ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ୱରରେ ମଦ ବୋହିନେଲେ ଲୋକେ; ଖୁବ୍ ବିକ୍ରି ହେଲା

ସକାଳେ ମଦ ଦୋକାନଗୁଡ଼ିକ ଖୋଲୁ ଖୋଲୁ ସେମାନଙ୍କ ଆଗରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । କିଏ ଅଖା ବ୍ୟାଗ୍ ତ ଆଉ କିଏ ଜରି ବ୍ୟାଗରେ ପେଟି ପେଟି ମଦ ବୋହିବାକୁ ଲାଗିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଦୋକାନରୁ ଅଧା ଖାଲି ହୋଇଯାଇଥିଲା ମଦ ।

ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ୱରରେ ମଦ ବୋହିନେଲେ ଲୋକେ; ଖୁବ୍ ବିକ୍ରି ହେଲା
ମଦ ଦୋକାନ ଆଗରେ ସକାଳଠାରୁ ଖୁବ୍ ଭିଡ଼ ଲାଗିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାରା ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି଼ ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ମଦ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇ ନ ଥିବାରୁ ମଦ ଦୋକାନଗୁଡ଼ିକ ବନ୍ଦ ରହିବ ଜାଣି ସୋମବାର ଦିନ ରାଜଧାନୀର ସବୁ ମଦ ଦୋକାନଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା । ଯିଏ ଯେମିତି ପାରିଲା ମଦ ବୋହିବାରେ ଲାଗିଥିଲା ।

ଦୁଇ ଦିନର ସଟଡାଉନ ପରେ ସୋମବାର ସକାଳ ୯ଟା ୩୦ ମିନିଟ ସମୟରେ ଖୋଲିଥିଲା ଭୁବନେଶ୍ୱରର ମଦ ଦୋକାନଗୁଡ଼ିକ । ଦୋକାନ ଖୋଲୁ ଖୋଲୁ କାଉଣ୍ଟର ଆଗରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । କିଏ ଅଖା ବ୍ୟାଗ୍‌ ତ ଆଉ କିଏ ଜରି ବ୍ୟାଗରେ ପେଟି ପେଟି ମଦ ବୋହିବାକୁ ଲାଗିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଦୋକାନରୁ ଅଧା ଖାଲି ହୋଇଯାଇଥିଲା ମଦ ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

ଏମିତି ଭିଡ଼ ହେବା ଆଶଙ୍କା କରି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସବୁ ମଦ ଦୋକାନ ଆଗରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଲୋକଙ୍କୁ ମଦ କିଣିବା ବେଳେ ସମାଜିକ ଦୂରତା ବଜାୟ ରଖି ମଦ କିଣିବାକୁ କୁହାଯାଉଥିଲା । ଜଣେ ପରେ ଜଣେ ଗ୍ରାହକ କାଉଣ୍ଟରକୁ ଯାଇ ମଦ କିଣିବା ନିଶ୍ଚିତ କରାଯାଇଥିଲା । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଥିଲେ ସେମାନଙ୍କ ପ୍ରତି କଠୋର ହୋଇଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ଲୋକେ ଧାଡ଼ି ବାନ୍ଧି ଠିଆ ହୋଇ ମଦ କିଣିଥିଲେ ।


‘‘ଗଲା ୨୦ ବର୍ଷ ହେଲାଣି ମୁଁ ମଦ ପିଉଛି । ଏହା ଏବେ ଅଭ୍ୟାସ ରେ ପରିଣତ ହୋଇଛି । ତେଣୁ ଏବେ ପାଇଁ ଦୁଇଟି ବୋତଲ ମଦ ନେଉଛି । ଅଧିକ ନେବା ପାଇଁ ଟଙ୍କା ନାହିଁ । ଏଥିରେ କିଛି ଦିନ ଚାଲିଯିବ । ପରେ ସରିବା ପରେ ବ୍ୟବସ୍ଥା କରିବି,’’ କହିଥିଲେ ଲଷ୍ମୀସାଗର ଷ୍ଟେସନ ବଜାର ଅଞ୍ଚଳରେ ମଦ କିଣୁଥିବା ଦୀନବନ୍ଧୁ ରାଉତ ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ରସୁଲଗଡ଼ ଅଞ୍ଚଳର ଜଣେ ଗ୍ରାହକ କହିଥିଲେ, ‘‘ମଦ ଦୋକାନ ସବୁ ବନ୍ଦ ହୋଇଯିବ ବୋଲି ନିଜ ପାଇଁ କିଛି ମଦ କିଣି ରଖୁଛି । ଗତ ବର୍ଷ ଲକଡାଉନ୍‌ ବେଳେ ହଇରାଣ ହେବାକୁ ପଡିଥିଲା । ଏବେ ସରକାରଙ୍କ ନିୟମ ଅନୁସାରେ ଆସନ୍ତା ୧୫ ଦିନ ଲକଡାଉନ ହେବ । ତେଣୁ ଆଗୁଆ କିଛି ରଖିବାକୁ ପଡୁଛି ।’’



‘‘ଏଇ ଦୁଇ ଦିନ ମଦ ଦୋକାନ ଖୋଲା ରହିବ; ତା’ ପରେ ପୂରା ୧୪ ଦିନ ବନ୍ଦ ରହିବ । ତେଣୁ ଲୋକଙ୍କ ଭିଡ଼ ରହୁଛି । କିନ୍ତୁ ଦୋକାନ ଆଗରେ ଆମେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉଛୁ। ମଦ ଦୋକାନ ବନ୍ଦ ରହିଲେ ମଧ୍ୟ୍ୟ ଆମକୁ ଟ୍ୟାକ୍ସ ଭରିବାକୁ ପଡି଼ବ । ତେଣୁ ଦୋକାନ ବନ୍ଦ ରହିଲେ ଆମର କ୍ଷତି ହେବ । ତଥାପି ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ । ଆମେ ଦୋକାନ ବନ୍ଦ ରଖିବୁ,’’ କହିଛନ୍ତି ରସୁଲଗଡ଼ ଅଞ୍ଚଳରେ ଥିବା ଏକ ମଦ ଦୋକାନର ସେଲସମ୍ୟାନ୍‌ ପଦ୍ମନାଭ କର ।
Published by: Anand ST Das
First published: May 3, 2021, 11:11 PM IST