ଭୁବନେଶ୍ୱର Blast: ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହେଲା; ଆଉ ଜଣେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି

କଟକ ବଡ଼ ମେଡିକାଲରେ ଆହତ ଲୋକେ ପହଞ୍ଚିବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ମୁଖ୍ୟ କହିଥିଲେ ଯେ ଆସ୍କାର ବାସିନ୍ଦା ସତ୍ୟ ନାୟକଙ୍କ ଶରୀରର ୬୦% ଭାଗ ପୋଡ଼ିଯାଇଛି ଓ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଛି । ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର Blast: ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହେଲା; ଆଉ ଜଣେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି
ବ୍ଲାଷ୍ଟ ପରେ ଲାଗିଥିବା ନିଆଁ ଓ ପେଟ୍ରୋଲ୍ ପମ୍ପ ନିକଟର ଦୁଇଟି ଦୃଶ୍ୟ
  • News18 Odia
  • Last Updated: October 8, 2020, 10:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ (Bhubaneswar petrol pump blast) ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଆସ୍କା ରଘୁନାଥନଗରର ବାସିନ୍ଦା ସତ୍ୟ ନାୟକ ।

ଅନ୍ୟ ଜଣେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଏହି ଯୁବକ ଜଣକ ଉତ୍ତର ପ୍ରଦେଶର ଫରିଦାବାଦର (Faridabad in Uttar Pradesh) ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି । କଟକ ବଡ଼ ମେଡିକାଲର ICUରେ ତାଙ୍କର ଚିକିତ୍ସା ଚାଲିଛି । ମୃତ ସତ୍ୟ ନାୟକଙ୍କ ପରି ହର୍ଷବର୍ଦ୍ଧନଙ୍କ ଶରୀରରୁ ବି ମାଂସ ଖସି ପଡ଼ିଥିଲା ।

ବଡ଼ ମେଡିକାଲରେ ଆହତ ଲୋକମାନେ ପହଞ୍ଚିବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ମୁଖ୍ୟ ବିଭୂତିଭୂଷଣ ନାୟକ କହିଥିଲେ ଯେ ସତ୍ୟ ନାୟକଙ୍କ ଶରୀରର ୬୦ ପ୍ରତିଶତ ଭାଗ ପୋଡ଼ିଯାଇଛି ଓ ତାଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଛି । ଶ୍ରୀବାସ୍ତବଙ୍କ ଦେହର ୪୦%ରୁ ଉର୍ଦ୍ଧ୍ୱ ଭାଗ ପୋଡ଼ି ଯାଇଥିଲା ।

ମୃତକ ସତ୍ୟ ନାୟକଙ୍କ ଜଣେ ପରିଜନ


ସତ୍ୟ ନାୟକ ନିଜ ଘରୁ ୧୨ ଦିନ ତଳେ ଭୁବନେଶ୍ୱର ଆସିଥିଲେ ବୋଲି ତାଙ୍କର ଜଣେ ଶୋକାକୁଳ ପରିଜନ କହିଛନ୍ତି । ‘‘କାମର ସୁପରଭାଇଜିଂ ପାଇଁ ସେ ଆସିଥିଲେ । ଆଉ ଘରକୁ ଫେରି ନ ଥିଲେ । ତାଙ୍କର ପେଟ ଓ ଛାତି ଛାଡ଼ି ଦେହର ବାକି ସବୁ ଅଂଶ ପୋଡ଼ିଯାଇଥିଲା । ମୁଣ୍ଡରେ ମାଡ଼ ହୋଇଥିଲା, ଆଉ ନାକ ପାଖରେ ଫାଟିଯାଇଥିଲା । ଆଜି ସକାଳ ସାଢ଼େ ଛଅଟାରେ ଡାକ୍ତର କହିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି,’’ କହିଛନ୍ତି ଏହି ପରିଜନ ।

ଏ ପର୍ଯ୍ୟନ୍ତ ନିଖୋଜ ଥିବା ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ତତ୍ତ୍ୱାବଧାନରେ ସତ୍ୟ ନାୟକ ଓ ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଓ ଅନ୍ୟମାନେ ପେଟ୍ରୋଲ ପମ୍ପରେ ଜରୁରୀକାଳୀନ କାମ କରିବା ପାଇଁ ଆସିଥିଲେ ।

ଏହା ବି ପଢ଼ନ୍ତୁ | କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଏହି ବିସ୍ଫୋରଣ ଘଟଣା ପରେ ନିଜ ଆଡୁ ଏକ ଆପରାଧିକ ମାମଲା ରୁଜୁ କରିଛି କମିସନରେଟ୍ ପୋଲିସ । ଦାୟିତ୍ବରେ ଅବହେଳା ପାଇଁ ଗିରଫ ହୋଇପାରନ୍ତି ପେଟ୍ରୋଲ ପମ୍ପ ମାଲିକ । ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ରାତାରାତି ଟାଙ୍କିରେ ଥିବା ଦୁଇ ନମ୍ବର ଗ୍ୟାସ ଟାଙ୍କିରୁ ଗ୍ୟାସ୍‌ କାଢ଼ି ନିଆଯାଇଛି l ବାଲେଶ୍ବରରୁ ଏକ ଗ୍ୟାସ ଗାଡ଼ି ଆସି ଗ୍ୟାସ୍‌ ଟାଙ୍କିକୁ ଖାଲି କରିଛି ।



ସ୍ଥାନୀୟ ଅଞ୍ଚଳରୁ ବିପଦ ଟଳିବା ପରେ ବନ୍ଦ ରଖାଯାଇଥିବା ରାଜଭବନ-ଗୋପବନ୍ଧୁ ନଗର ରାସ୍ତାକୁ ଗୁରୁବାର ଅପରାହ୍ଣରେ ଯାତାୟାତ ପାଇଁ ଖୋଲିଦିଆଯାଇଛି ।
Published by: Anand Shankar Thankur Das
First published: October 8, 2020, 10:49 PM IST
corona virus btn
corona virus btn
Loading