ଭୁବନେଶ୍ୱର Blast: ପେଟ୍ରୋଲ ପମ୍ପରେ LPG ରିଫିଲିଂ ବେଳେ ଲିକ୍ ହେବାରୁ ଘଟିଥିଲା ଅଘଟଣ

ଭାରତ ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଳୋସିଭ ସେଫଟି ଅର୍ଗାନାଇଜେସନର (PESO) ପ୍ରାଥମିକ ତଦନ୍ତ ସରିଛି । କମିଶନରେଟ ପୋଲିସ ବି କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରି ଏହି ଅଘଟଣର ତଦନ୍ତ ଆରମ୍ଭ କରିଛି l

ଭୁବନେଶ୍ୱର Blast: ପେଟ୍ରୋଲ ପମ୍ପରେ LPG ରିଫିଲିଂ ବେଳେ ଲିକ୍ ହେବାରୁ ଘଟିଥିଲା ଅଘଟଣ
ଅଘଟଣର ତଦନ୍ତ କରୁଥିବା ଅଧିକାରୀମାନେ; (ଡାହାଣ) ଅଗ୍ନିକାଣ୍ଡ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: October 8, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ୍‌ ପମ୍ପରେ ହୋଇଥିବା ବିସ୍ଫୋରଣ ଓ ଅଗ୍ନିକାଣ୍ଡର କାରଣ ଗ୍ୟାସ୍‌ ଲିକ୍‌ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପେଟ୍ରୋଲ ପମ୍ପରେ ଏଲପିଜି ରିଫଲିଙ୍ଗ ବେଳେ ଲିକ୍‌ ହୋଇ ଘଟିଥିଲା ବିସ୍ଫୋରଣ l

ବ୍ଲାଷ୍ଟ ବେଳେ ଟାଙ୍କିରେ ସାଢେ ୪ ଟନ୍ ଏଲପିଜି ଥିଲା । ୧୦ ହଜାର ଲିଟର ପାଣି ମଧ୍ଯ ଥିଲା । ପ୍ରଥମେ  ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା । ତା’ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଙ୍ଗ ସଫଳ ହେଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଙ୍ଗ ହେଲା, ସେତେବେଳେ ଲିକ୍ ହୋଇ ବ୍ଲାଷ୍ଟ ହେଲା । ଘଟଣା ସ୍ଥଳରୁ ତଦନ୍ତ କରି ଫେରିବା ପରେ ଏହି ତଥ୍ୟ ଦେଇଛି ଭାରତ ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଳୋସିଭ ସେଫଟି ଅର୍ଗାନାଇଜେସନ (PESO) l

ରାଜଭବନ ଛକ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଳୋସିଭ ସେଫଟି ଅର୍ଗାନାଇଜେସନର (ପେସୋ) ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲିଙ୍କ ନେତୃତ୍ୱରେ ଚାରିଜଣିଆ ଟିମ୍‌ l

ବ୍ଲାଷ୍ଟ ପରେ ପେଟ୍ରୋଲ୍ ପମ୍ପର ଏକ ଦୃଶ୍ୟ ।


ବିସ୍ଫୋରଣ ପରେ ଏହାର ନିର୍ଦ୍ଦିଷ୍ଟ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଫିଲିଙ୍ଗ ଷ୍ଟେସନ ପରିସରରେ ତଦନ୍ତ ଚାଲିଛି । ମୃତକଙ୍କ ବାବଦରେ ବି ତଦନ୍ତ କରାଯାଉଛି । ଆହତ ଲୋକଙ୍କୁ ଚିକିତ୍ସା ପରେ ପଚରାଉଚରା କରାଯିବ l

କମିଶନରେଟ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି l କ୍ୟାପିଟାଲ ଥାନା କେସ ନମ୍ବର ୪୦୧/୨୦ରେ ଏକ ମାମଲା ରୁଜୁ କରାଯାଇଛି l ଭାରତୀୟ ପିଙ୍ଗଳ କୋଡ଼ର (IPC) ଦଫା ୨୮୫/୨୮୬/୩୩୭/୩୩୮ ଏବଂ ଏକ୍ସପ୍ଳୋସିଭ ଆକ୍ଟରେ ମାମଲା ରୁଜୁ କରାଯାଉଛି l

‘‘ପୋଲିସ ତରଫରୁ ତଦନ୍ତ ପାଇଁ ଏକ ଛଅଜଣିଆ ଟିମ୍‌ ଗଠନ କରାଯାଇଛି l ପ୍ରତିଟି ଦିଗ ଉପରେ ଫୋକସ କରାଯାଉଛି l ଅବହେଳାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପକୁ ସବୁ ଦିନ ପାଇଁ ବନ୍ଦ କରି ଦେବାକୁ ସୂର୍ଯ୍ୟନଗର ବାସିନ୍ଦା ଦାବି କରିଛନ୍ତି l ପେଟ୍ରୋଲ ପମ୍ପରେ ପୂର୍ବରୁ ଅନେକ ଥର ଅଘଟଣ ଘଟିଛି ବୋଲି ସେମାନେ କହିଛନ୍ତି l ଏହା ପରେ ବି ପେଟ୍ରୋଲ୍‌ ପମ୍ପ କର୍ତ୍ତୃପକ୍ଷ ଯେତିକି ସତର୍କ ରହିବା କଥା ଓ ସୁରକ୍ଷା ପାଇଁ ଯାହା ଯାହା ନୀତି ଅବଲମ୍ବନ କରିବା କଥା ତାହା କରାଯାଉନି ବୋଲି ସେମାନେ କହିଛନ୍ତି l ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ପେଟ୍ରୋଲ ପମ୍ପ ଥିାରୁ ତାକୁ ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି l



‘‘ବିସ୍ଫୋରଣ ଯୋଗୁଁ ସୂର୍ଯ୍ୟନଗରରେ ଥିବା ଆମ୍ବେଦକର ଏନକ୍ଲେଭ୍‌ ଅଧିକ ପ୍ରଭାବିତ ହୋଇଛି l ଲୋକଙ୍କ ଝରକାର କାଚଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ କବାଟ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି l ଏହି ପେଟ୍ରୋଲ ପମ୍ପକୁ ବନ୍ଦ କରାଯାଉ, ନଚେତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ,’’ କହିଛନ୍ତି ଆମ୍ବେଦକର ଏନକ୍ଲେଭର ଯୁଗ୍ମ ସଚିବ ସୁକାନ୍ତ କୁମାର ଲେଙ୍କା ।
Published by: Anand Shankar Thankur Das
First published: October 8, 2020, 11:56 PM IST
corona virus btn
corona virus btn
Loading