ଏଥର ରାଜଧାନୀରେ ହେବନି ଜିରୋ ଲାଇଟ ସେଲିବ୍ରେସନ; କୋଭିଡ ପାଇଁ କଟକଣା ଜାରି କଲେ ବିଏମସି

ଏଥର ନୂଆ ବର୍ଷକୁ ସ୍ୱାଗତ କରିବାକୁ ନା ହେବ ନାଚଗୀତ ଓ ନା ଜମିବ ଖାଦ୍ୟପେୟର ଆସର । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯିବା ପରେ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ପ୍ରତିବର୍ଷ ବେଶ ଧୂମଧାମରେ ପାଳନ ହେଉଥିବା ନୂଆବର୍ଷ ଏଥର ଫିକା ପଡିବ ।

ଏଥର ରାଜଧାନୀରେ ହେବନି ଜିରୋ ଲାଇଟ ସେଲିବ୍ରେସନ; କୋଭିଡ ପାଇଁ କଟକଣା ଜାରି କଲେ ବିଏମସି
ଏଥର ରାଜଧାନୀରେ ହେବନି ଜିରୋ ଲାଇଟ ସେଲିବ୍ରେସନ
  • News18 Odia
  • Last Updated: December 16, 2020, 6:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଏଥର ରାଜଧାନୀରେ ପାଳନ ହେବନି ଜିରୋ ଲାଇଟ ସେଲିବ୍ରେସନ । ପ୍ରତ୍ୟେକ ବର୍ଷ ନୂଆ ବର୍ଷ ହେବାର ଠିକ ଏକ ମାସ ପୂର୍ବରୁ ଜିରୋ ଲାଇଟ ସେଲିବ୍ରେସନର ପ୍ରସ୍ତୁତିକୁ ନେଇ ଚଳଚଞ୍ଚଳ ହୋଇ ଉଠିଥାଏ ରାଜଧାନୀ ଭୁବନେଶ୍ୱର । କିନ୍ତୁ ଚଳିତ ବର୍ଷ ଏହା ସମ୍ପୂର୍ଣ୍ଣ ବିପରୀତ । ଏଥର ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ରାଜଧାନୀରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର ।

ବିଏମସି କମିଶନର କଟକଣା ଯୋଗୁଁ ହୋଟେଲ ମାନଙ୍କରେ ଏଥପାଇଁ କୌଣସି ଆୟୋଜନ କରାଯାଇନାହିଁ । ସେଲିବ୍ରେସନର କଟକଣା ଲାଗିବା ପରେ ଦୋକାନ ବଜାରରେ ବ୍ୟବସାୟ ବି ମାନ୍ଦା ପଡିଛି । ଘରେ ରହି କଟକଣା ଭିତରେ ନୂଆ ବର୍ଷ ସେଲିବ୍ରେସନ କରିବେ ରାଜଧାନିବାସୀ । କିଛି ହୋଟେଲ କର୍ତ୍ତୃପକ୍ଷ କହିବା ଅନୁସାରେ ବ୍ୟବସାୟ ମାନ୍ଦା ହେବ ତଥାପି ଗାଇଡ଼ଲାଇନକୁ ମାନିବାକୁ ପଡିବ ।

ଏଥର ନୂଆବର୍ଷକୁ ସ୍ୱାଗତ କରିବାକୁ ନା ହେବ ନାଚଗୀତ ଓ ନା ଜମିବ ଖାଦ୍ୟପେୟର ଆସର । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯିବା ପରେ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ବେଶ ଧୂମଧାମରେ ପ୍ରତିବର୍ଷ ପାଳନ ହେଉଥିବା ନୂଆବର୍ଷ ଏଥର ଫିକା ପଡିବ । ସରକାରଙ୍କ ଗାଇଡ଼ଲାଇନକୁ ମାନି କୌଣସି ଆୟୋଜନ କରିନାହାନ୍ତି ହୋଟେଲ କର୍ତ୍ତୃପକ୍ଷ । ଏପରିକି ରାତି ୧୨ଟା ସୁଦ୍ଧା ରେଷ୍ଟୁରାନ୍ତ ମଧ୍ୟ ବନ୍ଦ ହେବ ବୋଲି କୁହାଯାଇଛି ।

"ପ୍ରଥମରୁ ଆମେ ଭିଡ଼କୁ ଦୁରେଇବାକୁ ନୂଆବର୍ଷ ପାଇଁ କୌଣସି ଯୋଜନା କରିନଥିଲୁ । ଏପରିକି କେକ ମିକ୍ସିଂ ପର୍ବ ମଧ୍ୟ କରିନାହୁଁ । ତେଣୁ ସରକାର ଓ ବିଏମସିର ସବୁ ନିୟମ ମାନି ଆମେ ନୂଆବର୍ଷ କରିବୁ," କହିଛନ୍ତି ମେ ଫେୟାର ଡେପୁଟି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମଲ୍ଲିକ ।

ନୂଆବର୍ଷ ସେଲିବ୍ରେସନ କଟକଣା ପରେ ମାନ୍ଦା ପଡିଛି ରାଜଧାନୀରେ ବେପାର । ଦୋକାନ ବଜାରରେ ଜିନିଷ ଥିଲେ ମଧ୍ୟ ଗ୍ରାହକଙ୍କ ଭିଡ଼ ଆଉ ଦେଖିବାକୁ ମିଳୁନାହିଁ ।କୋରୋନା ଯୋଗୁଁ ଲୋକ ଆସୁନଥିଲେ କିନ୍ତୁ ଏବେ ସେଲିବ୍ରେସନ ଉପରେ କଟକଣା ଲାଗିବ ପରେ ଲୋକେ ସାଜସଜ୍ଜା ସାମଗ୍ରୀ ଅଧିକ କିଣୁନଥିବା କିଛି ବ୍ୟବସାୟୀ କହିଛନ୍ତି ।

"ଏଥର ନୂଆ ନୂଆ ସାଜସଜ୍ଜା ଜିନିଷ ନେଇ ଆମେ ଦୋକାନ ଖୋଲିଛୁ । ହେଲେ ଏଥର ଲୋକଙ୍କ ଦେଖା ନାହିଁ । କୋରୋନା ବେପାର ମାନ୍ଦା କରିଛି । ଆଉ ଟ୍ଵିନସିଟିରେ ସେଲିବ୍ରେସନରେ କଟକଣା ଲାଗିବା ପରେ ଲୋକେ ସାଜସଜ୍ଜା ପ୍ରତି ମନ ଦେଉନାହାନ୍ତି," କହିଛନ୍ତି ୟୂନିଟି-୧ ଉଠା ଦୋକାନୀ ବ୍ୟବସାୟୀ ମାନସ କୁମାର ବିଶ୍ବାଳ ।
Published by: Jagdish Barik
First published: December 16, 2020, 6:08 PM IST