News18 Odia Digital
ଭୁବନେଶ୍ୱର: ଆପଣ ନିଜର ପୁରୁଣା ବସ୍ତ୍ରଗୁଡ଼ିକୁ ନିଶ୍ଚୟ ବିଭିନ୍ନ ଉପାୟରେ ପରିତ୍ୟାଗ କରୁଥିବେ । ମାତ୍ର ଆପଣ ସେଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନକୁ (ବି.ଏମ୍.ସି.) ଦାନ କରି ଅନେକ ଦୁଃଖୀ-ଦରିଦ୍ରଙ୍କୁ ସାହାଯ୍ୟ କରିପାରିବେ । ଏଥି ପାଇଁ ବି.ଏମ୍.ସି. ପକ୍ଷରୁ ଭୁବନେଶ୍ୱରରେ ରହୁଥିବା ଗରିବ, ଅଭାବୀ ଓ ଭୂମିହୀନ ଲୋକଙ୍କୁ ପୋଷାକ ଦାନ କରିବା ପାଇଁ 'ଦୟା ଚକ୍ର' ବା ‘ହ୍ୱିଲ୍ ଅଫ୍ କାଇଣ୍ଡନେସ୍’ ନାମକ ଏକ ଅଭିଯାନ ଆରମ୍ଭ ହୋଇଛି । ଉତ୍କଳ ଦିବସ ଅବସରରେ ଏହାକୁ ଉଦଘାଟନ କରିଛନ୍ତି ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ।
ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ବଞ୍ଚିତ ଲୋକଙ୍କ ମଧ୍ୟରେ ପୋଷାକର ନିରନ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ମଧ୍ୟରେ ପୁରୁଣା ପୋଷାକ ବାଣ୍ଟିବା ପାଇଁ ବ୍ୟବସ୍ଥା କରିଛି ବି.ଏମ୍.ସି. । ସହରର କେତେକ ମନୋନୀତ ସ୍ଥାନରେ ପୋଷାକ ପ୍ରଦର୍ଶନ ଓ ବଣ୍ଟନ ପାଇଁ ଏକ ବସ୍ ପ୍ରସ୍ତୁତ କରାଯାଇଛି । ପୁରୁଣା ପୋଷାକ ସଂଗ୍ରହ କରିବା ଓ ଆବଶ୍ୟକତା ଅନୁଯାୟୀ ଅଭାବୀ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଏହି ବସରେ ଦୁଇରୁ ଚାରି ଜଣ ଲୋକ ନିୟୋଜିତ ହୋଇଛନ୍ତି । ଏହି ବସ୍ ଦୁଇଟି ସିଫ୍ଟରେ ସହରର ବିଭିନ୍ନ ବସ୍ତିକୁ ଯିବ । ସକାଳ ୯ଟାରୁ ଅପରାହ୍ଣ ୨ଟା ଓ ପ୍ରତି କାର୍ଯ୍ୟ ଦିବସରେ ଅପରାହ୍ଣ ୪ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ବସ୍ ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲାବିକାଶ ନାମକ ଏକ ଏନ୍.ଜି.ଓ.କୁ 'ଦୟା ଚକ୍ର' ବା ‘ହ୍ୱିଲ୍ ଅଫ୍ କାଇଣ୍ଡନେସ୍’ ଅଭିଯାନର ଦାୟିତ୍ୱ ଦିଆଯାଇଛି । ଲୋକଙ୍କଠାରୁ ବ୍ୟବହୃତ ପୋଷାକ ସଂଗ୍ରହ କରିବା ଠାରୁ ଆରମ୍ଭ କରି ଗରିବ, ଅଭାବୀ ଓ ବଞ୍ଚିତ ଲୋକଙ୍କ ମଧ୍ୟରେ ସେଗୁଡ଼ିକୁ ବାଣ୍ଟିବା ଯାଏଁ ସବୁ ଦାୟିତ୍ୱ ତୁଲାଇବ ଏହି ଏନ୍.ଜି.ଓ.। ପ୍ରତି ମାସରେ ଅତି କମରେ ୧୭,୫୦୦ ଖଣ୍ଡ ପୋଷାକ ସଂଗ୍ରହ କରିବାର ଦାୟିତ୍ୱ ଏହି ଏନ୍.ଜି.ଓ.କୁ ଦେଇଛି ବି.ଏମ୍.ସି. । ଏଥି ପାଇଁ ଏହି ସଂସ୍ଥା ପ୍ରତି ମାସ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ବି.ଏମ୍.ସି. ଠାରୁ ୧.୬୦ ଲକ୍ଷ ଟଙ୍କା ପାଇବ ।

ମଧୁସୂଦନ ନଗରରେ ଖୋଲିଥିବା ପ୍ୟାକେଜିଂ ଓ ଇନଭେଣ୍ଟରୀ ମ୍ୟାନେଜମେଣ୍ଟ ସେଣ୍ଟର୍
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’ମଧୁସୂଦନ ନଗରରେ ଥିବା ଓ ବର୍ତ୍ତମାନ ବନ୍ଦ ପଡ଼ିଥିବା ପୁରୁଣା ଏଜି କଲୋନୀ ୟୁପି ସ୍କୁଲ ପରିସରରେ ଏକ କେନ୍ଦ୍ରୀୟ ଧୋଇବା, ପ୍ୟାକେଜିଂ ଓ ଇନଭେଣ୍ଟରୀ ମ୍ୟାନେଜମେଣ୍ଟ ସେଣ୍ଟର୍ (CWPIMC) ସ୍ଥାପନ କରାଯାଇଛି । ଦାତାମାନଙ୍କଠାରୁ ସଂଗୃହିତ ପୋଷାକ CWPIMCରେ ବଣ୍ଟନ ପାଇଁ ଧୋଇ, ସଜାଯାଇ ପ୍ୟାକ୍ କରାଯିବ । ଏଥି ପାଇଁ ବିଦ୍ୟାଳୟର ଅନେକ ଶ୍ରେଣୀଗୃହକୁ ନବୀକରଣ କରାଯାଇଛି । ଦୁଇଟି ୱାଶିଂ ରୁମ୍, ପ୍ରଦର୍ଶନ ଓ ଷ୍ଟୋର୍ ପାଇଁ ତିନୋଟି କୋଠରୀ, ଅଫିସ୍ ଓ କପଡ଼ା ସଂଗ୍ରହ ପାଇଁ ଗୋଟିଏ କୋଠରୀ ପ୍ରସ୍ତୁତ କରାଯାଇଛି । ସଂଗ୍ରହ ଠାରୁ ଆରମ୍ଭ କରି ବଣ୍ଟନ ପର୍ଯ୍ୟନ୍ତ ସବୁ କାର୍ଯ୍ୟର ପରିଚାଳନା ପାଇଁ ଦୈନିକ ପ୍ରାୟ ୧୦ ଜଣ ଲୋକଙ୍କୁ ନିୟୋଜିତ କରାଯିବ ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…‘‘ବି.ଏମ୍.ସି.ର ଏହି ପଦକ୍ଷେପ ପ୍ରଶଂସନୀୟ । ଖାଦ୍ୟ ଓ ଆଶ୍ରୟସ୍ଥଳ ପରି ପୋଷାକ ବି ମଣିଷର ଏକ ମୌଳିକ ଆବଶ୍ୟକତା । ପ୍ରତି ନାଗରିକ ନିଜେ ଭଲ ପୋଷାକ ପିନ୍ଧିବା ସହ ଗରିବ ଓ ବଞ୍ଚିତ ଲୋକଙ୍କ ପ୍ରତି ଦୟା ଦେଖାଇବା ଉଚିତ । ପୋଷାକ ପିନ୍ଧିବା ସହ ଲୋକେ ନିଜ ପୁରୁଣା ପୋଷାକ ଅଭାବୀ ଲୋକଙ୍କ ପାଇଁ ଦାନ କରିବାକୁ ଆଗକୁ ଆସିବା ଉଚିତ । ଏହା କରିବା ଦ୍ୱାରା ଆପଣ ଅନ୍ୟ ମୁହଁରେ ହସ ଆଣିପାରିବେ,’’ କହିଛନ୍ତି ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ।

'ଦୟା ଚକ୍ର' ଅଭିଯାନକୁ ଉଦଘାଟନ କରୁଛନ୍ତି ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେଦୟା ହବ୍ ସବୁ ବୟସର ବ୍ୟକ୍ତିଙ୍କ ପୋଷାକ ଗ୍ରହଣ କରିବ । ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବେଡ୍ ସିଟ୍, ଟାୱେଲ୍, କମ୍ବଳ ଓ ଅନ୍ୟାନ୍ୟ କପଡ଼ା ଏଠାରେ ଗ୍ରହଣ କରାଯିବ । ଆଗ୍ରହୀ ବ୍ୟକ୍ତିମାନେ ବି.ଏମ୍.ସି. ମୁଖ୍ୟ କାର୍ଯ୍ୟାଳୟରେ ଓ ଜୋନାଲ୍ ଅଫିସରେ ନିଜ ପୁରୁଣା ପୋଷାକ ଦାନ କରିପାରିବେ । ସେମାନେ ମୋବାଇଲ୍ ନମ୍ବର ୭୯୭୮୨୪୨୨୦୧ରେ ବି କଲ୍ କରିପାରିବେ । ତା’ ପରେ ସେମାନଙ୍କ ଠାରୁ ପୋଷାକ ସଂଗ୍ରହ କରାଯିବ । ବି.ଏମ୍.ସି. ଆଗାମୀ ଦିନରେ ସପିଙ୍ଗ୍ ମଲ୍ ଓ ଆପାର୍ଟମେଣ୍ଟରେ ବି ପୁରୁଣା ପୋଷାକ ପାଇଁ ଡ୍ରପ୍ ବକ୍ସ ରଖିବା ଯୋଜନା କରୁଛି ।
ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି ବ୍ୟବହାର-ଉପଯୋଗୀ ପୁରୁଣା ପୋଷାକ ସଂଗ୍ରହ କରି ତାକୁ ମାଗଣାରେ ଅଭାବୀ ଲୋକଙ୍କୁ ଉପଲବ୍ଧ କରାଇବା । ଏହା ଲୋକଙ୍କୁ ନିଜ ପୁରୁଣା ପୋଷାକକୁ ପରିତ୍ୟାଗ ନ କରିବାକୁ ଉତ୍ସାହିତ କରିବ । ସେମାନେ ସେଗୁଡ଼ିକୁ ଅଭାବୀ ଲୋକଙ୍କ ପାଇଁ ଦେଇପାରିବେ । ଫଳସ୍ୱରୂପ ସେହି ପୋଷାକ ସହରରେ ରହୁଥିବା ଅଭାବୀ ଓ ଭୂମିହୀନ ଲୋକଙ୍କ ନିକଟରେ ପହଞ୍ଚି ପାରିବ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।