରାଉନ ସୁଗାର କାରବାର ଉପରେ ଗତ ତିନି ମାସ ହେଲା ବିଉଟି ଉପରେ ନିଜର ରଖିଥିଲା କମିଶନରେଟ୍ ପୋଲିସ l ତା’ ପାଖକୁ କିଏ ଆସୁଛି, କିଏ ଯାଉଛି, ଓ କାହା କାହା ସହ ବିଉଟି ମିଶୁଛି, ସବୁ କଥା ଉପରେ ଥିଲା ପୋଲିସର ନଜର l

ତଦନ୍ତ ବେଳେ ସାମନାକୁ ଆସିଛି ବିଉଟିର ବାଲେଶ୍ଵର ଲିଙ୍କ l ମୂଳତଃ ପଶ୍ଚିମ ବଙ୍ଗର ବାସିନ୍ଦା ଏଇ ଯୁବତୀ ବାଲେଶ୍ଵରରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ଵରରେ କାରବାର କରୁଥିଲା l ଗୋଟି ଏବଂ ପୁଡ଼ିଆ ନାଁରେ ଚାଲିଥିଲା ଏ କଳା କାରବାର l ଗୋଟିର ମୂଲ୍ୟ ୨୫୦ ଟଙ୍କାରୁ ୩୦୦ ଟଙ୍କା ରହୁଥିଲା l

ଗ୍ଲାମର ଓ ନିଶାଦ୍ରବ୍ୟ କାରବାରର କକଟେଲ: ବିଉଟି ପୋଦ୍ଦାର


ସବୁ ଠାରୁ ବଡ଼ କଥା ହେଲା ପୂର୍ବରୁ ଡ୍ରଗ୍ସ କାରବାରର ସୁରାକ ପାଇବା ପରେ ଅନେକ ଥର ବସ୍ତିରେ ରେଡ କରିଛନ୍ତି ଅବକାରୀ ବିଭାଗ ଓ ପୋଲିସ l ହେଲେ ସବୁଥର ଚ଼ାଲାକି କରି ଖସି ଯାଉଥିଲା ବିଉଟି । ଏଥର କିନ୍ତୁ ସେ ପଡ଼ିଗଲା ପୋଲିସର ପଞ୍ଜାରେ l

ବିଉଟିକୁ ଗିରଫ କରିବା ପରେ ବ୍ରାଉନ ସୁଗାର ସ୍ମଗଲିଂର ଅନୁସନ୍ଧାନରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି l

‘‘ବିଉଟି ଭଳି ସୁନ୍ଦରୀ ଝିଅମାନେ ଯେ ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥାଇ ପାରନ୍ତି, ଏ କଥା ପ୍ରଥମେ କୌଣସି ତଦନ୍ତକାରୀ ଟିମ ବିଶ୍ୱାସ କରିପାରୁ ନ ଥିଲେ l ଏଇ ବିଶ୍ୱାସର ଭରପୁର ଫାଇଦା ଉଠାଉଥିଲା ବିଉଟି l ଏବେ ତା‘ ନିଶା ପ୍ଲସ୍‌ ଗ୍ଲାମରର ଲିଙ୍କରେ ଆଉ କେଉଁକେଉଁ ମାନେ ଅଛନ୍ତି ତା’ର ଖୋଳତାଡ଼ ଆରମ୍ଭ ହୋଇଛି,’’ କହିଛନ୍ତି ତଦନ୍ତକୁ ତଦାରଖ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
First published: