ଭୁବନେଶ୍ୱର Blast: IPS ଅଫିସର୍ ସଞ୍ଜୀବ ପଣ୍ଡାଙ୍କ ଝିଅ ଅଳ୍ପକେ ବର୍ତ୍ତିଲା, ଘରେ ଝରକା ପାଖରେ ପଢ଼ୁଥିଲା

ଏହି ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ସଞ୍ଜୀବ ପଣ୍ଡାଙ୍କ ଘରର ଝରକାରେ ଲାଗିଥିବା କାଚ ଭାଙ୍ଗି ଚୁରମାର୍ ହୋଇଯାଇଥିଲା । ସେହି ଝରକା ପାଖରେ ବସି ପାଠ ପଢ଼ୁଥିବା ତାଙ୍କ ଝିଅ ଶ୍ରେୟାର ଦେହ ସାରା ସେ କାଚ ଖଣ୍ଡ ଓ ଗୁଣ୍ଡ ପଡ଼ିଥିଲା ।

ଭୁବନେଶ୍ୱର Blast: IPS ଅଫିସର୍ ସଞ୍ଜୀବ ପଣ୍ଡାଙ୍କ ଝିଅ ଅଳ୍ପକେ ବର୍ତ୍ତିଲା, ଘରେ ଝରକା ପାଖରେ ପଢ଼ୁଥିଲା
IPS ଅଫିସର୍ ସଞ୍ଜୀବ ପଣ୍ଡା; ବ୍ଲାଷ୍ଟ ପରେ ତାଙ୍କ ଝିଅର କୋଠରୀର ଏକ ଦୃଶ୍ୟ
  • News18 Odia
  • Last Updated: October 7, 2020, 8:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ ଭବନ ନିକଟରେ ଥିବା ଏକ ପେଟ୍ରୋଲ୍‌ ପମ୍ପରେ ଘଟିଥିବା ବଡ଼ ଧରଣର ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ବରିଷ୍ଠ IPS ଅଫିସର୍‌ ସଞ୍ଜୀବ ପଣ୍ଡାଙ୍କ ଝିଅ ଶ୍ରେୟା ଆହତ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସଞ୍ଜୀବ ପଣ୍ଡାଙ୍କ ଆବାସ ସେହି ପେଟ୍ରୋଲ୍‌ ପମ୍ପ ନିକଟରେ । ବିସ୍ଫୋରଣ ହେବା ବେଳେ ତାଙ୍କ ଝିଅ ଘରେ ଝରକା ପାଖରେ ବସି ପଢ଼ୁଥିଲେ ।

ଏହି ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ସଞ୍ଜୀବ ପଣ୍ଡାଙ୍କ ଘରର ଝରକାରେ ଲାଗିଥିବା କାଚ ଭାଙ୍ଗି ଚୁରମାର୍‌ ହୋଇଯାଇଥିଲା । ସେହି ଝରକା ପାଖରେ ବସି ପାଠ ପଢ଼ୁଥିବା ତାଙ୍କ ଝିଅ ଶ୍ରେୟାର ଦେହ ସାରା ସେ କାଚ ଖଣ୍ଡ ଓ ଗୁଣ୍ଡ ପଡ଼ିଥିଲା । ଏହି ଘଟଣା ପରେ ସେ ଭୀଷଣ ଡରିଯାଇଥିଲେ । ହେଲେ ଭାଗ୍ୟ ଭଲ ଯେ ସେ ଅଧିକ ଆହତ ହୋଇ ନ ଥିଲେ ।

‘‘ଏହି ଝରକାର କାଚ ଦୃଢୀକୃତ କାଚ (toughened glass) ଥିଲା । ସେଇଥି ପାଇଁ ଶ୍ରେୟା ଅଧିକ ଆହତ ହୋଇ ନ ଥିଲା । ତା’ ଦେହରେ କେତେକ ସ୍କ୍ରାଚ୍‌ ବ୍ୟତୀତ ବେଶୀ କ୍ଷତି ହୋଇ ନାହିଁ,’’ କହିଛନ୍ତି ସଞ୍ଜୀବ ପଣ୍ଡା, ଯିଏ ଏବେ ରାଜ୍ୟର ପରିବହନ କମିଶନର୍‌ ସହ ପୋଲିସ୍‌ ଏଡିଜି (ଆଇନ ବ୍ୟବସ୍ଥା) ଭାବେ କାର୍ଯ୍ୟରତ ।

ବ୍ଲାଷ୍ଟ ପରେ ପେଟ୍ରୋଲ୍ ପମ୍ପର ଏକ ଦୃଶ୍ୟ ।


ପଣ୍ଡା ଆହୁରି କହିଛନ୍ତି, ‘‘ଆମେ ଭାଗ୍ୟବାନ ଯେ କିଛି ବର୍ଷ ତଳେ ଆମେ ଝରକାରେ ପୂର୍ବରୁ ଲାଗିଥିବା ସାଧାରଣ କାଚଗୁଡ଼ିକୁ ବାହାର କରି ତା’ ସ୍ଥାନରେ ଦୃଢୀକୃତ କାଚ (toughened glass) ଲଗେଇଥିଲୁ ।’’ ଟଫେନଡ୍‌ ଗ୍ଲାସ୍‌ ଲାଗିଥିବାରୁ ତାହା ଭାଙ୍ଗି ଖସିପଡ଼ିଲେ ବି ସେଥି ଯୋଗୁଁ ତାଙ୍କ ଝିଅ କମ୍‌ ଆହତ ହୋଇଛି ବୋଲି ସେ କହିଛନ୍ତି ।

ଏହି ବିସ୍ଫୋରଣର ପ୍ରଭାବରେ ପଣ୍ଡାଙ୍କ ଘର ଅନେକ କ୍ଷତିଗ୍ରସ୍ତ ହୋଇଛି । ପେଟ୍ରୋଲ୍‌ ପମ୍ପର ବିସ୍ଫୋରଣ ସ୍ଥଳରୁ ଇଟା ଓ ପଥର କ୍ଷୀପ୍ର ଗତିରେ ଉଡ଼ିଆସି ତାଙ୍କ ଅଗଣା ଓ ଘରର କେତେକ ଅଂଶରେ ପଡ଼ିଥିଲା । ଏକ ଫେସବୁକ୍‌ ପୋଷ୍ଟରେ ଏହି ସବୁ କଥା ଲେଖି ସେ ଜଣେଇଛନ୍ତି ଯେ ତାଙ୍କ ଘରେ କାର୍ଯ୍ୟରତ କର୍ମଚାରୀମାନେ ବି କେହି ଆହତ ହୋଇନାହାନ୍ତି । ‘‘ଆମେ ଆମର ସବୁ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେଉଛୁ,’’ ଲେଖିଛନ୍ତି ପଣ୍ଡା ।

ଅନେକ କାର୍ ଏହି ବ୍ଲାଷ୍ଟରେ କ୍ଷତିଗ୍ରସ୍ତ ହୋଇଛନ୍ତି ।


ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟିବା ସମୟରେ ସଞ୍ଜୀବ ପଣ୍ଡା ନିଜ ଆବାସରେ ନ ଥିଲେ । ସେ ନିଜ କାର୍ଯ୍ୟାଳୟରେ ଥିଲେ । ଅପରାହ୍ଣରେ ଘଟିଥିବା ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ପେଟ୍ରୋଲ୍‌ ପମ୍ପରେ ଥିବା ଅତି କମରେ ଆଠ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ବି ପଢ଼ନ୍ତୁ ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ପେଟ୍ରୋଲ ପମ୍ପରେ ଏକ LPG ଟାଙ୍କି ଫାଟିବାରୁ ବିସ୍ଫୋରଣ ଘଟିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ଷଢ଼ଙ୍ଗୀ। ପେଟ୍ରୋଲ ପମ୍ପ ଟାଙ୍କିର ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଘର ଗୁଡ଼ିକର କାଚ ଭାଙ୍ଗିଯାଇଥିଲା । ଲୋକେ ବି ଭୀଷଣ ଭୟଭୀତ ହୋଇଥିଲେ ।



ଏହି ବିସ୍ଫୋରଣରେ ରାଜଭବନ (ଗଭର୍ଣ୍ଣର ହାଉସ) ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ବର୍ତ୍ତମାନ ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ LPG ଗ୍ୟାସରେ ରୋଷେଇ କରିବାରୁ ବାରଣ କରାଯାଇଛି । ଏଜି ଛକରୁ ରାଜଭବନ ଓ ରାଜଭବନ ଛକରୁ ଗୋପବନ୍ଧୁ ଛକ ଯାଏ ରାସ୍ତା ସିଲ୍ କରାଯାଇଛି ।
Published by: Anand Shankar Thankur Das
First published: October 7, 2020, 8:06 PM IST
corona virus btn
corona virus btn
Loading