ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ: ସ୍ଥାନୀୟ ଲୋକଙ୍କୁ LPGରେ ରୋଷେଇ କରିବାରୁ ବାରଣ କରାଗଲା

ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ଅତି କମରେ ୮ ଜଣ ଲୋକ ଆହତ ହୋଇଛନ୍ତି । ସେଥିରୁ ୨ ଜଣ ଗୁରୁତର ଅଛନ୍ତି । ମୁଖ୍ୟ ମନ୍ତ୍ରୀ ସେମାନଙ୍କ ମାଗଣା ଚିକିତ୍ସା ପାଇଁ ଆଦେଶ ଦେଇଛନ୍ତି ।

ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ଫୋରଣ: ସ୍ଥାନୀୟ ଲୋକଙ୍କୁ LPGରେ ରୋଷେଇ କରିବାରୁ ବାରଣ କରାଗଲା
ପେଟ୍ରୋଲ ପମ୍ପରେ ଲାଗିଥିବା ନିଆଁ; (ଡାହାଣ) ଆହତ ଲୋକଙ୍କୁ ସ୍ଥାନୀୟ ଲୋକେ ହସପିଟାଲ ନେଉଛନ୍ତି ।
  • News18 Odia
  • Last Updated: October 7, 2020, 5:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଭବନ (ଗଭର୍ଣ୍ଣର ହାଉସ) ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ବର୍ତ୍ତମାନ ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ LPG ଗ୍ୟାସରେ ରୋଷେଇ କରିବାରୁ ବାରଣ କରାଯାଇଛି । ଏଜି ଛକରୁ ରାଜଭବନ ଓ ରାଜଭବନ ଛକରୁ ଗୋପବନ୍ଧୁ ଛକ ଯାଏ ରାସ୍ତା ସିଲ୍ କରାଯାଇଛି ।

ଅପରାହ୍ଣରେ ଘଟିଥିବା ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ଅତି କମରେ ଆଠ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପେଟ୍ରୋଲ ପମ୍ପରେ ଏକ LPG ଟାଙ୍କି ଫାଟିବାରୁ ବିସ୍ଫୋରଣ ଘଟିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ଷଢ଼ଙ୍ଗୀ। ପେଟ୍ରୋଲ ପମ୍ପ ଟାଙ୍କିର ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଘର ଗୁଡ଼ିକର କାଚ ଭାଙ୍ଗିଯାଇଥିଲା । ଲୋକେ ବି ଭୀଷଣ ଭୟଭୀତ ହୋଇଥିଲେ ।

ବ୍ଲାଷ୍ଟ ପରେ ପେଟ୍ରୋଲ୍ ପମ୍ପର ଏକ ଦୃଶ୍ୟ ।


ପେଟ୍ରୋଲ ପମ୍ପ ଠାରୁ ୫୦୦ ମିଟର ଦୂର ଯାଏଁ ଅଞ୍ଚଳକୁ ସିଲ୍ କରି ନିଆଁ ଲିଭା କାର୍ଯ୍ୟ କରାଯାଇଥିଲା । ତା’ ପରେ ଆଖପାଖ ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ । ରାଜଭବନର ଦୁଇ କିଲୋମିଟର ପରିଧିରେ ଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଲୋକଙ୍କୁ LPG ଗ୍ୟାସରେ ରୋଷେଇ କରିବାରୁ ବାରଣ କରାଯାଇଛି ।

ଅନେକ କାର୍ ଏହି ବ୍ଲାଷ୍ଟରେ କ୍ଷତିଗ୍ରସ୍ତ ହୋଇଛନ୍ତି ।


ଆହତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ମୁଖ୍ୟ ମନ୍ତ୍ରୀ କହିଛନ୍ତି । ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀ ଓ IOCL ଅଧିକାରୀମାନଙ୍କ ସହ ଆଲୋଚନା କରି ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥଙ୍କ ଆଶୀର୍ବାଦରୁ ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି ପ୍ରଧାନ କହିଛନ୍ତି ।



ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ରାଜ୍ୟ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଅନ୍ୟ କେତେକ ନେତାଙ୍କ ସହ କ୍ୟାପିଟାଲ୍‌ ହସପିଟାଲକୁ ଯାଇ ଆହତ ଲୋକଙ୍କ ସହ କଥା ହୋଇଛନ୍ତି ।
Published by: Anand Shankar Thankur Das
First published: October 7, 2020, 5:47 PM IST
corona virus btn
corona virus btn
Loading